Posted inଜାତୀୟ

ଏମ୍‌ସିଡି ହାଉସ୍‌ ରଣକ୍ଷେତ୍ର

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି)ର ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନରେ ଭୋଟ ପୁନଃ ଗଣନାକୁ ଏଏପି କାଉନସିଲରମାନେ ବିରୋଧ କରିଥିଲେ। ଏମ୍‌ସିଡି ମେୟର ଶେଲି ଓବେରୟ ଶୁକ୍ରବାର ପୁନଃଗଣତିକୁ ବନ୍ଦ କରିବା ପରେ ଏହାକୁ ନେଇ ଗୃହରେ ତୁମୁଳ କାଣ୍ଡ ଘଟିଯାଇଛି। ଏଏପି ଏବଂ ଭାଜପା କାଉନସିଲରମାନେ ପରସ୍ପରକୁ ମୁଥ ଓ ଗୋଇଠା ମାରିବା ସହ ଚୁଟି ଘୋଷାଡ଼ୁଥିବା ଦେଖାଯାଇଥିଲା। କେତେଜଣଙ୍କ କୁର୍ତ୍ତା ଚିରିଯାଇଥିଲା। ସଂଘର୍ଷ ବେଳେ ଦୁଇଜଣ ସଦସ୍ୟ ତଳେ ପଡ଼ିଯାଇଥିଲେ। ଏଏପି କାଉନସିଲର ଅଶୋକ କୁମାର ମାନୁ ମୂର୍ଚ୍ଛା ଯାଇଥିଲେ। କାଉନସିଲରମାନେ ଏଭଳି ନିର୍ଲଜ ହୋଇଯାଇଥିଲେ ଯେ, ସେମାନେ ମହିଳା ସଦସ୍ୟମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ମେୟର ଓବେରୟଙ୍କୁ ମଧ୍ୟ ଭାଜପା ଗୁଣ୍ଡାମାନେ ଆକ୍ରମଣ କରିଥିବା ଏଏପି ଅଭିଯୋଗ କରିଛି। ମହିଳା ସୁରକ୍ଷାକର୍ମୀମାନେ ତାଙ୍କୁ ଏସ୍‌କର୍ଟ କରି ନେଇଯାଇଥିଲେ।
ପୁନଃଗଣତି ପ୍ରକ୍ରିୟା ବନ୍ଦ ଲାଗି ମେୟରଙ୍କ ନିଷ୍ପତ୍ତି ବିରୋଧରେ ଭାଜପା କାଉନସିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଇକ ଭାଙ୍ଗିବା ଏବଂ ବାଲଟ ପେପର ଚିରିବା ଆରମ୍ଭ କରିଦେଇଥିଲେ। ସେମାନେ ଗୃହରେ ସ୍ଲୋଗାନ ଦେବା ସହ ପୋଲିଂ ବୁଥ୍‌କୁ ଭାଙ୍ଗିଦେଇଥିଲେ। ପୁନଃଗଣତି ପାଇଁ ଗୋଟିଏ ଦଳ ଚାହୁଁଥିବାବେଳେ ଅନ୍ୟ ଦଳ ବିରୋଧ କରୁଥିବାରୁ ଏହାକୁ ସ୍ଥଗିତ ରଖାଗଲା ବୋଲି ମେୟର ଓବେରୟ କହିଥିଲେ। ପୂର୍ବରୁ ସବୁଠୁ ପ୍ରଭାବଶାଳୀ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ଲାଗି ଭୋଟଗ୍ରହଣ ପରେ ଗୋଟିଏ ଭୋଟକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ମେୟର ଉକ୍ତ ଭୋଟକୁ ଅବୈଧ ଘୋଷଣା କରିଥିଲେ।
ଭାଜପାର ଜଣେ କାଉନସିଲର କହିଛନ୍ତି, ଭୋଟ ବୈଧ ଥିଲା। ଏହାକୁ ଅବୈଧ ଘୋଷଣା କରାଯିବା ଦ୍ୱାରା ଏଏପି ପ୍ରାର୍ଥୀ ବିଜୟୀ ହୋଇଯିବେ। ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ଭୋଟ ଗଣନା ନିୟମାବଳୀକୁ ମେୟର ଉପେକ୍ଷା କରିଥିବା ଅନ୍ୟ ଜଣେ ଭାଜପା କାଉନସିଲର ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ମେୟର କହିଛନ୍ତି, ଭାଜପା ଏକ ଗୁଣ୍ଡା ଦଳ ବୋଲି ଏମ୍‌ସିଡି ହାଉସ୍‌ରେ ହଙ୍ଗାମା କରି ସାରା ଦେଶକୁ ଦେଖାଇ ଦେଇଛି। ସେମାନେ ଗୋଟିଏ ଭୋଟରେ ହାରିଯିବେ ଜାଣିବା ପରେ ଏଏପି ସଦସ୍ୟମାନଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଟେବୁଲ ଉପରେ ଚଢ଼ି ଧମକ ଦେଇଥିଲେ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri