Posted inଖେଳ

ବିଶ୍ୱକପ୍‌ ବିଜେତା, ପଶୁ ପ୍ରେମୀ, ପୁଅଙ୍କ ଚୟନକୁ ନେଇ ବିବାଦ; ଜାଣନ୍ତୁ ବିସିସିଆଇ ନୂତନ ଅଧ୍ୟକ୍ଷ ବିନ୍ନିଙ୍କ ବିଷୟରେ ଅନେକ କିଛି…

ନୂଆଦିଲ୍ଲୀ,୧୮।୧୦: ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନି ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ସେ। ମଙ୍ଗଳବାର ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବିନ୍ନି ବିସିସିଆଇର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ସ୍ବତନ୍ତ୍ର କଥା:-

୮୩ ବିଶ୍ୱକପ୍‌ରେ ନେଇଥିଲେ ସବୁଠାରୁ ଅଧିକ ଉଇକେଟ:
ବିନ୍ନି ନିଜ ସମୟରେ ମିଡିୟମ ପେସ୍‌ ବୋଲର୍‌ ଥିଲେ। ସେ ଦେଶ ପାଇଁ ୧୯୮୩ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ବିଶ୍ୱକପ୍‌ରେ ସେ ମୋଟ ୮ ମ୍ୟାଚ୍‌ ଖେଳି ସର୍ବାଧିକ ୧୮ ଉଇକେଟ ନେଇଥିଲେ।

ପ୍ରକୃତିକୁ ଭଲପାଉଥିବା ମଣିଷ ହେଉଛନ୍ତି ବିନ୍ନି:
ସ୍କୁଲ ଦିନରେ ମାଛ ଧରିବାଠାରୁ ଆରମ୍ଭ କରି ଆହତ କୁକୁରଙ୍କ ସେବା, ଗୋଲ୍ଫ ଖେଳିବା, ପ୍ରକୃତିକୁ ପ୍ରେମ ଏବଂ ଖାଲି ସମୟରେ ବାନ୍ଦିପୁରସ୍ଥିତ ନିଜ କ୍ଷେତରେ ସମୟ ବିତାଇବା ଆଦି ବିନ୍ନିଙ୍କୁ ବହୁତ ପସନ୍ଦ। ବିଶେଷକରି କୁକୁରଙ୍କୁ ସେ ବହୁତ ଭଲ ପାଆନ୍ତି।

ଭାରତରେ ଜନ୍ମ ହୋଇଥିବା ଆଙ୍ଗ୍ଲୋ-ଇଣ୍ଡିଆନ୍‌ ବିନ୍ନି:
ରୋଜର ବିନ୍ନିଙ୍କ ପୁରା ନାମ ରୋଜର ମାଇକେଲ ହମ୍ଫ୍ରି ବିନ୍ନି। ତାଙ୍କର ବଂଶଜ ସ୍କଟ୍‌ଲ୍ୟାଣ୍ଡରୁ ଭାରତ ଆସିଥିଲେ। ତାଙ୍କର ଜନ୍ମ ଭାରତରେ ହୋଇଥିଲା। ବାଙ୍ଗାଲୋରରେ ରହୁଥିବା ଆଙ୍ଗ୍ଲୋ-ଇଣ୍ଡିଆନ୍‌ ବିନ୍ନି ଅନେକ ପଦ ଅଳଙ୍କୃତ କରିଛନ୍ତି। ସେ ଜଣେ ଅଲରାଉଣ୍ଡର ହେବା ସହ ଭଲ ବୋଲର୍‌ ମଧ୍ୟ ଥିଲେ। କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନରେ ସେ ଅଧିକାରୀ, କୋଚ୍‌ ଏବଂ ଜାତୀୟ ଚୟନକର୍ତ୍ତା ମଧ୍ୟ ଥିଲେ।

ପୁଅ ଷ୍ଟୁଆର୍ଟଙ୍କ ସିଲେକ୍ସନକୁ ନେଇ ବିବାଦକୁ ଆସିଥିଲେ ବିନ୍ନି:
ବିନ୍ନି ୩ ବର୍ଷ ଯାଏ ବିସିସିଆଇର ଚୟନକର୍ତ୍ତା ମଧ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ପୁଅ ଷ୍ଟୁଆର୍ଟ ବିନ୍ନିଙ୍କ ଚୟନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ସେତେବେଳେ ସେ କହିଥିଲେ ଯେ, ଯେତେବେଳେ ତାଙ୍କ ପୁଅର ନାମ ସିଲେକ୍ସନରେ ଆସିଥିଲା, ସେତେବେଳେ ସେ ମିଟିଂରୁ ବାହାରକୁ ଚାଲିଯାଇଥିଲା। ଏପରିକି ବିନ୍ନି ଯେତେଦିନ ଯାଏ ଚୟନକର୍ତ୍ତା ଥିଲେ ତାଙ୍କ ପୁଅଙ୍କ କ୍ରିକେଟ କ୍ୟାରିୟର ଚାଲିଥିଲା ବୋଲି କୁହାଯାଏ।

ବିନ୍ନିଙ୍କ ଅନ୍ତର୍ଜାତୀୟ ରେକର୍ଡ:
ବିନ୍ନି ୧୯୭୯-୮୭ ସମୟରେ ଭାରତ ଲାଗି ୨୭ ଯେଷ୍ଟ ଏବଂ ୭୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାଗ ନେଇଥିଲେ। ସେ ୧୯୭୯ରେ ପାକିସ୍ତାନ ବିପକ୍ଷରେ ବାଙ୍ଗାଲୋର ଟେଷ୍ଟରୁ ନିଜର ଡେବ୍ୟୁ କରିଥିଲେ। ଟେଷ୍ଟ କ୍ୟାରିୟରରେ ସେ ୪୭ ଉଇକେଟ ନେଇଥିବା ବେଳେ ଦିନିକିଆରେ ୭୭ ଉଇକେଟ ନେଇଥିଲେ। ଅଲରାଉଣ୍ଡର ଭାବେ ମଧ୍ୟ ସେ ଟେଷ୍ଟରେ ୮୩୦ ଏବଂ ଦିନିକିଆରେ ୬୨୯ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?