ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା

କୋରାପୁଟ,୯।୩(ସ୍ବ.ପ୍ର.): ଶୁକ୍ରବାର ମାଟ୍ରିକ ପରୀକ୍ଷା। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ଗୁରବାର ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି।

କୋରାପୁଟ ଜିଲାରେ ମାଟ୍ରିକ ପରୀକ୍ଷା ପାଇଁ ୮୦ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଏଥିରେ ପ୍ରାୟ ୧୭ହଜାର ୨୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି। ପରୀକ୍ଷା ନେଇ ମଙ୍ଗଳବାର ବୋର୍ଡରୁ ପ୍ରଶ୍ନପତ୍ର ଆସି କୋରାପୁଟରେ ପହଞ୍ଚିଛି। ପ୍ରଶ୍ନପତ୍ରକୁ ସୁରକ୍ଷାରେ ରଖିବା ପାଇଁ ୧୦ଟି ସ୍ଥାନକୁ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫ଟି ସ୍କୁଲରେ ଓ ୫ଟି ପୋଲିସ ଥାନାରେ ପ୍ରଶ୍ନପତ୍ର ରଖାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ପ୍ରଶ୍ନପତ୍ରଗୁଡିକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଇବା ପାଇଁ ୨୦ଟି ଟିମ୍‌ ଗଠନ କରାଯାଇଛି। ଏପରିକି ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ଏବଂ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ବୋର୍ଡ, ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସ୍କ୍ବାର୍ଡ କରାଯାଇଛି। ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ବୋଲି ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ନିମନ୍ତେ ରହିଥିବା ଗାଇଡ୍‌ଲାଇନ ତଥା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କେନ୍ଦ୍ର ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସମସ୍ତ କେନ୍ଦ୍ର ଅଧୀକ୍ଷକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ ନିଦ୍ଦେଶନାମା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ନାହାକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ଦୈତାରୀ ପଣ୍ଡା ନିଖୋଜ

ବାଲେଶ୍ୱର ଅଫିସ, ୭ା୭: ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା ନିଖୋଜ ଥିବା ନେଇ ବାଲେଶ୍ୱର ଜିଲା ଔପଦା ଥାନାରେ ଅଭିଯୋଗ ହୋଇଛି। ପାର୍ବତୀ...

ବିଧାୟକଙ୍କ ଜେଇଙ୍କୁ ବସ୍‌ଉଠ୍‌ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି

ପାଟଣାଗଡ଼,୨୧।୬(ଡି.ଏନ୍‌.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିଥିବା ଘଟଣାରେ...

ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ

ଭଦ୍ରକ ଅଫିସ,୩୧।୧୨: ଭଦ୍ରକ ଜିଲା ବନ୍ତ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନଶକ୍ତି ଋଣମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ଜିଲା ପ୍ରୋଜେକ୍ଟ ମ୍ୟାନେଜର ସଞ୍ଜୟ ବାରିକଙ୍କ...

ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍‌: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା...

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ...

ହାତିଆସୁଣୀ ପୀଠର ଉନ୍ନତୀକରଣ କରାଯାଉ

ବୋଲଗଡ଼, ୯।୧୦(ଡି.ଏନ୍‌.ଏ.):ରା.େଜ୍ୟ ସରକାର ବିଭିନ୍ନ ପୀଠର ପୁନରୁଦ୍ଧାର ଏବଂ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଖୋର୍ଦ୍ଧା ଜିଲା...

କେନାଲରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ବୁଗୁଡ଼ା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶିଆଳି ଗ୍ରାମର ନିଖୋଜ ଥିବା ଚାଷୀ ସନ୍ତୋଷ ରାଉତ (୫୭)ଙ୍କ ମୃତଦେହ କେନାଲରୁ ସୋମବାର ଉଦ୍ଧାର କରାଯାଇଛି।...

୧୩ ନଂ. ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା: ସାମାଜିକ ଦୂରତା ରଖି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଜଗନ୍ନାଥପ୍ରସାଦ,୬।୫(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଚୋପର ଗ୍ରାମର ୧୩ ନମ୍ବର ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ସମସ୍ୟାର...

Advertisement
Archives

Model This Week