ମରିବାକୁ ଚାହୁଁଥିଲେ ମେଘାନ

ଲସ୍‌ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥିଲେ ବୋଲି ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ସାକ୍ଷାତ୍‌କାରରେ କହିଛନ୍ତି। ରାଜ ପରିବାରରେ ବର୍ଣ୍ଣବୈଷମ୍ୟ ଭେଦଭାବ ଥିବା ସେ ପ୍ରକାଶ କରିଛନ୍ତି। ସେ ଗର୍ଭବତୀ ଥିବାବେଳେ ତାଙ୍କ ଶିଶୁଙ୍କ ରଙ୍ଗ କିପରି ହେବ ସେ ନେଇ ପ୍ରଶ୍ନ କରାଯାଉଥିଲା।
ଶୋ’ ଉପସ୍ଥାପକ ଓପ୍ରାହ୍‌ ଓ୍ବିନଫ୍ରିଙ୍କୁ ପ୍ରିନ୍ସ ହ୍ୟାରି ଓ ମେଘାନ ଦେଇଥିବା ସାକ୍ଷାତ୍‌କାରରେ ଅନେକ କଥା ସାମ୍‌ନାକୁ ଆସିଛି।
କହିଛନ୍ତି, ତାଙ୍କୁ ରାଜ ପରିବାର ବିଷୟରେ ସେତିକି ଜଣାଥିଲା ଯେତିକି ହ୍ୟାରି ତାଙ୍କୁ ଜଣାଇଥିଲେ। ଲୋକଙ୍କ ଜାଣତରେ ଏହା ପରୀମାନଙ୍କ ଦୁନିଆ। କିନ୍ତୁ ସତ ଏହାଠାରୁ ବହୁ ଦୂରରେ। ମହାରାଣୀଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରିବାକୁ ହେଲେ ମଧ୍ୟ ଔପଚାରିକତା ମାନିବାକୁ ପଡ଼ୁଥିଲା। ହ୍ୟାରିଙ୍କ ସହ ବିଧିବଦ୍ଧ ବିବାହର ୩ ଦିନ ପୂର୍ବରୁ ମେଘାନ ତାଙ୍କୁ ବାହା ହୋଇସାରିଥିଲେ ବୋଲି କହିଛନ୍ତି। ପ୍ୟାଲେସରେ ତାଙ୍କୁ ବନ୍ଦୀ ଭଳି ଜୀବନ କାଟିବାକୁ ପଡ଼ୁଥିଲା। କୌଣସି କାମ ଥିଲେ ମଧ୍ୟ ସେ ବାହାରକୁ ଯାଇପାରୁ ନ ଥିଲେ। ମନପସନ୍ଦର କାମ କରିବାକୁ ମନା କରାଯାଉଥିବାରୁ ଏକଲାପଣ ବଢ଼ିବାରେ ଲାଗିଥିଲା। ଆତ୍ମହତ୍ୟା କଥା ମନକୁ ଆସିବାରୁ ଏ ବାବଦରେ ମେଘାନ ପ୍ୟାଲେସର ମାନବ ସମ୍ବଳ ବିଭାଗର ସହାୟତା ମାଗିଥିଲେ। କିନ୍ତୁ ସେଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳି ନ ଥିଲା। ଗର୍ଭବତୀ ହେବା ପରେ ପ୍ରିନ୍ସଙ୍କ ପଦବୀ ଅପେକ୍ଷା ତାଙ୍କ ପୁଅର ସୁରକ୍ଷା ଚିନ୍ତା ତାଙ୍କୁ ଘାରିଥିଲା। ପ୍ରିନ୍ସ ହ୍ୟାରି ଓ ମେଘାନଙ୍କ ପୁଅ ଆର୍ଚ୍ଚୀଙ୍କୁ ପ୍ରିନ୍ସ ଉପାଧି ମିଳି ନ ଥିଲା। ଉପାଧି ଲୋଭ ନୁହେଁ ବରଂ ସୁରକ୍ଷା ଦୃଷ୍ଟିରୁ ଆର୍ଚ୍ଚୀଙ୍କୁ ପ୍ରିନ୍ସ ଆଖ୍ୟା ଦିଆଯିବା ଦରକାର ଥିଲା ବୋଲି ମେଘାନ କହିଛନ୍ତି। ରାଜ ପରିବାରରୁ ଅଲଗା ହେବା ପରେ ପୁଅଙ୍କୁ ସୁରକ୍ଷା ଯୋଗାଯିବ ନାହିଁ ବୋଲି ମେଘାନ ଚିନ୍ତିତ ଥିଲେ।
ହ୍ୟାରି ଓ ମେଘାନ ୨୦୧୮ରେ ଓ୍ବିଣ୍ଡସର ପ୍ୟାଲେସ୍‌ରେ ବିବାହ କରିଥିଲେ। ୨୦୧୯ରେ ତାଙ୍କ ପୁଅ ଆର୍ଚ୍ଚୀ ଜନ୍ମ ହୋଇଥିଲା। ୨୦୨୦ ଜୁଲାଇରେ ମେଘାନଙ୍କ ଗର୍ଭପାତ ହୋଇଥିବା ଜଣାପଡିଥିଲା। ଏହି ଦମ୍ପତି ଏବେ ରାଜ ପରିବାର ଛାଡ଼ି ଆମେରିକାରେ ରହୁଛନ୍ତି। ଗତ ବର୍ଷ ପ୍ରାରମ୍ଭରେ ହ୍ୟାରି ତାଙ୍କ ସ୍ତ୍ରୀଙ୍କ ସହ ରାଜ ପରିବାରର ବରିଷ୍ଠ ସଦସ୍ୟ ପଦରୁ ସ୍ବତଃ ବାହାରିଯିବା ଏବଂ ଅଲଗା ରହିବା ନେଇ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri