ବିଶାଖାପାଟଣାରେ ମେଡିକୋଭର ବିଶ୍ୱସ୍ତରୀୟ କର୍କଟ ପ୍ରତିଷ୍ଠାନ : ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର

ଭୁବନେଶ୍ୱର,୯।୯: (ଅଭୟ ଦାଶ):  ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍‌ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍‌ଥ ସିଟିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏହି ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ପ୍ରତିଷ୍ଠାନକୁ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଉଦ୍‌ଘାଟନ କରିଥିଲାବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଓ୍ବାଇ. ସତ୍ୟ କୁମାର ଯାଦବଙ୍କ ସମେତ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଏ ସାରଥ ରେଡ୍ଡୀ ଏବଂ ପି. ହରକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।


ଏ ସମ୍ପର୍କରେ ମେଡିକୋଭର ହସ୍ପିଟାଲ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି ଅନିଲ କ୍ରିଷ୍ଣା କହିଥିଲେ, ଆମେ ଆମର ନୂତନ ସେଣ୍ଟରର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଲକ୍ଷ ଲକ୍ଷ ଲୋକଙ୍କୁ ଠିକ୍‌ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ଏହି ପ୍ରତିବଦ୍ଧତାକୁ ଏହା ପ୍ରତିପାଦିତ କରୁଛି। ବିଶେଷକରି ୪୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆମେ ସମ୍ପୃକ୍ତ ଅଞ୍ଚଳରେ କର୍କଟ ଚିକିତ୍ସାର ମାନ ବୃଦ୍ଧି କରୁଛୁ।


ସେହିଭଳି ଏଠାରେ ଅସ୍ଥି ମଜ୍ଜା ପ୍ରତିରୋପଣ, ୪ଡି ପିଇଟି ସିଟି (PET-CT) ସ୍କାନ୍‌, ଏଲେଟା ଭର୍ସା ରେଡିଏଶନ୍‌ ଥେରାପି, ଇମେଜ୍‌-ଗାଇଡ୍‌ ବ୍ରାଚିଥେରାପି ଏବଂ ରୋବୋଟିକ୍‌ ସର୍ଜରି ଭଳି ଉନ୍ନତ ଚିକିତ୍ସା ପ୍ରଦାନ କରାଯାଉଥିବାବେଳେ ଏକାଧିକ ଆଇସିୟୁ ଶଯ୍ୟା ଏବଂ ଉନ୍ନତ ଅପରେଟିଂ ପ୍ରେକ୍ଷାଳୟ ସହିତ ସଜ୍ଜିତ ଏହି ସେଣ୍ଟର ବିଶ୍ୱସ୍ତରୀୟ ଓ ସୁଲଭ କର୍କଟ ଚିକିତ୍ସା ଯୋଗାଇବାକୁ ଲକ୍ଷ୍ୟ ରଖିଛି।
ଉଲ୍ଲେଖଯୋଗ୍ୟ, ୧୨ଟି ଦେଶରେ କାର୍ଯ୍ୟ କରୁଥିବା ମେଡିକୋଭର କ୍ୟାନସର ଇନଷ୍ଟିଚ୍ୟୁଟ (ମେଡିକୋଭର ହସ୍ପିଟାଲ)ର ଏହା ଭାରତର ୨୪ ତମ ସେଣ୍ଟର ହୋଇଥିଲାବେଳେ ମେଡିକୋଭର ଏହା ବିସ୍ତାରିତ ନେଟୱର୍କର ଏକ ଅଂଶ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଆମର ଲକ୍ଷ୍ୟ ହେଉଛି, ଅସ୍ଥି ମଜ୍ଜା ପ୍ରତିରୋପଣ, ଏଲେଟା ଭର୍ସା ବିକିରଣ ଚିକିତ୍ସା ଏବଂ ରୋବୋଟିକ୍‌ ସର୍ଜରି ଭଳି ବିଶ୍ୱସ୍ତରୀୟ ସୁବିଧା ସହିତ ଉନ୍ନତ ଚିକିତ୍ସା ପ୍ରଦାନ କରିବା। ଏପରିକି ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାବାସୀଙ୍କ ସେବା କରିବା ବ୍ୟତୀତ ମେଡିକୋଭର ମହାରାଷ୍ଟ୍ର ଏବଂ କର୍ନାଟକରେ ମଧ୍ୟ କାର୍ଯ୍ୟ କରୁଛି ଏବଂ ଖୁବଶୀଘ୍ର ଦେଶର ଅନ୍ୟ ପ୍ରମୁଖ ରାଜ୍ୟକୁ ବିସ୍ତାର କରିବାକୁ ମେଡିକୋଭର ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri