ଜାଗର ପାଇଁ ମାଟିଦୀପ

କଟକ,୭ା୩(ଶିଳ୍ପା ପ୍ରିୟଦର୍ଶିନୀ)ଶୁକ୍ରବାର ମହାଶିବରାତ୍ରି ବା ଜାଗର ଅମାବାସ୍ୟା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି କଟକ ସହର। ଦୀପ କାରିଗରଙ୍କୁ ଟିକେ ବି ଫୁରସତ୍‌ ନାହିଁ। ସରସ୍ବତୀ ପୂଜାଠାରୁ ଦୀପ ତିଆରି କାମ ଆରମ୍ଭ କରିଥାନ୍ତି କୁମ୍ଭକାର। ଫ୍ୟାନ୍ସି ବା କୋଲକାତା ଗଙ୍ଗା ମାଟିରେ ତିଆରି ଦୀପର ଚାହିଦା ଅଧିକ ଥିଲେ ମଧ୍ୟ ଲୋକେ କଟକ କାରିଗରଙ୍କ ହାତ ତିଆରି ମାଟିଦୀପକୁ ଭୁଲିନାହାନ୍ତି। ବିଡାନାସୀ କୁମ୍ଭାରସାହିରେ ଦିନରାତି ଏକ କରି କାରିଗର ଦୀପ ତିଆରି କରିବାରେ ବ୍ୟସ୍ତ ରହିଛନ୍ତି। ଚଳିତବର୍ଷ ଜାଗର ପାଇଁ କାରିଗର ସୁରେନ୍ଦ୍ର ବେହେରା ତିଆରି କରୁଛନ୍ତି ୭୦କେଜି ଘିଅ ଜଳିବାର ଦୀପ, ଯାହାର ଉଚ୍ଚତା ୮ ଇଞ୍ଚ ଓ ଚଉଡା ୨ଫୁଟ୍‌ ରହିଛି। ଏହି ଦୀପର ମୂଲ୍ୟ ପ୍ରାୟ ୫ହଜାର ଟଙ୍କା। ଏହି ଦୀପଟି ବିଡ଼ାନାସୀ ନୂଆସାହି ଆଖଣ୍ଡଳମଣି ମନ୍ଦିରରେ ଜଳିବ। ସେହିପରି କାରିଗର କ୍ଷୀରୋଦ ସେନାପତି ୩୦ କିଲୋ ଘିଅ ଜଳିବାର ଦୀପ ତିଆରି କରିଛନ୍ତି, ଯାହାର ଉଚ୍ଚତା ୫ଇଞ୍ଚ ଓ ଚଉଡା ୧ଫୁଟ୍‌। ଏହି ଦୀପ ଅଲିଶା ବଜାର ଶିବ ମନ୍ଦିରରେ ଜଳିବ ଏବଂ ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ରହିଛି। ଜାଗରର ପ୍ରାୟ ଏକ ମାସ ପୂର୍ବରୁ କାରିଗରଙ୍କୁ କଟକ, ଭୁବନେଶ୍ୱର, ଆଠଗଡ଼, ପାରାଦୀପ, ହିନ୍ଦୋଳ, ରାସୋଳ, ଭଦ୍ରକ, ପୁରୀ ପ୍ରଭୃତି ଅନେକ ସ୍ଥାନରୁ ଅର୍ଡର ଆସିଥାଏ। ଏହି ଦୀପ ତିଆରି କରିବା ପାଇଁ ମାଟି, ବାଲି, ଝୋଟ, କପଡ଼ା ଇଦ୍ୟାଦି ବ୍ୟବହାର କରାଯାଇଥାଏ। ତେବେ ଏହି କାରିଗରମାନେ କେବଳ ବଡ଼ ନୁହେଁ ଛୋଟ ଆକୃତିର ଦୀପ ମଧ୍ୟ ତିଆରି କରିଥାନ୍ତି। ଛୋଟ ଆକୃତିର ଦୀପ ତିଆରି ପରେ ଏହାକୁ ଭାଟିରେ ପୋଡ଼ାଯାଇଥାଏ, କିନ୍ତୁ ବଡ଼ ଆକୃତିର ଦୀପଗୁଡ଼ିକୁ ଖରାରେ ଶୁଖାଯାଇଥାଏ। ପରେ ଦୀପଗୁଡିକରେ ବିଭିନ୍ନ ରଙ୍ଗ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri