ଜାଗର ପାଇଁ ମାଟିଦୀପ

କଟକ,୭ା୩(ଶିଳ୍ପା ପ୍ରିୟଦର୍ଶିନୀ)ଶୁକ୍ରବାର ମହାଶିବରାତ୍ରି ବା ଜାଗର ଅମାବାସ୍ୟା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି କଟକ ସହର। ଦୀପ କାରିଗରଙ୍କୁ ଟିକେ ବି ଫୁରସତ୍‌ ନାହିଁ। ସରସ୍ବତୀ ପୂଜାଠାରୁ ଦୀପ ତିଆରି କାମ ଆରମ୍ଭ କରିଥାନ୍ତି କୁମ୍ଭକାର। ଫ୍ୟାନ୍ସି ବା କୋଲକାତା ଗଙ୍ଗା ମାଟିରେ ତିଆରି ଦୀପର ଚାହିଦା ଅଧିକ ଥିଲେ ମଧ୍ୟ ଲୋକେ କଟକ କାରିଗରଙ୍କ ହାତ ତିଆରି ମାଟିଦୀପକୁ ଭୁଲିନାହାନ୍ତି। ବିଡାନାସୀ କୁମ୍ଭାରସାହିରେ ଦିନରାତି ଏକ କରି କାରିଗର ଦୀପ ତିଆରି କରିବାରେ ବ୍ୟସ୍ତ ରହିଛନ୍ତି। ଚଳିତବର୍ଷ ଜାଗର ପାଇଁ କାରିଗର ସୁରେନ୍ଦ୍ର ବେହେରା ତିଆରି କରୁଛନ୍ତି ୭୦କେଜି ଘିଅ ଜଳିବାର ଦୀପ, ଯାହାର ଉଚ୍ଚତା ୮ ଇଞ୍ଚ ଓ ଚଉଡା ୨ଫୁଟ୍‌ ରହିଛି। ଏହି ଦୀପର ମୂଲ୍ୟ ପ୍ରାୟ ୫ହଜାର ଟଙ୍କା। ଏହି ଦୀପଟି ବିଡ଼ାନାସୀ ନୂଆସାହି ଆଖଣ୍ଡଳମଣି ମନ୍ଦିରରେ ଜଳିବ। ସେହିପରି କାରିଗର କ୍ଷୀରୋଦ ସେନାପତି ୩୦ କିଲୋ ଘିଅ ଜଳିବାର ଦୀପ ତିଆରି କରିଛନ୍ତି, ଯାହାର ଉଚ୍ଚତା ୫ଇଞ୍ଚ ଓ ଚଉଡା ୧ଫୁଟ୍‌। ଏହି ଦୀପ ଅଲିଶା ବଜାର ଶିବ ମନ୍ଦିରରେ ଜଳିବ ଏବଂ ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ରହିଛି। ଜାଗରର ପ୍ରାୟ ଏକ ମାସ ପୂର୍ବରୁ କାରିଗରଙ୍କୁ କଟକ, ଭୁବନେଶ୍ୱର, ଆଠଗଡ଼, ପାରାଦୀପ, ହିନ୍ଦୋଳ, ରାସୋଳ, ଭଦ୍ରକ, ପୁରୀ ପ୍ରଭୃତି ଅନେକ ସ୍ଥାନରୁ ଅର୍ଡର ଆସିଥାଏ। ଏହି ଦୀପ ତିଆରି କରିବା ପାଇଁ ମାଟି, ବାଲି, ଝୋଟ, କପଡ଼ା ଇଦ୍ୟାଦି ବ୍ୟବହାର କରାଯାଇଥାଏ। ତେବେ ଏହି କାରିଗରମାନେ କେବଳ ବଡ଼ ନୁହେଁ ଛୋଟ ଆକୃତିର ଦୀପ ମଧ୍ୟ ତିଆରି କରିଥାନ୍ତି। ଛୋଟ ଆକୃତିର ଦୀପ ତିଆରି ପରେ ଏହାକୁ ଭାଟିରେ ପୋଡ଼ାଯାଇଥାଏ, କିନ୍ତୁ ବଡ଼ ଆକୃତିର ଦୀପଗୁଡ଼ିକୁ ଖରାରେ ଶୁଖାଯାଇଥାଏ। ପରେ ଦୀପଗୁଡିକରେ ବିଭିନ୍ନ ରଙ୍ଗ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri