Posted inଖେଳ

ସିଡ୍‌ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ସିଡ୍‌ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଷ୍ଟାଡିୟମରେ ପୂରା ସମୟ ମାସ୍କ ପିନ୍ଧିବେ। କେବଳ ଖାଇବା ଓ ପିଇବାବେଳେ ସେମାନେ ମାସ୍କ ଖୋଲିପାରିବେ ବୋଲି ନ୍ୟୁ ସାଉଥ ଓ୍ବେଲ୍ସ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରାଡ୍‌ ହାଜାର୍ଡ ବୁଧବାର କହିଛନ୍ତି।

୫ ଦିନିଆ ଟେଷ୍ଟ ମ୍ୟାଚ୍‌ ୧୦ ହଜାର ଦର୍ଶକଙ୍କ ସାମ୍ନାରେ ଖେଳାଯିବ। ଅଷ୍ଟ୍ରେଲିଆର ସବୁଠୁ ବଡ଼ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ୪୮ ହଜାର ଦକ୍ଷତା ବିଶିଷ୍ଟ ଷ୍ଟାଡିୟମରେ ମାତ୍ର ୧୦ ହଜାର ଦର୍ଶକଙ୍କୁ ଅନୁମତି ମିଳିଛି। ହାଜାର୍ଡ କହିଛନ୍ତି, ନ୍ୟୁ ସାଉଥ ଓ୍ବେଲ୍ସ ନିକଟରେ କୌଣସି ବିକଳ୍ପ ନାହିଁ। ଦ୍ୱିତୀୟ ଟେଷ୍ଟରେ ଯୋଗଦେଇଥିବା ଦର୍ଶକଙ୍କ ମଧ୍ୟରେ ଜଣେ କୋଭିଡ୍‌-୧୯ ଆକ୍ରାନ୍ତ ଥିବା ଭିକ୍ଟୋରିଆ ରାଜ୍ୟର ସ୍ବାସ୍ଥ୍ୟ କର୍ମଚାରୀ ସୂଚନା ଦେଇଛନ୍ତି।

ଆମେ ଏକଦା ଫୁଲ ଷ୍ଟାଡିୟମ୍‌ରେ ଟେଷ୍ଟ ଆୟୋଜନ କରିବାକୁ ଆଶା ରଖିଥିଲୁ। ଏହାପରେ ସହରରେ କରୋନା ସ୍ଥିତି ଯୋଗୁ ଦର୍ଶକଙ୍କ ସଂଖ୍ୟା ଏକ ଚତୁର୍ଥାଂଶ କରିବାକୁ ପଡ଼ିଲା। କୌଣସି ଦର୍ଶକ ନିୟମ ନ ମାନିଲେ, ତାଙ୍କୁ ୨୦୦ ଅଷ୍ଟ୍ରେଲିଆନ ଡଲାର ଜରିମାନା ଦେବାକୁ ପଡ଼ିବ। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୧୧, ୩୨୪ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍‌ ଆରମ୍ଭ  ପୂର୍ବରୁ ଆୟୋଜିତ  ପରିଚାଳନା ପରିଷଦ ବୈଠକରେ...

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସମସ୍ତଙ୍କୁ ଚକିତ କଲେ ଏହି ବୋଲର୍‌; ଡେବ୍ୟୁ ମ୍ୟାଚ୍‌ରେ ନେଲେ ହାଟ୍ରିକ୍‌; ତଥାପି ହାରିଲା…

ନୂଆଦିଲ୍ଲୀ,୭।୮: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟଚ୍‌ରେ ବାଂଲାଦେଶ-ଅଷ୍ଟ୍ରେଲିଆ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ। ଢ଼ାକାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଜଣେ...

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ...

ବିରଳ ସଫଳତାର ଅଧିକାରୀ ହେବେ ଆକସ୍ମିକ ଅଧିନାୟକ ପେନ୍‌

ଲଣ୍ଡନ,୧୧।୯ (ଏଏଫ୍‌ପି)- ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ପାଇଥିବା ଟିମ୍‌ ପେନ୍‌ ଏବେ ଏକ ବିରଳ ସଫଳତାର ଅଧିକାର ହେବାକୁ ଯାଉଛନ୍ତି। ପୂର୍ବରୁ ଯାହା...

ଭାରତକୁ କେହି ଧୋକା ଦେଇପାରିବେ ନାହିଁ, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଦଳ ଦ୍ୱାରା ପାକିସ୍ତାନ ଗସ୍ତକୁ ବାତିଲ କରି ନିରାଶ...

ନାଡାଲଙ୍କୁ ଟାଇଟଲ

ରୋମ୍‌, ୨୦ା୫- ରାଫାଲ ନାଡାଲ ଇଟାଲିଆନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ନାଡାଲ...

ପୂଜାରୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏଶନ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି। ଭାରତୀୟ...

ପ୍ୟାରିସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଜୋକୋଭିଚ୍‌, ନାଡାଲ

ପ୍ୟାରିସ, ୩୧।୧୦ (ଏଏଫ୍‌ପି)- ଦୁଇ କିମ୍ବଦନ୍ତୀ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ରାଫାଲ ନାଡାଲ ଏଠାରେ ଚାଲିଥିବା ପ୍ୟାରିସ ମାଷ୍ଟର୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ...

Advertisement
Archives

Model This Week