ମେଗା ପାନୀୟ ଜଳ ପ୍ରକଳ୍ପ ଖର୍ଚ୍ଚ ବଢ଼ିଲା

ଭଞ୍ଜନଗର,୨୧୨ା୧୧(ଡି.ଏନ.ଏ.): ରାଜ୍ୟର ସମସ୍ତ ଘରକୁ ୨୦୨୪ ଡିସେମ୍ବର ସୁଦ୍ଧା ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ୧୧ଟି ବ୍ଲକ ଏବଂ ୨ଟି ଏନଏସିକୁ ମେଗା ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଣ କରାଯିବ। ନୟାଗଡ଼ ଜିଲା ଗଣିଆ ନିକଟସ୍ଥ ମହାନଦୀରୁ ପାଇପ ଯୋଗେ ପାଣି ଆଣିବା ଯୋଜନା ଅଛି।
ପ୍ରଥମେ ଗତ ମେ ୧୧ରେ ୧୧ଟି ବ୍ଲକ ପାଇଁ ୧୮୦୭ କୋଟି ୪ଲକ୍ଷ ୩୦ ହଜାର ୩୦୬ ଟଙ୍କା ଅନୁମୋଦନ ହୋଇଥିଲା। କିନ୍ତୁ ବୁଗୁଡ଼ା ଓ ବେଲଗୁଣ୍ଠା ଏନଏସି ସମେତ ପୂର୍ବରୁ ବାଦ୍‌ ଦିଆଯାଇଥିବା କବିସୂର୍ଯ୍ୟନଗର ବ୍ଲକର କିଛି ଅଂଶ, ବେଗୁନିଆପଡ଼ା ବ୍ଲକର ଆଉ କିଛି ଅଶଂକୁ ଉକ୍ତ ଯୋଜନାରେ ସାମିଲ କରାଯିବା ପରେ ପ୍ରକଳ୍ପ ଖର୍ଚ୍ଚ ୧୯ଶହ ୭୩ କୋଟି ୮ ଲକ୍ଷ ୪୮ ହଜାର ୭୯୧ ଟଙ୍କା ୪୦ ପଇସାକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଉକ୍ତ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୧୬ଶହ ୭୭ କୋଟି ୬୮ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି । ବଳକା ଅର୍ଥ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ବାବଦକୁ ଖର୍ଚ୍ଚ ହେବା ଅନୁମାନ କରାଯାଉଛି । ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଟେଣ୍ଡର ପେପର ପକାଇବା ବ୍ୟବସ୍ଥା ଚାଲିଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ। ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପର ତଦାରଖ କରିବେ। ଉକ୍ତ ମେଗା ପ୍ରକଳ୍ପର ସୁବିଧା ଭଞ୍ଜନଗର ବ୍ଲକ, ବେଲଗୁଣ୍ଠା ବ୍ଲକ ଓ ଏନଏସି, ସୋରଡ଼ା, ବୁଗୁଡ଼ା ବ୍ଲକ ଓ ଏନଏସି, ଜଗନ୍ନାଥପ୍ରସାଦ, ଆସିକା, ବେଗୁନିଆପଡ଼ା, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ପୋଲସରା ଓ ଧରାକୋଟ ବ୍ଲକ ଅଚଂଳ ବାସିନ୍ଦା ପାଇବେ। ଉକ୍ତ ୧୧ ବ୍ଲକରେ ୭୦୩ଟି ଗ୍ରାମ ଥିବା ବେଳେ ସେଥିମଧ୍ୟରେ ୩ଲକ୍ଷ ୨୮ ହଜାର ୫୭୨ ଘର ଅଛି। ବର୍ତ୍ତ୍‌ମାନ ୧ଲକ୍ଷ ୬୦ ହଜାର ୫୨୯ ଘରକୁ ପାଇପ ଯୋଗେ ପାଣି ଯୋଗାଣ ହେଉଛି । ମେଗା ପ୍ରକଳ୍ପରେ ସମସ୍ତ ଘରକୁ ପାଣି ଯୋଗାଣ ହେବ । ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ସେବା ନାହିଁ ସେଠାରେ ସୋଲାର ମାଧ୍ୟମରେ ପାଣି ଯୋଗାଣ ହେବ। ଦୁଇ ଏନଏସିର ସମସ୍ତ ଘରକୁ ବର୍ତମାନ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିଛି । କିନ୍ତୁ ଉକ୍ତ ଦୁଇ ଏନଏସିରେ ପାଣିର ଉସତ୍ ଠିକ୍‌ ନଥିବା ଯୋଗୁ ଆଗାମୀ ଦିନରେ ମେଗା ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଣ ହେବ । ବେଲଗୁଣ୍ଠା ବ୍ଲକ ବଜ୍ରଗଡ଼, ପଥରା ଭଳି ଅନେକ ଗ୍ରାମରେ ବର୍ତ୍ତମାନ ପାନୀୟ ଜଳ ସମସ୍ୟା ରହିଛି । ଏହାର ବିକଳ୍ପ ବ୍ୟବସ୍ଥା ବିଭାଗ କରିପାରୁନାହିଁ। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କିଭଳି ତ୍ୱରାନ୍ବିତ ହୋଇପାରିବ, ସେଥିପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ଡ଼ାକି ବାରମ୍ବାର ଆଲୋଚନା କରିଛନ୍ତି। ଅପରପକ୍ଷେ ଗଣିଆର ଯେଉଁ ସ୍ଥାନରୁ ପାଣି ଆଣିବା ଯୋଜନା ଥିଲା ଉକ୍ତ ଅଞ୍ଚଳରେ କୁମ୍ଭୀର ବାସ କରନ୍ତି । ସେଠାରୁ ପାଣି ଆଣିଲେ ପମ୍ପ ଶବ୍ଦରେ କୁମ୍ଭୀର ବିପଦରେ ପଡ଼ିବା ଆଶଙ୍କା ରହିଛି । ଫଳରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି) ଆପତ୍ତି ଅଭିଯୋଗ କରିବାର ସମ୍ଭାବନା ଥିଲା । ତେଣୁ ନୂତନ ସ୍ଥାନ ଚିହ୍ନଟ ପାଇଁ ପୁଣି ସମୟ ଲାଗିଥିଲା। ଅଧିକ୍ଷଣଯନ୍ତ୍ରୀ ସରୋଜ କୁମାର କର, ବନ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ଅଧିକାରୀ ବାରମ୍ବାର ଗଣିଆ ଅଚଂଳ ପରିଦର୍ଶନ କରି ପାଣି ଉଠାଇବାର ନୁତନ ସ୍ଥାନ ଚିହ୍ନଟ କରାଯାଇଥିଲା । ପୁର୍ବରୁ କବିସୁର୍ଯ୍ୟନଗର ଏବଂ ବେଗୁନିଆପଡ଼ାର କିଛି ଅଚଂଳକୁ ମେଗା ପ୍ରକଳ୍ପରୁ ବାଦ୍‌ ଦିଆଯାଇଥିଲା । ଉକ୍ତ ଅଚଂଳକୁ ସାଳିଆ ଡ଼୍ୟାମରୁ ପାଣି ଆଣି ଦେବାର ଯୋଜନା ଥିଲା । କିନ୍ତୁ ସାଳିଆ ଡ଼୍ୟାମରୁ ଖୋର୍ଦ୍ଧା ଜିଲା ସମେତ ଖଲିକୋଟ ଅଚଂଳକୁ ପାଣି ଯୋଗାଣ ହେଉଛି । ତେଣୁ ସେଠାରେ ପାଣି ଭବିଷ୍ୟତରେ ଅଭାବ ପଡ଼ିପାରେ । ଏହାକୁ ଆଖି ଆଗରେ ରଖି ଭଞ୍ଜନଗର ମେଗା ପ୍ରକଳ୍ପରେ ଉକ୍ତ ଦୁଇ ବ୍ଳକର ବଳକା ଅଞ୍ଚଳକୁ ମଧ୍ୟ ସାମିଲ କରାଯାଇଥିଲା । ତେଣୁ ଟେଣ୍ଡର ଆହ୍ବାନରେ ବିଳମ୍ବ ସହ ଖର୍ଚ୍ଚ ପରିମାଣ ବଢ଼ିଥିଲା । ଗଣିଆର ମୁଖ୍ୟ ପମ୍ପ ହାଇସ, କ୍ୱାଟର ସମେତ ପ୍ରମୁଖ ବାବଦକୁ ୩୧୪ କୋଟି ୩୧ଲକ୍ଷ ୮୩ ହଜାର ୮୪୨ଟଙ୍କା ଖର୍ଚ୍ଚ ଯୋଜନା ଅଛି । ଏଥିସହ ୱାଟର ଟ୍ରିଟମେଟ୍‌ ପ୍ଲାଟ୍‌ଂ ବାବଦକୁ ୧୧୭ କୋଟି ୬ଲକ୍ଷ ୩୮ ହଜାର ୪୭୬ ଟଙ୍କା, ପାଇପ ବିଛା ବାବଦକୁ ୯୫୬ କୋଟି ୧୨ଲକ୍ଷ ୯୨ ହଜାର ୨୭ଟଙ୍କା, ପାଣି ଟାଙ୍କି (ଇଏସ୍‌ଆର) ପାଇଁ ୧୨୮ କୋଟି ୪୭ ଳକ୍ଷ ୨୫ ହଜାର ୨୨୫ଟଙ୍କା, ବିଦ୍ୟୁତ୍‌ ପାଇଁ ୩୯୮ କୋଟି ୨୦ଲକ୍ଷ ୯୬୭ଟଙ୍କା, ଘରୋଇ ପାଇପ ସଂଯୋଗ ପାଇଁ ୩୧ କୋଟି ୪୨ଲକ୍ଷ ୨୮ ହଜାର ୨ଶହ ଟଙ୍କା, ୫ବର୍ଷ ପରିଚାଳନା ପାଇଁ ୧୦୪ କୋଟି ୫୬ଲକ୍ଷ ୫୪ହଜାର ୮୪୫ଟଙ୍କା, ଜମି ଅଧିଗ୍ରହଣ ପାଇଁ ୨୫ କୋଟି, ସୋଲାର ପାୱାର ପ୍ଲାଣ୍ଟ ପାଇଁ ୧୩ କୋଟି ୨୭ଲକ୍ଷ ୭୮ ହଜାର ୨ଶହ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ ସରୋଜ କୁମାର କରଙ୍କୁ ଯୋଗାଯୋଗ କରିବାରେ, ବର୍ତ୍ତମାନ ମେଗା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କିଭଳି ତୁରନ୍ତ ପହଞ୍ଚିପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri