ଯକ୍ଷ୍ମା ନିୟନ୍ତ୍ରଣରେ ମୟୂରଭଞ୍ଜ ରାଜ୍ୟରେ ଶ୍ରେଷ୍ଠ

ବାରିପଦା ଅଫିସ,୨୫ା୩: ବିଶ୍ବ ଯକ୍ଷ୍ମା ଦିବସରେ ମୟୂରଭଞ୍ଜ ଜିଲାକୁ ଶ୍ରେଷ୍ଠ ଯକ୍ଷ୍ମା ରୋଗ ମୁକ୍ତ ଜିଲା ଭାବେ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୂପଭାନୁ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ପୁରସ୍କୃତ କରିଛନ୍ତି। ଡାକ୍ତର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ଓ ସକାରାତ୍ମକ ସହଯୋଗ ଦ୍ବାରା ଏହି ସଫଳତା ସମ୍ଭବ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି।
ଯେ, ଜିଲାରେ ‘ଟିବି ହାରିବ, ଦେଶ ଜିତିବ’ ସ୍ଲୋଗାନକୁ ନେଇ ଯକ୍ଷ୍ମା ବିଭାଗ କାମ କରି ଆସୁଛି। ଭାରତ ସରକାରଙ୍କ ୨୦୨୫ ସୁଦ୍ଧା ଦେଶ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ କାର୍ଯ୍ୟକ୍ରମ ଅନୁସାରେ ମୟୂରଭଞ୍ଜ ଜିଲା ଯକ୍ଷ୍ମା ବିଭାଗ, ବେସରକାରୀ ଅନୁଷ୍ଠାନ, ଜିଲାର ସମସ୍ତ ସ୍ବାସ୍ଥ୍ୟ କର୍ମୀ, ସ୍ବାସ୍ଥ୍ୟ ଅଧିକାରୀ ଓ ଲୋକ ପ୍ରତିନିଧି ନିଜକୁ ଉତ୍ସର୍ଗ କରିଛନ୍ତି। ଏଣୁକରି ତାଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ସକରାତ୍ମକ ସହଯୋଗ ବାସ୍ତବ ରୂପ ନେଇଛି। ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲା ଓ ଓଡ଼ିଶାର ସବୁଠାରୁ ବଡ଼ ଜିଲା। ତାହା ସହିତ ଓଡ଼ିଶାର ସବୁଠାରୁ ବଡ ଯକ୍ଷ୍ମା ବିଭାଗ ଜିଲା । ଆୟତନ ଦୃଷ୍ଟି କୋଣରୁ ଏହି ଜିଲାରେ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ମଧ୍ୟ ସମସ୍ତଙ୍କ ବହୁତ କଷ୍ଟକର ଅନୁଭୂତି ରହିଥିବା ଡାକ୍ତର ମିଶ୍ର କହିଛନ୍ତି। ଜିଲାରେ ବର୍ତ୍ତମାନ ୨୬ଟି ବ୍ଲକ୍‌ରେ ୨୬ଗୋଟି ସ୍ବତନ୍ତ୍ର ଯକ୍ଷ୍ମା ୟୁନିଟ କାର୍ଯ୍ୟ କରୁଛି। ଜିଲାବାସୀଙ୍କ ଓ ସରକାରୀ କର୍ମଚାରୀଙ୍କ ସକାରାତ୍ମକ ମାନସିକତା ଜିଲାକୁ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମ ପାଇଁ ଅଗ୍ରଣୀ ଜିଲା ହିସାବରେ ପରିଗଣିତ କରିଛି। ବର୍ଷ ରାଜ୍ୟ ସରକାର ମୟୂରଭଞ୍ଜ ଜିଲାକୁ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ କାମ ପାଇଁ ବିଶ୍ବ ଯକ୍ଷ୍ମା ଦିବସରେ ଏକ ନମ୍ବର ଜିଲା ଭାବେ ଘୋଷଣା କରିଛନ୍ତି। ଯକ୍ଷ୍ମାରୁ ମୁକ୍ତ ହୋଇଥିବା ଯୁବତୀଯୁବକ ଯକ୍ଷ୍ମା ଚାମ୍ପିୟନ ଭାବେ ଅଭିଯାନରେ କାର୍ଯ୍ୟକରି ପ୍ରଶଂସା ସାଉଁଟୁଛନ୍ତି। ଏହି ସଫଳତା ସମସ୍ତଙ୍କୁ ଆଗାମୀ ନୂତନ ବର୍ଷରେ କାର୍ଯ୍ୟ ସମ୍ପାଦନାରେ ଉତ୍ସାହ ଦେବା ସହିତ ଯକ୍ଷ୍ମା ମୁକ୍ତ ଦେଶ ଗଠନରେ ମୟୂରଭଞ୍ଜ ଜିଲା ଅଗ୍ରଣୀ ରହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?