Posted inଜାତୀୟ

କେତେ ଦିନ ଅଟକ ରହିବେ ମେହବୁବା: ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୯।୯: ପିଡ଼ିପି ସଦସ୍ୟା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଆଉ କେତେ ଦିନ ଅଟକ ରଖାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସମ୍ପର୍କରେ ଖଣ୍ଡପୀଠ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାକୁ ପଚରା ଯାଇଛି। କେଉଁ ନିର୍ଦ୍ଦେଶ ଅନ୍ତର୍ଗତ ଆଉ କେତେ ଦିନ ପାଇଁ ମେହବୁବାଙ୍କୁ ଅଟକ ରଖିବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି ତାହାର ଜବାବ ସପ୍ତାହେ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେହମୁବାଙ୍କ କନ୍ୟା ଇତିଜା ମୁଫ୍‌ତିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ କରାଯିବାକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମୟରେ ମେହବୁବାଙ୍କ ସମେତ ଅନ୍ୟ କେତେକ ନେତାଙ୍କୁ ଅଟକ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ...

ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍‌-କାର୍‌, ଉଦ୍ଧାର କାର୍ଯ୍ୟରେ ସେନା…

ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ...

ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍‌

ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍‌ ଯୋଗେ ପାଣି...

‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା

କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ...

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୪-ଟି ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୧୬।୭: ଦେଶରେ କେତେକ ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇତିମଧ୍ୟରେ...

କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା: ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୪।୧୧: ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା...

ମହାରାଷ୍ଟ୍ରରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ମୁମ୍ବାଇ,୧୪ା୭: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ସମସ୍ତ ଅନୁମୋଦନ ଦେଇଛନ୍ତି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଗୁରୁବାର ଏହି ସୂଚନା...

ଉତ୍ତରାଖଣ୍ଡରେ ଲଗାଣ ବର୍ଷା: ଭାଙ୍ଗିଲା ପୋଲ, ଭାସିଗଲା ଗାଡି

ଡେରାଡୁନ,୨୭ ।୮: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଜାତୀୟ ରାଜପଥ ସହ ଅନ୍ୟ ସଡ଼କ ବି...

Advertisement
Archives

Model This Week