ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ: ଏମ୍‌ପି ସମେତ ୫ ଜଣଙ୍କ ମୃତ୍ୟୁ

କଲମ୍ବୋ,୧୦।୫: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ରାଜପାକ୍‌ସେଙ୍କ ସମର୍ଥକ ଓ ସରକାରଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥିତିକୁ ଅଣାୟତ୍ତ କରିଛି। ସେହିପରି ଏହି ସଂଘର୍ଷ ବେଳେ ଗୁଳିମାଡ ହୋଇଛି। ଏହି ସଂଘର୍ଷରେ ଶାସକ ଦଳର ଜଣେ ଏମ୍‌ପିଙ୍କ ସମତେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏଥିସହ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ସରକାରଙ୍କୁ ବିରୋଧ କରି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ପୈତୃକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ଶାସକ ଦଳର ବହୁ ଏମ୍‌ପିଙ୍କ ଘର ପୋଡି ପାଉଁଶ ହୋଇଯାଇଛି।
ସୂଚନାନୁସାରେ, ସୋମବାର ସାରେ କୁରୁନେଗାଲା ସହରରେ ଅବସ୍ଥିତ ମହିନ୍ଦା ରାଜପାକ୍‌ସେଙ୍କ ପୈତୃକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ସେପଟେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପୋଲିସ ସାରା ଦେଶରେ କର୍ଫ୍ୟୁ ଲାଗୁ କରିଛି କିନ୍ତୁ ହିଂସା ବନ୍ଦ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

ଭାଙ୍ଗିଲା ରିଙ୍ଗ ରୋଡ଼ : ୨୦ ଫୁଟ୍‌ ଘାଇ କରି ପଶିଲା ପାଣି, ୫୦ରୁ ଅଧିକ ପରିବାର ସ୍ଥାନାନ୍ତର

ବଞ୍ଚୋ,୨୯।୭ (ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ ସାହୁ ): ଲଗାଣ ବର୍ଷା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପରେ ଆଜି ଭୋର ପ୍ରାୟ ୪ଟାରୁ ଆନନ୍ଦପୁର ସହରରେ ବନ୍ୟା…

କାଳୀ ମନ୍ଦିରରୁ ଚୋରି ଘଟଣା: ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି ସଦସ୍ୟ, କହିଲେ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ ) : ଚଳିତ ବର୍ଷ ଜୁଲାଇ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri