Posted inଜାତୀୟ

ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ,୧୬।୩: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ସମର୍ଥନ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନୁରୋଧ କରିଛନ୍ତି। ୟୁପିର ବାଗପତ୍‌ଠାରେ ଏକ ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ସତ୍ୟପାଲ କହିଥିଲେ, କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କଲେ ଚାଷୀ ଆଶ୍ୱସ୍ତ ହେବେ। କୃଷକ ନେତା ରାକେଶ ଟିକାଏତ୍‌ଙ୍କୁ ଗିରଫ କରାଯିବା ନେଇ ଶୁଣିବା ପରେ ସତ୍ୟପାଲ ଏହାକୁ ଅଟକାଇଥିଲେ ବୋଲି କହିଛନ୍ତି। ସେ ଚାଷୀମାନଙ୍କ ବିରୋଧରେ ଆଇନଗତ ବଳ ପ୍ରୟୋଗ ନ କରିବାକୁ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କୌଣସି ଆଇନ ଚାଷୀଙ୍କ ସପକ୍ଷରେ ଯାଉ ନାହିଁ। କୃଷକ ଓ ସୈନିକ ସନ୍ତୁଷ୍ଟ ନ ହେଲେ ଦେଶ ଆଗେଇପାରିବ ନାହିଁ ଓ ସୁରକ୍ଷିତ ରହିପାରିବ ନାହିଁ। ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରି ରଖିବା ଆବଶ୍ୟକ ବୋଲି ମେଘାଳୟ ରାଜ୍ୟପାଳ କହିଛନ୍ତି। ପ୍ରତି ୩ ବର୍ଷରେ ସରକାରୀ କର୍ମଚାରୀମାନଙ୍କ ବେତନ ବଢ଼ିଚାଲିଥିବାବେଳେ ଚାଷୀମାନେ ଦିନକୁ ଦିନ ଅଧିକ ଗରିବ ହେଉଛନ୍ତି। ଚାଷୀ ଯେକୌଣସି ସ୍ଥାନରେ ଫସଲ ବିକିପାରିବ ବୋଲି କୁହାଯାଉଛି। ଏହା ୧୫ ବର୍ଷର ପୁରୁଣା ଆଇନ। ହେଲେ ମଥୁରା ଚାଷୀ ଗହମ ନେଇ ପଲଓ୍ବାଲ ଗଲେ ସେଠାରେ ଲାଠିଚାର୍ଜର ସମ୍ମୁଖୀନ ହେଉଛି। ଆଇନର ସଂଶୋଧନ ହେବା ସହ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ...

ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ...

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ...

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର

ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ...

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା...

ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ...

ଦିଲ୍ଲୀ ହିଂସା: ସଂସଦର ଉଭୟ ଗୃହରେ ଅଚଳାବସ୍ଥା; ଶାହାଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ହିଂସା ନେଇ ସଂସଦର ବଜେଟ ଅଧିବେଶନରେ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ...

ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ

ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍‌କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ...

Advertisement
Archives

Model This Week