କୃଷିରେ ଯାନ୍ତ୍ରିକୀକରଣ

କଟରେ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ସଂସଦୀୟ ସ୍ଥାୟୀ କମିଟିି ଭାରତର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ କୃଷିକାର୍ଯ୍ୟରେ ଯାନ୍ତ୍ରିକୀକରଣର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲା। ଦେଶର ଅର୍ଥନୀତିରେ ମେରୁଦଣ୍ଡ ସଦୃଶ ଭୂମିକା ନିର୍ବାହ କରୁଥିବା କୃଷିକ୍ଷେତ୍ର ବହୁମୁଖୀ ଆହ୍ବାନର ମୁକାବିଲା ପାଇଁ ଏହା ଜରୁରୀ ବୋଲି ଏହି କମିଟିି ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଛି। ବିଶ୍ବ ଭୌଗୋଳିକ କ୍ଷେତ୍ରର ମାତ୍ର ୨.୪ ପ୍ରତିଶତ ଭୂଭାଗ ଏବଂ ଜଳ ଉତ୍ସର ମାତ୍ର ୪ ପ୍ରତିଶତ ଜଳ ଭାରତ ପାଖରେ ରହିଛି କିନ୍ତୁ ଏହାର କୃଷି ବିଶ୍ବର ୧୭ ପ୍ରତିଶତ ଲୋକଙ୍କୁ ପୋଷଣ ଯୋଗାଉଛି। ପଶୁପାଳନରେ ଏହାର ଅବଦାନ ୧୫ ପ୍ରତିଶତ, ଯାହା ଦେଶର ଜିଡିପିରେ ୨୦ ପ୍ରତିଶତ ଯୋଗଦାନ ଦେଉଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ୬୫ ପ୍ରତିଶତ ଲୋକଙ୍କୁ ରୋଜଗାର ଯୋଗାଉଛି। ତେଣୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କୃଷିକ୍ଷେତ୍ରରେ ଯାନ୍ତ୍ରିକ ଉପକରଣ ବୃଦ୍ଧି ଦ୍ୱାରା ସେମାନଙ୍କ ଉତ୍ପାଦନ ଏବଂ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହେବ।
ଯଦି ଆମେ ଯାନ୍ତ୍ରିକୀକରଣର ସ୍ଥିତିକୁ ଦେଖିବା, ଏହା ସ୍ପଷ୍ଟ ଯେ ଆମ ଦେଶରେ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣର ସ୍ତର ୪୦ ପ୍ରତିଶତରୁ କମ। ବିକଶିତ ଦେଶଗୁଡ଼ିକରେ ଏହା ଯଥେଷ୍ଟ ଅଧିକ। ସବୁଜ ବିପ୍ଳବରେ ଆମ ଦେଶର ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଏଠାରେ ଯାନ୍ତ୍ରିକୀକରଣର ସ୍ତର ୪୦ ପ୍ରତିଶତରେ ପହଞ୍ଚିଛି କିନ୍ତୁ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହା ଅତି ନଗଣ୍ୟ। ସଂସଦୀୟ ସ୍ଥାୟୀ ସମିତି ଏହା ମଧ୍ୟ ଆଲୋକପାତ କରିଛି ଯେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଖରେ ଆମ ଦେଶର ୮୬ ପ୍ରତିଶତ ଚାଷଜମି ରହିଛି। ଏମାନଙ୍କ ଦ୍ବାରା ଯାନ୍ତ୍ରିକୀକରଣର ବୃଦ୍ଧି ପାଇଁ ବିଶେଷ ପ୍ରୟାସ ଆବଶ୍ୟକ। ସମିତି ଏକଥା ମଧ୍ୟ ଜୋର ଦେଇ କହିଛି ଯେ କ୍ଷୁଦ୍ର ଚାଷୀଙ୍କ ପାଇଁ ଉପଯୁକ୍ତ ଯାନ୍ତ୍ରିକ ଉପକରଣ ଉପଲବ୍ଧ ନ ହେବା ଯାଏ ଯାନ୍ତ୍ରିକ ଉପକରଣ କିଣିବାରେ କ୍ଷୁଦ୍ର ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏହା ମଧ୍ୟ କୁହାଯାଇଛି ଯେ ୭୫ ପ୍ରତିଶତ ଯାନ୍ତ୍ରିକୀକରଣ ସ୍ତର ହାସଲ କରିବାକୁ ଆମକୁ ଆହୁରି ୨୫ବର୍ଷ ଲାଗିଯିବ।
ବିଭିନ୍ନ କମିଟିି ଏବଂ ବିଶେଷଜ୍ଞଙ୍କ ମତରେ ଭାରତରେ କୃଷି ଯାନ୍ତ୍ରିକୀକରଣର ବିନିଯୋଗ ନ୍ୟାୟୋଚିତ ତଥା ମୂଲ୍ୟବାନ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଏହାଦ୍ବାରା ବିହନ ପ୍ରୟୋଗରେ ୧୫ରୁ ୨୦ ପ୍ରତିଶତ ସଞ୍ଚୟ ସହ ବୀଜ ଉତ୍ପନ୍ନରେ ୭ରୁ ୨୫ ପ୍ରତିଶତ ଉନ୍ନତି ଆସିବ। ୨୦ରୁ ୩୦ ପ୍ରତିଶତ ସମୟ ବଞ୍ଚତ୍ୟିବ। ଯାନ୍ତ୍ରିକୀକରଣ ତୃଣକକୁ ୨୦ରୁ ୪୦ ପ୍ରତିଶତ ହ୍ରାସ କରିବ; ଯଦ୍ଦ୍ବାରା ୨୦ରୁ ୩୦ ପ୍ରତିଶତ ଶ୍ରମ ଲାଘବ ହେବ। ଫସଲର ଗହନତା ୫ରୁ ୨୦ ପ୍ରତିଶତ ବୃଦ୍ଧି ହେବା ଦ୍ୱାରା ୧୩ରୁ ୨୩ ପ୍ରତିଶତ ଅଧିକ ଅମଳ ମିଳିବ। ଏହା ଜଳ, ବାୟୁ, ମୃତ୍ତିକା ଭଳି ପ୍ରାକୃତିକ ସମ୍ପଦର ସଂରକ୍ଷଣରେ ମଧ୍ୟ ସହାୟକ ହେବ।
କୃଷି ଏବଂ ଏଥିସହ ଜଡ଼ିତ ପଶୁପାଳନ ଭଳି କ୍ଷେତ୍ରରେ ମଧ୍ୟ ନିରନ୍ତର ଆଧୁନିକୀକରଣର ଆବଶ୍ୟକତା ରହିଛି। ବୃହତ୍‌ ଅବା କ୍ଷୁଦ୍ର କୃଷିକ୍ଷେତ୍ରରେ ବିବିଧକରଣ ଏବଂ ଗ୍ରାମୀଣ ଶ୍ରମର ଅଭାବ ବ୍ୟାପକ ରୂପରେ ଅନେକ ଅତ୍ୟାଧୁନିକ କୃଷି ଉପକରଣର ଆବଶ୍ୟକତାକୁ ଉଜାଗର କରୁଛି। ଏହି କ୍ଷେତ୍ରରେ ଟ୍ରାକ୍ଟରଠାରୁ ଆରମ୍ଭ କରି ଅମଳ ଯନ୍ତ୍ର ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକୀୟ ଯନ୍ତ୍ରପାତିର ପ୍ରୟୋଗ ସକାଶେ ନିର୍ଦ୍ଦିଷ୍ଟ କୌଶଳ ଏବଂ ବୁଦ୍ଧି ବିକଶିତ ହେବା ଦରକାର। ଏକ ଆକଳନ ଅନୁଯାୟୀ ସ୍ପିନିଂ-ଫିଡିଂ ଉପକରଣ, କୁକୁଡ଼ା ପାଳନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ଉପକରଣ, ଗୋରୁଙ୍କ ପାଇଁ ଉନ୍ନତ ଗୋଶାଳାର ବ୍ୟବସ୍ଥା ତଥା ଭାରତୀୟ କୃଷି ଯନ୍ତ୍ରପାତି ବଜାରର ଆବଶ୍ୟକତାକୁ ବିଚାରକୁ ନେଲେ ୨୦୨୫ରେ ଏହାର ଆକାର ୧୬.୭୩ ଶହ କୋଟି ଆମେରିକୀୟ ଡଲାର ହୋଇଯିବ; ଯାହା ୨୦୨୯ ବେଳକୁ ୨୫.୧୫ ଶହ କୋଟି ଆମେରିକୀୟ ଡଲାରରେ ପହଞ୍ଚତ୍ ସାରିଥିବ।
କୃଷିକ୍ଷେତ୍ରରେ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ପାଇଁ ପ୍ରଥମେ କୃଷି ଯାନ୍ତ୍ରିକ ଓ ବୈଷୟିକ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବା ଆବଶ୍ୟକ। କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ନୀତିକୁ ପ୍ରଭାବଶାଳୀ ଏବଂ ସୁଗମିତ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ କୃଷି ଯାନ୍ତ୍ରିକ ଓ ବୈଷୟିକ ନିର୍ଦ୍ଦେଶାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି, ଯାହା ସଂସଦୀୟ ସ୍ଥାୟୀ କମିଟିି ସରକାରଙ୍କୁ ପରାମର୍ଶ ଦେଇଛି। ବର୍ତ୍ତମାନ ଏହା କେବଳ ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ରହିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌) ଦେଶର ସମସ୍ତ ରାଜ୍ୟରେ ଏହା ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଛି। ବ୍ଲକ ଏବଂ ଜିଲା ସ୍ତରରେ କୃଷି ଯନ୍ତ୍ରୀଙ୍କ ଆବଶ୍ୟକତା ରହିଛି କାରଣ କୃଷକମାନଙ୍କୁ ସେମାନଙ୍କ କ୍ଷେତରେ ପ୍ରଶିକ୍ଷଣ ଦେବା, ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଇବା ଏବଂ ତାହାର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ କୌଣସି ବୈଷୟିକ କିମ୍ବା ଯାନ୍ତ୍ରିକ ଶ୍ରମଶକ୍ତି ଉପଲବ୍ଧ ନାହିଁ। କୃଷି ଯନ୍ତ୍ରପାତି ମହଙ୍ଗା ହେତୁ କ୍ଷୁଦ୍ର ଚାଷୀମାନେ ତାହା କିଣିବାରେ ସକ୍ଷମ ନୁହନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରାୟ ସମସ୍ତ ରାଜ୍ୟରେ ‘କୃଷି ଅଭିଯାନ୍ତ୍ରିକ କେନ୍ଦ୍ର’ ଏବଂ ‘ଫାର୍ମ ମେଶିନାରୀ ବ୍ୟାଙ୍କ’ ସ୍ଥାପନ କରିଛନ୍ତି। ଯେଉଁଠାରେ କୃଷକମାନେ ଏହି ଯନ୍ତ୍ରପାତି (ମେଶିନ)ଗୁଡ଼ିକର ସବିଶେଷ ତଥ୍ୟ ହାସଲ କରିପାରିବେ। କିନ୍ତୁ ଏହି ଯୋଜନାଗୁଡ଼ିକର ଲାଭ ଏପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ସ୍ତରରେ ପହଞ୍ଚତ୍ ନାହିଁ। ସେପ୍ଟେମ୍ବର କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ପାଇଁ ସଂସଦୀୟ କମିଟିି କୃଷି ଯାନ୍ତ୍ରିକ ନିର୍ଦ୍ଦେଶାଳୟ ଗଠନ ପାଇଁ ମଧ୍ୟ ପରାମର୍ଶ ଦେଇଛି। ସାମଗ୍ରିକ ରୂପେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରିବା ଦ୍ୱାରା ଭାରତୀୟ କୃଷିକ୍ଷେତ୍ର ସମ୍ମୁଖୀନ ହେଉଥିବା ବହୁମୁଖୀ ସମସ୍ୟାର ମୁକାବିଲା ପାଇଁ ଏକ ସୁଯୋଗ ପାଇବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୮୬୫୮୯୭୩୪୬୨


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri