Odisha Elections 2024
Posted inଖେଳ

ମ୍ୟାଚ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା-ମଧ୍ୟପ୍ରଦେଶ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ସୋମବାର ଶେଷ ହୋଇଛି। ମ୍ୟାଚରୁ ଫଳାଫଳ ମିଳିପାରି ନ ଥିବାବେଳେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଛି। ପ୍ରଥମ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୨୭୭ ରନ କରିଥିବା ଓଡ଼ିଶାର ଶୁଭ୍ରାଂଶୁ ସେନାପତି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ମ୍ୟାଚ ରେଫରି କଲୋନେଲ ସଞ୍ଜୟ ବର୍ମା ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ଚଳିତ ମାସ ୧୯ ତାରିଖରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଅର୍ଥାତ୍‌ ଓଡ଼ିଶା ବାହାର ପରିବେଶରେ ୨ଟି ମ୍ୟାଚ ଖେଳିବା ପରେ ଚଳିତ ସିଜନରେ ଘରୋଇ ପଡ଼ିଆରେ ପ୍ରଥମ ମ୍ୟାଚ ଖେଳିବ। ଭଦୋଦରାରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ବରୋଦାଠାରୁ ୧୪୭ ରନରେ ହାରି ଯାଇଥିଲା

ଫଲୋଅନ ଡାକିଲା ଓଡ଼ିଶା
ତୃତୀୟ ଦିବସର ଅସମାପ୍ତ ସ୍କୋର ୨୪୬/୬ରୁ ଖେଳ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ମୋଟ ୩୧୮ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ପୂର୍ବଦିନ ଶତକ ହାସଲ କରି ସାରିଥିବା ହର୍ଷ ଗାଓ୍ବଲି ସର୍ବାଧିକ ୧୬୭ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁନୀଲ ରାଉଳ ତୃତୀୟ ଥରପାଇଁ ୫ ଉଇକେଟ ସଫଳତା ପାଇଥିଲେ। ପ୍ରୟାସ ସିଂ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ୨ଟି ଲେଖାଏ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ୧୮୦ ରନରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିବା ଓଡ଼ିଶା ବ୍ୟାଟିଂ ପାଇଁ ପଡ଼ିଆକୁ ନ ଓହ୍ଲାଇ ମଧ୍ୟପ୍ରଦେଶକୁ ଫଲୋଅନ ଡାକିଥିଲା। ଫଳରେ ଘରୋଇ ଦଳ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହିମାଂଶୁ ମନ୍ତ୍ରୀ (୧୧୯ ରନ)ଙ୍କ ଶତକ, ୟାଶ ଦୁବେଙ୍କ ଦୃଢ଼ ୯୧ ଓ ଶୁଭମ୍‌ ଶର୍ମାଙ୍କ ୪୮ ରନ ସହାୟତାରେ ଦଳ ୫୯ ଓଭରରେ ୪ ଉଇକେଟ ହରାଇ ୨୯୧ ରନ କରିଥିବାବେଳେ ଇନିଂସ ଘୋଷଣା କରିଥିଲା। ଓଡ଼ିଶା ପକ୍ଷରୁ ଜୟନ୍ତ ବେହେରାଙ୍କୁ ୨ଟି ଏବଂ ସୁନୀଲ ରାଉଳ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଟାର୍ଗେଟ ୧୧୨
ଓଡ଼ିଶା ଆଗରେ ୧୦ ଓଭରରୁ ୧୧୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ମଧ୍ୟପ୍ରଦେଶ। ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ (୦) ଆଉଟ ହେବାରୁ ଓଡ଼ିଶା ରନ୍‌ଚେଜ୍‌ ଆଭିମୁଖ୍ୟରୁ ଓହରି ଯାଇଥିଲା। ଅଧିନାୟକ ଶାନ୍ତନୁ ମିଶ୍ର ୨୫ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୩୩ ରନରେ ଅପରାଜିତ ଥିବାବେଳେ ରାଜେଶ ଧୂପର ସତର୍କତାର ସହ ବ୍ୟାଟିଂ କରି ୩୩ ବଲ୍‌ରୁ ମାତ୍ର ୫ ରନ ସଂଗ୍ରହ କରିଥିଲେ। ଓଡ଼ିଶା ୧୦ ଓଭରରେ ୧ ଉଇକେଟ ହରାଇ ୩୮ ରନ କରିବାକୁ ସକ୍ଷମ ହୋଇଥିଲା। ମଧ୍ୟପ୍ରଦେଶ ପକ୍ଷରୁ ଉଇକେଟ ହାସଲ କରିଥିଲେ କୁମାର କାର୍ତ୍ତିକେୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲିଙ୍କ ଦବ୍‌ଦବା ଜାରି: ପର୍ପଲ କ୍ୟାପ୍‌କୁ ନେଇ ଏହି ୨ ବୋଲରଙ୍କ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୫ଟି ମ୍ୟାଚ ପରେ ଟୁର୍ନାମେଣ୍ଟରେ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଅରେଞ୍ଜ୍‌ ଏବଂ ପର୍ପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri