Posted inଖେଳ

ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ

ବାମ୍ବୋଲିମ୍‌, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ଏଠାରେ ୯ମ ମ୍ୟାଚ ଖେଳିଥିବା ଓଡ଼ିଶା ଏଫ୍‌ସିର ଏହା ଥିଲା ପ୍ରଥମ ବିଜୟ। ପୂର୍ବରୁ ୮ ମ୍ୟାଚରୁ ଦଳ ୬ଟିରେ ପରାଜିତ ହୋଇଥିବାବେଳେ ୨ଟି ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ କେରଳ ୯ ମ୍ୟାଚରୁ ୫ମ ପରାଜୟ ବରଣ କରିଛି। ଦଳ ୧ ବିଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲରେ ୧୦ମ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ଏଫ୍‌ସି ୧ ବିଜୟ, ୨ ଡ୍ର ଓ ୬ ପରାଜୟ ସହ ୫ ପଏଣ୍ଟରେ ପହଞ୍ଚତ୍ ଏକାଦଶ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ମ୍ୟାଚଟି ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୭ମ ମିନିଟରେ ଜୋର୍ଡାନ ମୁରେ ଏକ ଗୋଲ ଦେଇ କେରଳକୁ ଅଗ୍ରଣୀ କରାଇଥିଲେ। କାଖୁଣ୍ଡୋ ପେରେରା ପଡ଼ିଆ ମଝିରୁ ମାରିଥିବା ଫ୍ରି କିକ୍‌ ଓଏଫସି ପୋଷ୍ଟରେ ପଡ଼ିଥିଲା। ରାହୁଲ କେ.ପି. ହେଡ୍‌ କରି ଗୋଲକିପରଙ୍କ ଡାହାଣ ପଟରେ ଗୋଲ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ଅର୍ଶଦୀପ ସିଂ ତାହା ହେବାକୁ ଦେଇ ନ ଥିଲେ। ବଲଟି ଫେରି ଆସୁଥିବାବେଳେ ଜୋର୍ଡାନ ଚତୁରତାର ସହ ତାହାକୁ ପୋଷ୍ଟ ମଧ୍ୟକୁ ପଠାଇବାରେ ସକ୍ଷମ ହୋଇଥିଲେ। ଓଏଫ୍‌ସି ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୨୨ତମ ମିନିଟରେ ଭାଗ୍ୟ ସାଥ୍‌ ଦେଇଥିଲା। କେରଳ ପୋଷ୍ଟ ମଧ୍ୟରେ ଡିଏଗୋ ମୌରିସିଓଙ୍କୁ ଦେଖି ଜେରୀ ମାଓ୍ବିମିଙ୍ଗଥଙ୍ଗା ବଲ୍‌ ପାସ୍‌ କରିଥିଲେ। ମୌରିସିଓ ଲୋ କ୍ରସ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରୁଥିବାବେଳେ କେରଳର ଜ୍ୟାକସନ ସିଂ ତ୍ରୁଟିପୂର୍ଣ୍ଣଭାବେ ଡିଫ୍ଲେକସନ କରି ନିଜ ପୋଷ୍ଟ ମଧ୍ୟକୁ ବଲ ପଠାଇ ଦେଇଥିଲେ। ତାଙ୍କ ଆତ୍ମଘାତୀ ଗୋଲ ଯୋଗୁ ମ୍ୟାଚ ୧-୧ ସ୍ଥିତିରେ ପହଞ୍ଚତ୍ଥିଲା ଏବଂ ଓଡ଼ିଶା ଏଫ୍‌ସି ପ୍ରତ୍ୟାବର୍ତ୍ତନ କରିଥିଲା। ୪୨ତମ ମିନିଟରେ ମାଓ୍ବିମିଙ୍ଗଥଙ୍ଗାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଷ୍ଟିଭେନ୍‌ ଟେଲର ପ୍ରଥମାର୍ଦ୍ଧ ଶେଷ ବେଳକୁ ଓଡ଼ିଶା ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଓଡ଼ିଶା ଏଫ୍‌ସି ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଥିଲା। ୫୦ତମ ମିନିଟରେ ମାଓ୍ବିମିଙ୍ଗଥଙ୍ଗାଙ୍କ ପାସ୍‌କୁ ଗୋଲ କରି ଡିଏଗୋ ମୌରିସିଓ ଓଡ଼ିଶା ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। କେବଳ ସେତିକି ନୁହେଁ ଏହାର ୧୦ ମିନିଟ ପରେ ଅର୍ଥାତ୍‌ ୬୦ତମ ମିନିଟରେ ନନ୍ଦକୁମାର ସେକର ଦେଇଥିବା ପାସ୍‌କୁ ଗୋଲରେ ରୂପାନ୍ତରିତ କରି ମୌରିସିଓ ଦଳର ବିଜୟ ଆଶାକୁ ମଜଭୂତ କରିଥିଲେ। ମାତ୍ର ଖେଳ ଏତିକିରେ ଶେଷ ହୋଇ ନ ଥିଲା। ୭୯ତମ ମିନିଟରେ ଗ୍ୟାରୀ ହୁପର ଏକ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ତେବେ ଅବଶିଷ୍ଟ ସମୟରେ ଓଡ଼ିଶା ଏଫ୍‌ସି ଖେଳାଳିମାନେ ସତର୍କତା ଅବଲମ୍ବନ କରି କେରଳ ଖେଳାଳିଙ୍କୁ ପ୍ରଭାବ ବିସ୍ତାର କରିବାକୁ ଦେଇ ନ ଥିଲେ। ରେଫରିଙ୍କ ହ୍ବିସିଲ ବାଜିବାକ୍ଷଣି ଓଡ଼ିଶା ଏଫ୍‌ସି ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ୩ ପଏଣ୍ଟ ପାଇଥିବାବେଳେ ମାଓ୍ବିମିଙ୍ଗଥଙ୍ଗା ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ମୌରିସିଓ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri