ଏପଟେ ମଲ ସେପଟେ ମାରିଲ

ଲିବ୍ୟା ରାଜଧାନୀ ତ୍ରିପୋଲିରୁ ୧୧୦ କି.ମି. ଦୂର ଜ୍ୱାରା ସହରରୁ ୮୬ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଜାହାଜଟି ଭୂମଧ୍ୟସାଗରରେ ବୁଡ଼ିଯିବାରୁ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ମାଇଗ୍ରେଶନ (ଆଇଓଏମ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମୁଦ୍ରପଥରେ ଦେଶାନ୍ତରର ବିପଜ୍ଜନକ ଯାତ୍ରା ଓ ମୃତ୍ୟୁର ଇତିହାସକୁ ଯଦି ଦେଖାଯାଏ ତେବେ ଏହା ଆରମ୍ଭ ହୋଇଥିଲା ଭିଏଟ୍‌ନାମର ବୋଟ୍‌ ପିପୁଲଙ୍କଠାରୁ। ୧୯୭୫ରେ ଭିଏଟ୍‌ନାମରୁ ଆମେରିକା ଓହରି ଯାଇଥିଲା। ତା’ଫଳରେ ସେଠାରେ ଯୁଦ୍ଧ ଶେଷହେଲା ଏବଂ ଉଭୟ ସୋଭିଏଟ୍‌ ରୁଷିଆ ଓ ଚାଇନା ସମର୍ଥିତ କମ୍ୟୁନିଷ୍ଟ ଶାସକମାନେ ସମଗ୍ର ଦେଶ ଅର୍ଥାତ୍‌ ଉତ୍ତର ଓ ଦକ୍ଷିଣ ଭିଏଟ୍‌ନାମରେ ବିଜୟ ଲାଭ କଲେ। ଏହା ଫଳରେ ଦୀର୍ଘଦିନ ଧରି ଆମେରିକାର ଯୁଦ୍ଧକୁ ସମର୍ଥନ କରିଆସୁଥିବା କମ୍ୟୁନିଷ୍ଟ ବିରୋଧୀ ଲୋକମାନେ ଭିଏଟ୍‌ନାମ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ। ସାନବଡ଼ ଡଙ୍ଗାରେ ସେମାନେ ଜୀବନ ବଞ୍ଚାଇବା ପାଇଁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ମଧ୍ୟ ଅନେକଙ୍କର ମୃତ୍ୟୁ ଘଟିଥିଲା। ତାହା ସମ୍ଭବତଃ ଥିଲା ପୃଥିବୀର ବଡ଼ ଧରଣର ଦେଶାନ୍ତରଣ ଏବଂ ସେମାନଙ୍କୁ ‘ବୋଟ୍‌ ପିପୁଲ’ ଆଖ୍ୟା ଦିଆଯାଇଥିଲା। ୧୯୯୫ ମଧ୍ୟରେ ପ୍ରାୟ ୯ ଲକ୍ଷ ଭିଏଟ୍‌ନାମ ଶରଣାର୍ଥୀ ହଂକଂ, ଇଣ୍ଡୋନେସିଆ, ମ୍ୟାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଆଦି ଦେଶକୁ ଚାଲିଯାଇଥିଲେ। ଗୋଟିଏ ଦେଶରୁ ବିପୁଳ ସଂଖ୍ୟକ ଲୋକ ସ୍ଥାନାନ୍ତର ହେବା ଯେତିକି ଚିନ୍ତାଜନକ ଥିଲା ସେଥିରୁ ୨ରୁ ୪ ଲକ୍ଷଙ୍କର ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ। ତେବେ ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାର ଏକଚ୍ଛତ୍ରବାଦୀ ଶାସକ କର୍ନେଲ ମୁଆମାର ଗଦାଫିଙ୍କୁ ଗାଦିଚ୍ୟୁତ କରିବା ଲାଗି ୨୦୧୧ରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଓ ସେହି ସମୟରୁ ଲୋକେ ଅନ୍ୟ ଦେଶକୁ ପଳାୟନ ଆରମ୍ଭ କରିଥିଲେ। ନାଟୋ ସହଯୋଗରେ ବିଦ୍ରୋହୀମାନେ ଗଦାଫିଙ୍କୁ ହତ୍ୟା କରିବା ପରେ ୪ ଦଶନ୍ଧିର ଏକଚ୍ଛତ୍ରବାଦ ଶାସନର ଅବସାନ ଘଟିଥିଲା। କିନ୍ତୁ ଗଦାଫିଙ୍କ ମୃତ୍ୟୁ ପରେ ଲିବ୍ୟାରେ ଅରାଜକତା ସୃଷ୍ଟି ହୋଇଗଲା। ଏଥିଯୋଗୁ ରାଜନୈତିକ ସ୍ଥିରତା ଆସିପାରୁନାହିଁ କି ଦେଶାନ୍ତରଣ ବନ୍ଦ ହୋଇପାରିନାହିଁ। ବିଶେଷକରି ଲିବ୍ୟା ଶରଣାର୍ଥୀମାନେ ଭୂମଧ୍ୟସାଗର ଦେଇ ଇଟାଲି, ଗ୍ରୀସ, ସ୍ପେନ ଆଦି ୟୁରୋପୀୟ ଦେଶକୁ ଚାଲିଯାଉଛନ୍ତି। ଜାନୁୟାରୀ ୨୦୨୩ରୁ ସେପ୍ଟେମ୍ବର ୩୦ ସୁଦ୍ଧା ୧,୮୬,୦୦୦ ଲିବ୍ୟା ଶରଣାର୍ଥୀ ୟୁୁରୋପୀୟ ଦେଶଗୁଡ଼ିକୁ ଚାଲିଯାଇଛନ୍ତି ଓ ସମୁଦ୍ରପଥରେ ଯିବା ସମୟରେ ସେମାନଙ୍କ ମଧ୍ୟରୁ ୨,୫୦୦ଙ୍କ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ୟୁଏନ୍‌ ହାଇକମିଶନ ଫର ରିଫ୍ୟୁଜିସ (ୟୁଏନ୍‌ଏଚ୍‌ସିଆର୍‌)ବା ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ତଥ୍ୟରୁ ଜଣାପଡ଼ିଛି। ୨୦୨୨ରେ ଏହି ସଂଖ୍ୟା ଥିଲା ୧,୬୮୦। କେବଳ ଲିବ୍ୟା ନୁହେଁ ମ୍ୟାନ୍‌ମାର, ସୁଦାନ, ଦକ୍ଷିଣ ସୁଦାନ, ସିରିଆ, ସୋମାଲିଆ, ଇରିଟ୍ରିଆ ଓ ଆଫଗାନିସ୍ତାନ ଭଳି ଦେଶରୁ ଲୋକମାନେ ଅଧିକ ସଂଖ୍ୟାରେ ଦେଶାନ୍ତର ହେବାରେ ଲାଗିଛନ୍ତି।
ବିଭିନ୍ନ ଦେଶରେ ଗୃହଯୁଦ୍ଧ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ଲୋକମାନେ ନିଜ ଦେଶଛାଡ଼ି ଅନ୍ୟ ଦେଶକୁ ଗଲାପରେ ସେଠାରେ ସ୍ଥାନୀୟ ଭାଷା, ସଂସ୍କୃତି, ଖାଦ୍ୟ ଭଳି ଅନେକ ସାମାଜିକ ଦିଗରୁ ସେଠାକାର ଲୋକଙ୍କ ସାଙ୍ଗରେ ମିଶିପାରୁନାହାନ୍ତି। ଫଳରେ ୟୁରୋପର ଅନେକ ଦେଶରେ ବିଦେଶୀମାନେ ଅଶାନ୍ତି ସୃଷ୍ଟି କଲେଣି। ପୋଲାଣ୍ଡ, ହଙ୍ଗେରୀ ଓ ସ୍ପେନ ଭଳି ଅନେକ ୟୁରୋପୀୟ ଦେଶ ଏବେ ଏହି ବିଦେଶୀଙ୍କୁ ସ୍ବୀକାର କରିବା ନୀତିକୁ ବିରୋଧ କରିବା ସହିତ ପୁନର୍ବିଚାର ପାଇଁ ଦାବି କଲେଣି। ୟୁରୋପକୁ ମୁଖ୍ୟତଃ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଶରଣାର୍ଥୀ ବହୁଳ ସଂଖ୍ୟାରେ ଆସୁଥିବାରୁ ସେମାନଙ୍କର ପ୍ରଥମ ସମସ୍ୟା ଧର୍ମକୁ ନେଇ ଆରମ୍ଭ ହୋଇଗଲାଣି। ସ୍ଥିତି ବଡ଼ ବିଚିତ୍ର ପାଲଟି ଗଲାଣି। ଯେଉଁ ଦେଶ ଏହି ଶରଣାର୍ଥୀମାନଙ୍କୁ ସ୍ବୀକାର କରିବ ତାହା ଖୁବ୍‌ଶୀଘ୍ର ସାମାଜିକ ମୃତ୍ୟୁର ସମ୍ମୁଖୀନ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି। ଅନ୍ୟପଟେ ଏହି ବିପୁଳ ସଂଖ୍ୟକ ଶରଣାର୍ଥୀଙ୍କୁ ଅସ୍ବୀକାର କରାଯାଉଥିବାରୁ ସେମାନଙ୍କର ତତ୍‌କ୍ଷଣାତ ମୃତ୍ୟୁ ଘଟୁଛି। ଅର୍ଥାତ୍‌ ଏପଟେ କଲେ ମଲ ସେପଟେ ନ କଲେ ମଲ। ଏହି ସମସ୍ୟାର ସମାଧାନ କାହାରି ପାଖରେ ନ ଥିଲା ଭଳି ମନେହେଉଛି। କେବଳ ରୁଷିଆ ଭଳି ଏକ ବିରାଟକାୟ ଦେଶରେ ଏହି ଶରଣାର୍ଥୀମାନଙ୍କୁ ରଖାଯାଇପାରିଲେ ହୁଏତ, କିଛି ଅଂଶରେ, ସମସ୍ୟାର ସମାଧାନ ମିଳିପାରେ।

ୟୁରୋପକୁ ମୁଖ୍ୟତଃ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଶରଣାର୍ଥୀ ବହୁଳ ସଂଖ୍ୟାରେ ଆସୁଥିବାରୁ ସେମାନଙ୍କର ପ୍ରଥମ ସମସ୍ୟା ଧର୍ମକୁ ନେଇ ଆରମ୍ଭ ହୋଇଗଲାଣି। ସ୍ଥିତି ବଡ଼ ବିଚିତ୍ର ପାଲଟି ଗଲାଣି। ଯେଉଁ ଦେଶ ଏହି ଶରଣାର୍ଥୀମାନଙ୍କୁ ସ୍ବୀକାର କରିବ ତାହା ଖୁବ୍‌ଶୀଘ୍ର ସାମାଜିକ ମୃତ୍ୟୁର ସମ୍ମୁଖୀନ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri