ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା  ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନକଲି ପ୍ରମାଣପତ୍ର ଦାଖଲ କରି ପ୍ରାୟ ୧୪ ଏକର ଚାଷଜମି ବିକ୍ରି କରାଯାଇଥିବା ନେଇ ନରେନ୍ଦ୍ରପୁର ଗ୍ରାମର ଚାଷୀ ଓ ଅଞ୍ଚଳବାସୀ ଏକ ଖବରଦାତା ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଜାଲିଆତି ଯୋଗୁଁ ଅନେକ ନିରୀହ ଚାଷୀ ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି।

ଚାଷୀମାନଙ୍କ କହିବା ଅନୁଯାୟୀ, ୧୯୬୪ ମସିହାରେ ଗ୍ରାମର ପାକଲା ଶ୍ରୀକୃଷ୍ଣ ପାତ୍ରଲୁ ଭୂସଂସ୍କାର ଆଇନ ଅନୁଯାୟୀ ପ୍ରାୟ ୭୦ ଏକର ଜମିରୁ ୩୫ ଏକର ଜମି ଗ୍ରାମର ଚାଷୀମାନଙ୍କୁ ରୟତ ଆକାରରେ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୦ ମସିହାରେ ଅବଶିଷ୍ଟ ୩୫ ଏକର ଜମି ମଧ୍ୟ ଚାଷୀମାନଙ୍କୁ ବିକ୍ରି କରାଯାଇଥିଲା। ସେବେଠାରୁ ପ୍ରାୟ ୨୦୦ ଚାଷୀ ପରିବାର ନିୟମିତ ଭାବେ ସରକାରୀ ଖଜଣା ପ୍ରଦାନ କରି ଚାଷକାର୍ଯ୍ୟ କରିଆସୁଛନ୍ତି। ତେବେ ୧୯୮୦ ମସିହାରେ ଜମି ବିକ୍ରି ଦସ୍ତାବିଜରେ ପାକଲା ଶ୍ରୀକୃଷ୍ଣ ପାତ୍ରଲୁଙ୍କ ପୁଅ ପାକଲା ସୂର୍ଯ୍ୟ ନାରାୟଣଙ୍କ ବୟସ ୭୫ ବର୍ଷ ଦର୍ଶାଯାଇଥିଲା।

ମାତ୍ର ଚଳିତ ବର୍ଷ ଜୁଲାଇ ମାସରେ ପାକଲା ଶ୍ରୀକୃଷ୍ଣ ପାତ୍ରଲୁଙ୍କ ତିନି ପୁଅ ନିଜ ନାମରେ ମିଥ୍ୟା ପ୍ରମାଣପତ୍ର ଦାଖଲ କରି ଉକ୍ତ ୭୦ ଏକର ଜମି ମଧ୍ୟରୁ ୧୪ ଏକର ଚାଷଜମି ବିକ୍ରି କରିଦେଇଥିବା ଚାଷୀମାନେ ଜାଣିବାକୁ ପାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ଚଳିତ ବର୍ଷ ୧୪ ଏକର ଜମି ବିକ୍ରି ସମୟରେ ସେହି ସମାନ ବ୍ୟକ୍ତିଙ୍କ ବୟସ ୫୨ ବର୍ଷ ଦର୍ଶାଯାଇଛି, ଯାହା ଦସ୍ତାବିଜରେ ବଡ଼ ଧରଣର ଜାଲିଆତିକୁ ସ୍ପଷ୍ଟ କରୁଛି। ଏହା ସହିତ ପାକଲା ଶ୍ରୀକୃଷ୍ଣ ପାତ୍ରଲୁଙ୍କ ବହୁ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି ଏବଂ ଗ୍ରାମରେ ତାଙ୍କ ସମାଧି ମଧ୍ୟ ରହିଛି। କିନ୍ତୁ ଜମି ବିକ୍ରି ସମୟରେ ତାଙ୍କୁ ଜୀବିତ ଦର୍ଶାଇ କିଛି ଅସାଧୁ ଦଲାଲଙ୍କ ମାଧ୍ୟମରେ ଏହି ଜାଲିଆତି କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣା ପରେ ଚାଷୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଗଜପତ୍ର ଜାଲିଆତି କରି କରାଯାଇଥିବା ଜମି ବିକ୍ରିକୁ ତୁରନ୍ତ ଖାରଜ କରିବା, ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରି ଚାଷୀମାନଙ୍କୁ ସେମାନଙ୍କ ଜମି ଫେରସ୍ତ କରିବା ଏବଂ ମିଥ୍ୟା ପ୍ରମାଣପତ୍ର ଦେଇ ଜମି ବିକ୍ରି କରିଥିବା ବ୍ୟକ୍ତି ଓ ସମ୍ପୃକ୍ତ ଦଲାଲଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଏହି ଖବରଦାତା ସମ୍ମିଳନୀରେ ଚାଷୀ ନେତା ଗୋପାଳ ସେଠି, କାଳୁ ସେଠି, କୃଷ୍ଣ ଜେନା, ପ୍ରାଣ ସେଠି, ପିଣ୍ଟୁ ଜେନା, ବୁଦ୍ଧିଆ ସେଠି, ସୁନା ବେହେରା, ପିତାମ୍ବର ସେଠି, ଶଙ୍କର ପରିଡା, ବିଜୟ କୁମାର, ଶଙ୍କର ବିଷୋୟୀଙ୍କ ସମେତ ବହୁ ସଂଖ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ତୁରନ୍ତ କୌଣସି ସମାଧାନମୂଳକ ପଦକ୍ଷେପ ଗ୍ରହଣ ନକରାଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri