Posted inଖେଳ

ବିଶ୍ୱକପ୍‌ ବିଜେତା, ପଶୁ ପ୍ରେମୀ, ପୁଅଙ୍କ ଚୟନକୁ ନେଇ ବିବାଦ; ଜାଣନ୍ତୁ ବିସିସିଆଇ ନୂତନ ଅଧ୍ୟକ୍ଷ ବିନ୍ନିଙ୍କ ବିଷୟରେ ଅନେକ କିଛି…

ନୂଆଦିଲ୍ଲୀ,୧୮।୧୦: ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନି ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ସେ। ମଙ୍ଗଳବାର ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବିନ୍ନି ବିସିସିଆଇର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ସ୍ବତନ୍ତ୍ର କଥା:-

୮୩ ବିଶ୍ୱକପ୍‌ରେ ନେଇଥିଲେ ସବୁଠାରୁ ଅଧିକ ଉଇକେଟ:
ବିନ୍ନି ନିଜ ସମୟରେ ମିଡିୟମ ପେସ୍‌ ବୋଲର୍‌ ଥିଲେ। ସେ ଦେଶ ପାଇଁ ୧୯୮୩ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ବିଶ୍ୱକପ୍‌ରେ ସେ ମୋଟ ୮ ମ୍ୟାଚ୍‌ ଖେଳି ସର୍ବାଧିକ ୧୮ ଉଇକେଟ ନେଇଥିଲେ।

ପ୍ରକୃତିକୁ ଭଲପାଉଥିବା ମଣିଷ ହେଉଛନ୍ତି ବିନ୍ନି:
ସ୍କୁଲ ଦିନରେ ମାଛ ଧରିବାଠାରୁ ଆରମ୍ଭ କରି ଆହତ କୁକୁରଙ୍କ ସେବା, ଗୋଲ୍ଫ ଖେଳିବା, ପ୍ରକୃତିକୁ ପ୍ରେମ ଏବଂ ଖାଲି ସମୟରେ ବାନ୍ଦିପୁରସ୍ଥିତ ନିଜ କ୍ଷେତରେ ସମୟ ବିତାଇବା ଆଦି ବିନ୍ନିଙ୍କୁ ବହୁତ ପସନ୍ଦ। ବିଶେଷକରି କୁକୁରଙ୍କୁ ସେ ବହୁତ ଭଲ ପାଆନ୍ତି।

ଭାରତରେ ଜନ୍ମ ହୋଇଥିବା ଆଙ୍ଗ୍ଲୋ-ଇଣ୍ଡିଆନ୍‌ ବିନ୍ନି:
ରୋଜର ବିନ୍ନିଙ୍କ ପୁରା ନାମ ରୋଜର ମାଇକେଲ ହମ୍ଫ୍ରି ବିନ୍ନି। ତାଙ୍କର ବଂଶଜ ସ୍କଟ୍‌ଲ୍ୟାଣ୍ଡରୁ ଭାରତ ଆସିଥିଲେ। ତାଙ୍କର ଜନ୍ମ ଭାରତରେ ହୋଇଥିଲା। ବାଙ୍ଗାଲୋରରେ ରହୁଥିବା ଆଙ୍ଗ୍ଲୋ-ଇଣ୍ଡିଆନ୍‌ ବିନ୍ନି ଅନେକ ପଦ ଅଳଙ୍କୃତ କରିଛନ୍ତି। ସେ ଜଣେ ଅଲରାଉଣ୍ଡର ହେବା ସହ ଭଲ ବୋଲର୍‌ ମଧ୍ୟ ଥିଲେ। କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନରେ ସେ ଅଧିକାରୀ, କୋଚ୍‌ ଏବଂ ଜାତୀୟ ଚୟନକର୍ତ୍ତା ମଧ୍ୟ ଥିଲେ।

ପୁଅ ଷ୍ଟୁଆର୍ଟଙ୍କ ସିଲେକ୍ସନକୁ ନେଇ ବିବାଦକୁ ଆସିଥିଲେ ବିନ୍ନି:
ବିନ୍ନି ୩ ବର୍ଷ ଯାଏ ବିସିସିଆଇର ଚୟନକର୍ତ୍ତା ମଧ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ପୁଅ ଷ୍ଟୁଆର୍ଟ ବିନ୍ନିଙ୍କ ଚୟନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ସେତେବେଳେ ସେ କହିଥିଲେ ଯେ, ଯେତେବେଳେ ତାଙ୍କ ପୁଅର ନାମ ସିଲେକ୍ସନରେ ଆସିଥିଲା, ସେତେବେଳେ ସେ ମିଟିଂରୁ ବାହାରକୁ ଚାଲିଯାଇଥିଲା। ଏପରିକି ବିନ୍ନି ଯେତେଦିନ ଯାଏ ଚୟନକର୍ତ୍ତା ଥିଲେ ତାଙ୍କ ପୁଅଙ୍କ କ୍ରିକେଟ କ୍ୟାରିୟର ଚାଲିଥିଲା ବୋଲି କୁହାଯାଏ।

ବିନ୍ନିଙ୍କ ଅନ୍ତର୍ଜାତୀୟ ରେକର୍ଡ:
ବିନ୍ନି ୧୯୭୯-୮୭ ସମୟରେ ଭାରତ ଲାଗି ୨୭ ଯେଷ୍ଟ ଏବଂ ୭୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାଗ ନେଇଥିଲେ। ସେ ୧୯୭୯ରେ ପାକିସ୍ତାନ ବିପକ୍ଷରେ ବାଙ୍ଗାଲୋର ଟେଷ୍ଟରୁ ନିଜର ଡେବ୍ୟୁ କରିଥିଲେ। ଟେଷ୍ଟ କ୍ୟାରିୟରରେ ସେ ୪୭ ଉଇକେଟ ନେଇଥିବା ବେଳେ ଦିନିକିଆରେ ୭୭ ଉଇକେଟ ନେଇଥିଲେ। ଅଲରାଉଣ୍ଡର ଭାବେ ମଧ୍ୟ ସେ ଟେଷ୍ଟରେ ୮୩୦ ଏବଂ ଦିନିକିଆରେ ୬୨୯ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri