୨୦୨୪ରୁ ମେଗା ପାଇପଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ

ଖୋର୍ଦ୍ଧା,୨୩।୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ (୫-ଟି) ସଚିବ ଭି.କେ. ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ ଜିଲା ଗସ୍ତକରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ମଙ୍ଗଳବାର ୫-ଟି ସଚିବ ଖୋର୍ଦ୍ଧା ଗସ୍ତରେ ଆସି ବେଗୁନିଆ, ଖୋର୍ଦ୍ଧା ଏବଂ ବାଣପୁର ବ୍ଲକ ଗସ୍ତ କରିଥିଲେ। ୯୨୨କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର ଓ ଚିଲିକାରେ ମେଗା ପାଇପ୍‌ ପାନୀୟଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ। ୨୦୨୪ ଜାନୁୟାରୀରୁ ଏହା କାର୍ଯ୍ୟକ୍ଷମ ହେବ। ଏଥିସହିତ ୩୫କୋଟି ଟଙ୍କା ବ୍ୟୟ ଅଟକଳରେ ଟାଙ୍ଗୀ ଏବଂ ଚିଲିକାଠାରେ ନିର୍ମାଣ ହେବାକୁ ଥିବା ମାଛ ରକ୍ଷଣ କେନ୍ଦ୍ର ସମୀକ୍ଷା କରିଥିଲେ। ମା’ଉଗ୍ରତାରା ପୀଠ ଏବଂ ବାଣପୁର ଭଗବତୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୧୯ କୋଟି ଲେଖାଏ ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ବାଣପୁର ଏବଂ ବାଲୁଗଁା ଏନ୍‌ଏସିରେ ରହିଥିବା ପାନୀୟଜଳ ସମସ୍ୟା ସମାଧାନ ପାଇଁ ୧୬କୋଟି ବ୍ୟୟ ଅଟକଳରେ ଚାଲିଥିବା ମେଗା ଓ୍ବାଟର ସପ୍ଲାଇ ପ୍ରୋକ୍ଟେର ସମୀକ୍ଷା କରିଥିଲେ। ଟାଙ୍ଗୀ ବ୍ଲକର ନିରାକାରପୁରଠାରେ ଫ୍ଲାଏଓଭରବ୍ରିଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୫୮କୋଟି ଏବଂ ବୋଲଗଡ଼ଠାରେ ୧୩୩/୩୩ କେଭି ଗ୍ରୀଡ୍‌ ଷ୍ଟେଶନ ନିର୍ମାଣ ପାଇଁ ୫୨ କୋଟି ବ୍ୟୟ ମଞ୍ଜୁର ହୋଇଥିବା ପାଣ୍ଡିଆନ୍‌ କହିଛନ୍ତି।
ପୂର୍ବାହ୍ନରେ ପାଣ୍ଡିଆନ୍‌ ବେଗୁନିଆ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚତ୍ଥିଲେ। ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ ୪୩୦ଟି ଅଭିଯୋଗପତ୍ର ଗ୍ରହଣ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ପରେ ୫-ଟି ସଚିବ କାର୍‌ରେ ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଠାରୁ ୪୧୦ଟି ଅଭିଯୋଗପତ୍ର ଗ୍ରହଣ ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ପାଇକ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ଅଭିଯୋଗ ଗ୍ରହଣ କରିଥିଲେ। ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ୧୫ପଞ୍ଚାୟତର ଏଖରାଜାତ ମାହଲ ତଥା ଶ୍ରୀମନ୍ଦିର ଜମି ସମସ୍ୟା ସମାଧାନ କରାଯିବ। ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ବିକାଶରେ ମହିଳାଙ୍କ ସହଭାଗିତାକୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି। ମହିଳାଙ୍କ ବିକାଶରେ ଓଡ଼ିଶା ସମୃଦ୍ଧ ହୋଇପାରିବ ବୋଲି ପାଣ୍ଡିଆନ୍‌ କହିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ କ୍ରିଷ୍ଣା, ଆଇଜି ଆଶିଷ ସିଂ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?