ମୟୂରଭଞ୍ଜ କାଇ ପିମ୍ପୁଡ଼ି ଚଟଣିକୁ ମିଳିବ ଜିଆଇ ଟ୍ୟାଗ୍‌ ମାନ୍ୟତା

ବାରିପଦା,୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର କାଇ ପିମ୍ପୁଡ଼ି ଚଟଣିକୁ ଭୌଗୋଳିକ ପରିଚୟ(ଜିଆଇ ଟ୍ୟାଗ୍‌ ମାନ୍ୟତା) ମିଳିବା ଲାଗି ପଥ ପରିଷ୍କାର ହୋଇଛି। କାଇ ପିମ୍ପୁଡ଼ି ଚଟଣିରେ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନେଇ ପ୍ରକ୍ରିିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ମାନ୍ୟତା ମିଳିଲେ ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ। ଏନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ମୟୂରଭଞ୍ଜ କାଇ ସୋସାଇଟି କାଇ ଚଟଣିକୁ ଭୌଗୋଳିକ ପରିଚୟ ପ୍ରଦାନ ଲାଗି ଆବେଦନ କରିଥିବା ବେଳେ ଭୁବନେଶ୍ୱର ଓୟୁଏଟି ପକ୍ଷରୁ ଏହାକୁ ଉପସ୍ଥାପନ କରାଯାଇଥିଲା। ତେବେ ୩ ମାସ ମଧ୍ୟରେ ଏହି ମାନ୍ୟତା ପ୍ରଦାନ କରାଯିବ ବୋଲି ଓୟୁଏଟି ସୂତ୍ରରୁ ଜଣାପଡ଼ିଛି ା
ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲାରେ ଆଦିବାସୀମାନଙ୍କର ଖାଦ୍ୟ ରୂପେ କାଇ ଚଟଣିର ଆଦର ରହିଛି। ଏହି ଖାଦ୍ୟରେ ଔଷଧୀୟ ଗୁଣ ଭରପୂର ରହିଥିବାରୁ ଏହାକୁ ସାଧାରଣ ଲୋକେ ମଧ୍ୟ ବ୍ୟବହାର କରିଥାନ୍ତି। କାଇ ପିମ୍ପୁଡ଼ିକୁ ଲୋକେ ସଂଗ୍ରହକରି ଚଟଣି ମାଧ୍ୟମରେ ଏହାକୁ ଖାଇଥାନ୍ତି। ଏହାକୁ ଖାଇଲେ ଥଣ୍ଡାଜନିତ ନିମୋନିଆ, ଶ୍ୱାସ ଆଦି ରୋଗରୁ ଉପଶମ ମିଳିଥାଏ। ଏପରିକି କୋଭିଡ୍‌-୧୯ ସମୟରେ ଏହି ଚଟଣିକୁ ବ୍ୟବହାରକରି ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ କରୋନା ମହାମାରୀରୁ ଆଶ୍ୱସ୍ତି ଲାଭ କରିଥିବା କୁହାଯାଉଛି। ଏହି ଚଟଣି ଖାଇଲେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ ା ଫଳରେ ଏହାର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବା ସହ ହାଟବଜାରରେ ଏହାର ଚାହିଦା ବଢ଼ିଚାଲିଥିବା ଦେଖିବାକୁ ମିଳୁଛି। ବିଶେଷକରି ଆଦିବାସୀମାନେ ଏହାକୁ ପତ୍ରଠୋଲାରେ ବିକ୍ରିକରି ପରିବାର ଭରଣପୋଷଣ କରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?