ମେଶିନରେ ସାନିଟାଇଜ୍‌ ହେବ ଟଙ୍କା

ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍‌ ବି କରିହେବ। ଏଭଳି ଏକ ଭିନ୍ନ ମେଶିନ୍‌ ତିଆରି କରିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ଏପିଜେ ଅବଦୁଲ କଲାମ୍‌ ଟେକ୍ନିକାଲ୍‌ ୟୁନିଭର୍ସିଟିର ଅନୁଜ ଶର୍ମା ଓ ତାଙ୍କ ଟିମ୍‌। ଅନୁଜ ଟଙ୍କା ଗଣିବା ପାଇଁ ଏଭଳି ଏକ ମେଶିନ ତିଆରି କରିଛନ୍ତି ଯାହା ଏକ ମିନିଟରେ ୨୦୦ଟି ନୋଟ୍‌ ଗଣି ପାରୁଛି ଏବଂ ଏକ ସମୟରେ ନୋଟ୍‌ଗୁଡ଼ିକୁ ସାନିଟାଇଜ୍‌ କରିଦେଉଛି।
ନୋଟ୍‌କୁ ଗଣିବା ସମୟରେ ସାନିଟାଇଜ୍‌ କରିବା ନିମନ୍ତେ ମେଶିନ୍‌ ସହିତ ସାନିଟାଇଜର ଲଗାଯାଇଛି। ଏହାକୁ ତିଆରି କରିବା ନିମନ୍ତେ ଖର୍ଚ୍ଚ ହୋଇଛି ପ୍ରାୟ ୧୫ ହଜାର ଟଙ୍କା। କରୋନା ଭାଇରସ୍‌ ମହାମାରୀ ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ମେଶିନ୍‌ ତିଆରି କରାଯାଇଛି ବୋଲି ଅନୁଜ ଶର୍ମା କହିଛନ୍ତି। ଏବେ ଟୁଇଟରରେ ଏହି ମେଶିନର ଫଟୋ ଓ ଭିଡିଓକୁ ଶେୟାର କରାଯାଇଛି। ତେଣୁ ଲୋକେ ସୋସିଆଲ୍‌ ମିଡିଆରେ ଅନୁଜ ଶର୍ମା ଓ ତାଙ୍କ ଟିମ୍‌କୁ ପ୍ରଶଂସା କରିବା ସହିତ ବର୍ତ୍ତମାନ ସମୟରେ ଏହି ମେଶିନର ଗୁରୁତ୍ୱ ଯଥେଷ୍ଟ ରହିଥିବା ମତ ଦେଇଛନ୍ତି। କାରଣ ଏବେ ସମସ୍ତଙ୍କୁ ବାରମ୍ବାର ହାତକୁ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଏଭଳି ଏକ ମେଶିନକୁ ନେଇ ସୋସିଆଲ୍‌ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri