ମ୍ୟାଥ୍‌ ଓ୍ବଣ୍ଡର ‘ଶକୁନ୍ତଲା ଦେବୀ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ଶକୁନ୍ତଲା ଦେବୀ’ର ଟ୍ରେଲର। ଏହାକୁ ଦେଖିବା ପରେ ଶକୁନ୍ତଲା ଦେବୀଙ୍କୁ ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା। ଏକଦା ଅଙ୍କଗଣନାର କମ୍ପ୍ୟୁଟର ଭାବେ ପରିଚିତ ଥିଲେ ଶକୁନ୍ତଲା ଦେବୀ। ତାଙ୍କର ଏଭଳି ପ୍ରତିଭା ଅନେକ ଗଣିତଜ୍ଞଙ୍କୁ ନିର୍ବାକ କରିଦେଉଥିଲା। କମ୍ପ୍ୟୁଟର ଉଦ୍ଭାବନ ପୂର୍ବରୁ ‘ମ୍ୟାଥ୍‌ ଓ୍ବଣ୍ଡର ଗର୍ଲ’ ଭାବେ ଭାରତ ସମେତ ଦେଶ ବିଦେଶରେ ସୁନାମ ଅର୍ଜନ କରିସାରିଥିଲେ ଶକୁନ୍ତଲା। ତତ୍କାଳୀନ ସମୟରେ ବଡ଼ ବଡ଼ ସଂଖ୍ୟାର ଗୁଣନ, ମିଶାଣ କରିପାରୁଥିବା କାଲ୍‌କୁଲେଟର ବାହାରି ନ ଥିଲେ ମଧ୍ୟ ମୁହଁରେ ମୁହଁରେ ଏଭଳି କାଲ୍‌କୁଲେଶନକୁ କିଛି କ୍ଷଣରେ ସମାଧାନ କରି ଚକିତ କରିଦେଉଥିଲେ ସେ। କମ୍ପ୍ୟୁଟର ପ୍ରଚଳନ ହେବା ପରେ ବି ‘ହ୍ୟୁମାନ କାଲ୍‌କୁଲେଟର’ ଆଖ୍ୟା ତାଙ୍କ ସହ ଯୋଡ଼ି ହୋଇରହିଥିଲା।
ବାଙ୍ଗାଲୁରୁର ଏକ କଳାକାର ପରିବାରରେ ୧୯୩୯ ନଭେମ୍ବର ୪ରେ ଶକୁନ୍ତଲାଙ୍କ ଜନ୍ମ। ବାପା ଥିଲେ ସର୍କସ ଦଳର ଜଣେ ବରିଷ୍ଠ କର୍ମଚାରୀ। ତାସ୍‌ ଖେଳ ମାଧ୍ୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରାଉଥିଲେ। ଏହି ତାସ୍‌ର ସଂଖ୍ୟା ହିଁ ଶକୁନ୍ତଲାଙ୍କୁ ଟାଣି ନେଇଥିଲା ଗଣିତ ଜଗତକୁ। ପିଲାଟି ଦିନରୁ ପ୍ରଚଣ୍ଡ ଧୀଶକ୍ତିର ଅଧିକାରିଣୀ ଶକୁନ୍ତଲା ବାଲ୍ୟାବସ୍ଥାରୁ ପଡ଼ିଯାଇଥିଲେ ଗଣିତ ପ୍ରେମରେ। ତାସ୍‌ ଖେଳୁଥିବା ବେଳେ ଗାଣିତିକ ସୂତ୍ର ପ୍ରୟୋଗ କରି ଅତି ସହଜରେ ସେ ବାପାଙ୍କୁ ହରାଇ ଦେଉଥିବା ଶକୁନ୍ତଲା କୌଣସି ଔପଚାରିକ ଶିକ୍ଷା ହାସଲ କରି ନ ଥିଲେ। ବାପାଙ୍କ ସହିତ ମିଶି ସାର୍ବଜନୀନ କାର୍ଯ୍ୟକ୍ରମ କରୁଥିବାବେଳେ ଗଣିତକୁ ନେଇ ତାଙ୍କର ବିଚକ୍ଷଣ ପ୍ରତିଭାକୁ ଠଉରାଇ ପାରିଥିଲେ। ଏପରି କାର୍ଯ୍ୟକ୍ରମରୁ ହିଁ ତାଙ୍କର ପ୍ରସିଦ୍ଧି ବଢ଼ିବାରେ ଲାଗିଲା। ତେବେ ବିବିସି ରେଡିଓର ଏକ କାର୍ଯ୍ୟକ୍ରମ ତାଙ୍କୁ ଚର୍ଚ୍ଚିତ କରିଦେଇଥିଲା। ଏହି କାର୍ଯ୍ୟକ୍ରମରେ ଶକୁନ୍ତଲାଙ୍କୁ ଅଙ୍କ ସମ୍ପର୍କିତ ଏକ ଜଟିଳ ଗଣିତ ପଚରାଯାଇଥିଲା। ସେ ତୁରନ୍ତ ଏହାର ଠିକ୍‌ ଉତ୍ତର ଦେଇଥିଲେ। ସବୁଠାରୁ ମଜାକଥା ହେଉଛି, କାର୍ଯ୍ୟକ୍ରମର ଉପସ୍ଥାପକ ଏହାର ଉତ୍ତର ରଖିଥିଲେ ମଧ୍ୟ ତାହା ଭୁଲ ଥିଲା। ବିଚକ୍ଷଣ ସ୍ମରଣଶକ୍ତି ଶକୁନ୍ତଲାଙ୍କୁ ଜଟିଳ ଗଣିତ ବିଶେଷଜ୍ଞ କରିଦେଲା। ସେ ନିଜର ଅସାଧାରଣ ପ୍ରତିଭାର ପ୍ରଦର୍ଶନ ମହୀଶୂର ବିଶ୍ୱବିଦ୍ୟାଳୟ ଏବଂ ଆନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଶ୍ୱବ୍ୟାପୀ ଅନେକ ସଂସ୍ଥା ସହିତ ଜଡ଼ିତ ହୋଇଯାଇଥିଲେ। ସେ ଗୋଟିଏ ମିନିଟ୍‌ରେ ‘୩୩୨୮୧୨୫୫୭’ର ଘନମୂଳ ବାହାର କରିଦେଇ ସମସ୍ତଙ୍କୁ ଚମତ୍କୃତ କରିଦେଉଥିଲେ। ଏଥିରୁ ତାଙ୍କର ବିଚକ୍ଷଣ ବୁଦ୍ଧିମତ୍ତାର କଳନା କରାଯାଇପାରେ।
ବହୁମୁଖୀ ପ୍ରତିଭାର ଅଧିକାରିଣୀ ଶକୁନ୍ତଲା ଜ୍ୟୋତିଷ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ। କଲମ ଚାଳନାରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ। ‘ଜୟ ଅଫ୍‌ ନମ୍ବର୍ସ’, ‘ଆଷ୍ଟ୍ରୋଲୋଜି ଫର ୟୁ’, ‘ପରଫେକ୍ଟ ମର୍ଡର’, ‘ଦି ଓ୍ବାଲର୍‌ଡ ଅଫ୍‌ ହୋମୋସେକ୍ସୁଆଲ’ ତାଙ୍କ ଦ୍ୱାରା ରଚିତ କେତୋଟି ଚର୍ଚ୍ଚିତ ପୁସ୍ତକ। ଏହାକୁ ବାଦ୍‌ ଦେଲେ ବୈଦିକ ଗଣିତ, ଲଜିକ, ବର୍ଗମୂଳ, ଘନମୂଳ, ତାରିଖ ଅନୁଯାୟୀ ବାର ଗଣନା ନିର୍ଭୁଲ ଭାବେ କରିପାରୁଥିଲେ। ଏସବୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ୧୯୯୫ରେ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଯାଇଥିଲା।

ବିଫଳ ବୈବାହିକ ଜୀବନ

ଗଣିତରେ ସଫଳତାର ଉତ୍ତୁଙ୍ଗ ଶିଖର ଛୁଇଁଥିବା ଶକୁନ୍ତଲାଙ୍କ ବୈବାହିକ ଜୀବନ ସଫଳ ନ ଥିଲା। ୧୯୬୦ରେ ତାଙ୍କ ବିବାହ କୋଲକାତାର ଆଇଏଏସ୍‌ ଅଧିକାରୀ ପରିତୋଷ ବାନାର୍ଜୀଙ୍କ ସହିତ ହୋଇଥିଲା। ହେଲେ ଏହା ଦୀର୍ଘଦିନ ତିଷ୍ଠି ପାରି ନ ଥିଲା। କୌଣସି କାରଣରୁ ୧୯୭୯ରେ ସେ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ୧୯୮୦ରେ ସେ ନିଜ ଝିଅଙ୍କ ସହିତ ବେଙ୍ଗାଲୁରୁ ଫେରି ଆସିଥିଲେ। ସେଠାରେ ରହି ସେଲିବ୍ରିଟି ଏବଂ ରାଜନେତାଙ୍କୁ ଜ୍ୟୋତିଷ ପରାମର୍ଶ ଦେବାକୁ ଲାଗିଲେ। ଜୀବନର ଅନ୍ତିମ ଦିନରେ ଶକୁନ୍ତଲାଙ୍କୁ ଦୁରାରୋଗ୍ୟ ବ୍ୟାଧି କବଳିତ କରିଦେଲା। କିଡ୍‌ନୀ ଏବଂ ହୃଦ୍‌ରୋଗରେ ପୀଡ଼ିତ ହୋଇ ୨୦୧୩ ଏପ୍ରିଲ ୨୧ରେ ସେ ଇହଲୀଳା ସମ୍ବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri