ରୁଷିଆରେ ବିଶାଳ ବିକ୍ଷୋଭ

ମସ୍କୋ, ୧।୨: ଜେଲ୍‌ରେ ଥିବା ରୁଷିଆର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍‌ନିଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ରବିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏଥିରେ ଯୋଗଦେଇ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଆନ୍ଦୋଳନ ସାରା ଦେଶକୁ ବ୍ୟାପିଥିବାବେଳେ ପୋଲିସ ୨,୭୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।
ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ରୁଷିଆ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ପୋଲିସ ମସ୍କୋର କେନ୍ଦ୍ରସ୍ଥଳ ସମେତ ବିଭିନ୍ନ ସହରକୁ ଲକ୍‌ଡାଉନ କରିଦେଇଥିଲା। ହଜାର ହଜାର ପୋଲିସ ସକାଳଠାରୁ ରାଜଧାନୀ ରାସ୍ତାଘାଟରେ ପଇଁତରା ମାରୁଥିଲେ। ଏପରିକି ଚାଲିକରି ଯାଉଥିବା ଲୋକଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା। ଏକ ବିରଳ ଘଟଣାକ୍ରମରେ ମସ୍କୋ ସହରର ଅଧିକାଂଶ ସେଣ୍ଟ୍ରାଲ ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦେବା ସହ ଭୂତଳ ପରିବହନକୁ ପରିବର୍ତ୍ତନ କରାଯାଇଥିଲା। ଗତ ସପ୍ତାହାନ୍ତ ବିକ୍ଷୋଭ ବେଳେ ୪ ହଜାରରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିଲା। ରୁଷିଆରେ ଏଭଳି ରାଲି କେବେ ହୋଇ ନ ଥିଲା। ଏହା ଦେଶବାସୀଙ୍କ ବହୁବର୍ଷ ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଉଛି। ଜେଲ୍‌ ଧମକ, ସୋସିଆଲ୍‌ ମିଡିଆ ଗ୍ରୁପ୍‌ଗୁଡ଼ିକୁ ଚେତାବନୀ ତଥା ପୋଲିସର ବ୍ୟାପକ କର୍ଡନ ସତ୍ତ୍ୱେ ରବିବାର ଅଧିକାଂଶ ସହରରେ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ।
ପୁଟିନ୍‌ଙ୍କ ସମାଲୋଚକ ଭାବେ ଜଣାଶୁଣା ୪୪ ବର୍ଷୀୟ ଆଲେକ୍ସି ଜଣେ ଦୁର୍ନୀତି ବିରୋଧୀ ତଦନ୍ତକାରୀ। ଗତ ୧୭ ତାରିଖରେ ସେ ଜର୍ମାନୀରୁ ଫେରୁଥିବା ବେଳେ ଗିରଫ ହୋଇଥିଲା। ସ୍ନାୟୁ ଜନିତ ବିଷକ୍ରିୟା ଯୋଗୁ ସେ ୫ ମାସ ଜର୍ମାନୀରେ ଚିକିତ୍ସିତ ହୋଇ ଫେରୁଥିଲେ। ବିଷକ୍ରିୟା ପାଇଁ ସେ କ୍ରେମ୍‌ଲିନ୍‌କୁ ଦୋଷ ଦେଇଥିବାବେଳେ ରୁଷିଆ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ପାରୋଲ ସର୍ତ୍ତ ଖିଲାପ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଲେକ୍ସିଙ୍କୁ ଖଲାସ କରିଦେବା ପାଇଁ ଆମେରିକା ରୁଷିଆକୁ ଆହ୍ବାନ ଦେବା ସହ ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?