ମ୍ୟାଥ୍‌ ଓ୍ବଣ୍ଡର ‘ଶକୁନ୍ତଲା ଦେବୀ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ଶକୁନ୍ତଲା ଦେବୀ’ର ଟ୍ରେଲର। ଏହାକୁ ଦେଖିବା ପରେ ଶକୁନ୍ତଲା ଦେବୀଙ୍କୁ ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା। ଏକଦା ଅଙ୍କଗଣନାର କମ୍ପ୍ୟୁଟର ଭାବେ ପରିଚିତ ଥିଲେ ଶକୁନ୍ତଲା ଦେବୀ। ତାଙ୍କର ଏଭଳି ପ୍ରତିଭା ଅନେକ ଗଣିତଜ୍ଞଙ୍କୁ ନିର୍ବାକ କରିଦେଉଥିଲା। କମ୍ପ୍ୟୁଟର ଉଦ୍ଭାବନ ପୂର୍ବରୁ ‘ମ୍ୟାଥ୍‌ ଓ୍ବଣ୍ଡର ଗର୍ଲ’ ଭାବେ ଭାରତ ସମେତ ଦେଶ ବିଦେଶରେ ସୁନାମ ଅର୍ଜନ କରିସାରିଥିଲେ ଶକୁନ୍ତଲା। ତତ୍କାଳୀନ ସମୟରେ ବଡ଼ ବଡ଼ ସଂଖ୍ୟାର ଗୁଣନ, ମିଶାଣ କରିପାରୁଥିବା କାଲ୍‌କୁଲେଟର ବାହାରି ନ ଥିଲେ ମଧ୍ୟ ମୁହଁରେ ମୁହଁରେ ଏଭଳି କାଲ୍‌କୁଲେଶନକୁ କିଛି କ୍ଷଣରେ ସମାଧାନ କରି ଚକିତ କରିଦେଉଥିଲେ ସେ। କମ୍ପ୍ୟୁଟର ପ୍ରଚଳନ ହେବା ପରେ ବି ‘ହ୍ୟୁମାନ କାଲ୍‌କୁଲେଟର’ ଆଖ୍ୟା ତାଙ୍କ ସହ ଯୋଡ଼ି ହୋଇରହିଥିଲା।
ବାଙ୍ଗାଲୁରୁର ଏକ କଳାକାର ପରିବାରରେ ୧୯୩୯ ନଭେମ୍ବର ୪ରେ ଶକୁନ୍ତଲାଙ୍କ ଜନ୍ମ। ବାପା ଥିଲେ ସର୍କସ ଦଳର ଜଣେ ବରିଷ୍ଠ କର୍ମଚାରୀ। ତାସ୍‌ ଖେଳ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରାଉଥିଲେ। ଏହି ତାସ୍‌ର ସଂଖ୍ୟା ହିଁ ଶକୁନ୍ତଲାଙ୍କୁ ଟାଣି ନେଇଥିଲା ଗଣିତ ଜଗତକୁ। ପିଲାଟି ଦିନରୁ ପ୍ରଚଣ୍ଡ ଧୀଶକ୍ତିର ଅଧିକାରିଣୀ ଶକୁନ୍ତଲା ବାଲ୍ୟାବସ୍ଥାରୁ ପଡ଼ିଯାଇଥିଲେ ଗଣିତ ପ୍ରେମରେ। ତାସ୍‌ ଖେଳୁଥିବା ବେଳେ ଗାଣିତିକ ସୂତ୍ର ପ୍ରୟୋଗ କରି ଅତି ସହଜରେ ସେ ବାପାଙ୍କୁ ହରାଇ ଦେଉଥିବା ଶକୁନ୍ତଲା କୌଣସି ଔପଚାରିକ ଶିକ୍ଷା ହାସଲ କରି ନ ଥିଲେ। ବାପାଙ୍କ ସହିତ ମିଶି ସାର୍ବଜନୀନ କାର୍ଯ୍ୟକ୍ରମ କରୁଥିବାବେଳେ ଗଣିତକୁ ନେଇ ତାଙ୍କର ବିଚକ୍ଷଣ ପ୍ରତିଭାକୁ ଠଉରାଇ ପାରିଥିଲେ। ଏପରି କାର୍ଯ୍ୟକ୍ରମରୁ ହିଁ ତାଙ୍କର ପ୍ରସିଦ୍ଧି ବଢ଼ିବାରେ ଲାଗିଲା। ତେବେ ବିବିସି ରେଡିଓର ଏକ କାର୍ଯ୍ୟକ୍ରମ ତାଙ୍କୁ ଚର୍ଚ୍ଚିତ କରିଦେଇଥିଲା। ଏହି କାର୍ଯ୍ୟକ୍ରମରେ ଶକୁନ୍ତଲାଙ୍କୁ ଅଙ୍କ ସମ୍ପର୍କିତ ଏକ ଜଟିଳ ଗଣିତ ପଚରାଯାଇଥିଲା। ସେ ତୁରନ୍ତ ଏହାର ଠିକ୍‌ ଉତ୍ତର ଦେଇଥିଲେ। ସବୁଠାରୁ ମଜାକଥା ହେଉଛି, କାର୍ଯ୍ୟକ୍ରମର ଉପସ୍ଥାପକ ଏହାର ଉତ୍ତର ରଖିଥିଲେ ମଧ୍ୟ ତାହା ଭୁଲ ଥିଲା। ବିଚକ୍ଷଣ ସ୍ମରଣଶକ୍ତି ଶକୁନ୍ତଲାଙ୍କୁ ଜଟିଳ ଗଣିତ ବିଶେଷଜ୍ଞ କରିଦେଲା। ସେ ନିଜର ଅସାଧାରଣ ପ୍ରତିଭାର ପ୍ରଦର୍ଶନ ମହୀଶୂର ବିଶ୍ୱବିଦ୍ୟାଳୟ ଏବଂ ଆନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଶ୍ୱବ୍ୟାପୀ ଅନେକ ସଂସ୍ଥା ସହିତ ଜଡ଼ିତ ହୋଇଯାଇଥିଲେ। ସେ ଗୋଟିଏ ମିନିଟ୍‌ରେ ‘୩୩୨୮୧୨୫୫୭’ର ଘନମୂଳ ବାହାର କରିଦେଇ ସମସ୍ତଙ୍କୁ ଚମତ୍କୃତ କରିଦେଉଥିଲେ। ଏଥିରୁ ତାଙ୍କର ବିଚକ୍ଷଣ ବୁଦ୍ଧିମତ୍ତାର କଳନା କରାଯାଇପାରେ।
ବହୁମୁଖୀ ପ୍ରତିଭାର ଅଧିକାରିଣୀ ଶକୁନ୍ତଲା ଜ୍ୟୋତିଷ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ। କଲମ ଚାଳନାରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ। ‘ଜୟ ଅଫ୍‌ ନମ୍ବର୍ସ’, ‘ଆଷ୍ଟ୍ରୋଲୋଜି ଫର ୟୁ’, ‘ପରଫେକ୍ଟ ମର୍ଡର’, ‘ଦି ଓ୍ବାଲର୍‌ଡ ଅଫ୍‌ ହୋମୋସେକ୍ସୁଆଲ’ ତାଙ୍କ ଦ୍ୱାରା ରଚିତ କେତୋଟି ଚର୍ଚ୍ଚିତ ପୁସ୍ତକ। ଏହାକୁ ବାଦ୍‌ ଦେଲେ ବୈଦିକ ଗଣିତ, ଲଜିକ, ବର୍ଗମୂଳ, ଘନମୂଳ, ତାରିଖ ଅନୁଯାୟୀ ବାର ଗଣନା ନିର୍ଭୁଲ ଭାବେ କରିପାରୁଥିଲେ। ଏସବୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ୧୯୯୫ରେ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଯାଇଥିଲା।

ବିଫଳ ବୈବାହିକ ଜୀବନ

ଗଣିତରେ ସଫଳତାର ଉତ୍ତୁଙ୍ଗ ଶିଖର ଛୁଇଁଥିବା ଶକୁନ୍ତଲାଙ୍କ ବୈବାହିକ ଜୀବନ ସଫଳ ନ ଥିଲା। ୧୯୬୦ରେ ତାଙ୍କ ବିବାହ କୋଲକାତାର ଆଇଏଏସ୍‌ ଅଧିକାରୀ ପରିତୋଷ ବାନାର୍ଜୀଙ୍କ ସହିତ ହୋଇଥିଲା। ହେଲେ ଏହା ଦୀର୍ଘଦିନ ତିଷ୍ଠି ପାରି ନ ଥିଲା। କୌଣସି କାରଣରୁ ୧୯୭୯ରେ ସେ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ୧୯୮୦ରେ ସେ ନିଜ ଝିଅଙ୍କ ସହିତ ବେଙ୍ଗାଲୁରୁ ଫେରି ଆସିଥିଲେ। ସେଠାରେ ରହି ସେଲିବ୍ରିଟି ଏବଂ ରାଜନେତାଙ୍କୁ ଜ୍ୟୋତିଷ ପରାମର୍ଶ ଦେବାକୁ ଲାଗିଲେ। ଜୀବନର ଅନ୍ତିମ ଦିନରେ ଶକୁନ୍ତଲାଙ୍କୁ ଦୁରାରୋଗ୍ୟ ବ୍ୟାଧି କବଳିତ କରିଦେଲା। କିଡ୍‌ନୀ ଏବଂ ହୃଦ୍‌ରୋଗରେ ପୀଡ଼ିତ ହୋଇ ୨୦୧୩ ଏପ୍ରିଲ ୨୧ରେ ସେ ଇହଲୀଳା ସମ୍ବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri