Posted inଖେଳ

ମ୍ୟାଚ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା-ମଧ୍ୟପ୍ରଦେଶ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ସୋମବାର ଶେଷ ହୋଇଛି। ମ୍ୟାଚରୁ ଫଳାଫଳ ମିଳିପାରି ନ ଥିବାବେଳେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଛି। ପ୍ରଥମ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୨୭୭ ରନ କରିଥିବା ଓଡ଼ିଶାର ଶୁଭ୍ରାଂଶୁ ସେନାପତି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ମ୍ୟାଚ ରେଫରି କଲୋନେଲ ସଞ୍ଜୟ ବର୍ମା ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ ଚଳିତ ମାସ ୧୯ ତାରିଖରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଅର୍ଥାତ୍‌ ଓଡ଼ିଶା ବାହାର ପରିବେଶରେ ୨ଟି ମ୍ୟାଚ ଖେଳିବା ପରେ ଚଳିତ ସିଜନରେ ଘରୋଇ ପଡ଼ିଆରେ ପ୍ରଥମ ମ୍ୟାଚ ଖେଳିବ। ଭଦୋଦରାରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ବରୋଦାଠାରୁ ୧୪୭ ରନରେ ହାରି ଯାଇଥିଲା

ଫଲୋଅନ ଡାକିଲା ଓଡ଼ିଶା
ତୃତୀୟ ଦିବସର ଅସମାପ୍ତ ସ୍କୋର ୨୪୬/୬ରୁ ଖେଳ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ମୋଟ ୩୧୮ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ପୂର୍ବଦିନ ଶତକ ହାସଲ କରି ସାରିଥିବା ହର୍ଷ ଗାଓ୍ବଲି ସର୍ବାଧିକ ୧୬୭ ରନ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁନୀଲ ରାଉଳ ତୃତୀୟ ଥରପାଇଁ ୫ ଉଇକେଟ ସଫଳତା ପାଇଥିଲେ। ପ୍ରୟାସ ସିଂ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ୨ଟି ଲେଖାଏ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ୧୮୦ ରନରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିବା ଓଡ଼ିଶା ବ୍ୟାଟିଂ ପାଇଁ ପଡ଼ିଆକୁ ନ ଓହ୍ଲାଇ ମଧ୍ୟପ୍ରଦେଶକୁ ଫଲୋଅନ ଡାକିଥିଲା। ଫଳରେ ଘରୋଇ ଦଳ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହିମାଂଶୁ ମନ୍ତ୍ରୀ (୧୧୯ ରନ)ଙ୍କ ଶତକ, ୟାଶ ଦୁବେଙ୍କ ଦୃଢ଼ ୯୧ ଓ ଶୁଭମ୍‌ ଶର୍ମାଙ୍କ ୪୮ ରନ ସହାୟତାରେ ଦଳ ୫୯ ଓଭରରେ ୪ ଉଇକେଟ ହରାଇ ୨୯୧ ରନ କରିଥିବାବେଳେ ଇନିଂସ ଘୋଷଣା କରିଥିଲା। ଓଡ଼ିଶା ପକ୍ଷରୁ ଜୟନ୍ତ ବେହେରାଙ୍କୁ ୨ଟି ଏବଂ ସୁନୀଲ ରାଉଳ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଟାର୍ଗେଟ ୧୧୨
ଓଡ଼ିଶା ଆଗରେ ୧୦ ଓଭରରୁ ୧୧୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ମଧ୍ୟପ୍ରଦେଶ। ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ (୦) ଆଉଟ ହେବାରୁ ଓଡ଼ିଶା ରନ୍‌ଚେଜ୍‌ ଆଭିମୁଖ୍ୟରୁ ଓହରି ଯାଇଥିଲା। ଅଧିନାୟକ ଶାନ୍ତନୁ ମିଶ୍ର ୨୫ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହାୟତାରେ ୩୩ ରନରେ ଅପରାଜିତ ଥିବାବେଳେ ରାଜେଶ ଧୂପର ସତର୍କତାର ସହ ବ୍ୟାଟିଂ କରି ୩୩ ବଲ୍‌ରୁ ମାତ୍ର ୫ ରନ ସଂଗ୍ରହ କରିଥିଲେ। ଓଡ଼ିଶା ୧୦ ଓଭରରେ ୧ ଉଇକେଟ ହରାଇ ୩୮ ରନ କରିବାକୁ ସକ୍ଷମ ହୋଇଥିଲା। ମଧ୍ୟପ୍ରଦେଶ ପକ୍ଷରୁ ଉଇକେଟ ହାସଲ କରିଥିଲେ କୁମାର କାର୍ତ୍ତିକେୟ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?