ମସିଣା ବନ୍ଧ କାମ ଆରମ୍ଭ

ଲାଠୋର, ୬।୫ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଡ୍ୟାମ (ବନ୍ଧ) ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିବା ଦେଖାଯାଇଛି। ୧୯୮୦ ମସିହାରେ ସରକାର ମସିଣା ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଡ୍ୟାମ ନିର୍ମାଣ କରି ମସିଣା, ଝଲିଆଲିଟି, କରୁଆଝର ଏବଂ ସାନଗୁର୍ଜିଭଟା ଗ୍ରାମର ୧୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ହେଲେ ବିଭାଗୀୟ ଅବହେଳା ତଥା ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ଦୀର୍ଘ ବର୍ଷ ଧରି ପଙ୍କ ଉଦ୍ଧାର ହୋଇ ନ ଥିବା ହେତୁ ଡ୍ୟାମର ଚାରିଆଡେ ଅମରି ଲଟା ମାଡ଼ି ଚାଲିଥିଲା। ଏହାଛଡା ମଝିରେ ମାଟି ଜମା ହୋଇ ବଡ ବଡ ଢିପ ସୃଷ୍ଟି ହୋଇଥିଲା। ଫଳରେ ଦିନକୁ ଦିନ ଜଳଧାରଣ କ୍ଷମତା କମିବା ସହ ଆବଶ୍ୟକତା ମୁତାବକ ପାଣି ଜମିକୁ ମାଡି ପାରୁ ନ ଥିଲା। ପାଣି ନ ପାଇବାରୁ ଚାଷୀମାନଙ୍କୁ ପ୍ରତିବର୍ଷ ଚାଷରେ କ୍ଷତି ସହିବାକୁ ପଡ଼ୁଥିଲା। ଡ୍ୟାମର ମରାମତି ଏବଂ ପଙ୍କ ଉଦ୍ଧାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିଲେ। ଏହାକୁ ନେଇ ଧରିତ୍ରୀରେ ଗତ ୩ ଡ଼ିସେମ୍ବର ୨୦୨୨ରେ ‘ଅମରି ଲଟାରେ ପରିପୂର୍ଣ୍ଣ ମସିଣା ଡ୍ୟାମ’ ଶୀର୍ଷକ ଖବର ପ୍ରକାଶ ପାଇଲା ପରେ କ୍ଷୁଦ୍ର ଜଳସେଚନ ବିଭାଗ ତପତ୍ରତା ପ୍ରକାଶ କରି ଟେଣ୍ଡର ଆହ୍ବାନ କରିଥିଲା। ସରକାରୀ ନିୟମ ଅନୁସାରେ ବଲାଙ୍ଗୀରର ରଶ୍ମି ରଞ୍ଜନ ପ୍ରଧାନ ଟେଣ୍ଡର ପାଇଥିବା ବିଭାଗୀୟ ଏସଡ଼ିଓ ନିରଞ୍ଜନ ଶତପଥୀ କହିଛନ୍ତି। ବିଭାଗୀୟ ତଦାରଖରେ ଉନ୍ନତମାନର କାମ କରାଯିବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri