Posted inଜାତୀୟ

୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି

ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ ମେଘାଳୟ ଚେରାପୁଞ୍ଜିର ସୋହରା ଅଞ୍ଚଳରେ ଶୁକ୍ରବାର ସବୁଠାରୁ ଅଧିକ ବର୍ଷା ହୋଇ ୨୭ ବର୍ଷର ରେକର୍ଡ ଭାଙ୍ଗିଛି । ସୋହରାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୨.୦ ମିଲିମିଟିର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୋହରାରେ ଗୁରୁବାର ସକାଳ ୮ଟା ୩୦ରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଲାଗି ରହିଥିଲା । ଫଳରେ ୯୭୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । କୁହାଯାଉଛି କି ତୃତୀୟ ଥର ଲାଗି ମେଘାଳୟର ସୋହରାରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଏହା ପୂର୍ବରୁ ଜୁନ୍ ୧୯୯୫ରେ ଏଠାରେ ୧୫୬୩.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯୫୬ରେ ଏଠାରେ ୯୭୩.୮ ମିଲିମିଟର ବର୍ଷା ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri