ପାକିସ୍ତାନରେ ବିଗୁଡିଛି ରାଜନୈତିକ ସ୍ଥିତି: ମରିୟମଙ୍କ ସ୍ୱାମୀ ଗିରଫ

ଇସ୍‌ଲାମାବାଦ,୧୯ ।୧୦: ପାକିସ୍ତାନରେ ବିଗିଡି ଚାଲିଛି ରାଜନୈତିକ ସ୍ଥିତି । ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବିରୋଧି ଏକ ବଡ ରାଲି ବାହାର କରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଜନତା ଯୋଗ ଦେଇଥିଲେ । ଏବେ ଏହି ରାଲିର ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଇମ୍ରାନ ବିରୋଧିଙ୍କ ଉପରେ କଡା ପଦକ୍ଷେପ ନେଇଛନ୍ତି । ସୋମବାର ପୂର୍ବତନ ପ୍ରଧାନମନ୍ତୀ ନୱାଜ ଶରିଫଙ୍କ ଜ୍ୱାଇଁ ତଥା ମରିୟମ ନୱାଜଙ୍କ ସ୍ୱାମୀ ସଫଦର ଅୱାନଙ୍କୁ ଗିରଫ କରାଯାଇଛି । ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ(ଏନ୍‌)ର ନେତ୍ରୀ ମରିୟମ ଶରିଫ ଏହି ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତ କି ପୋଲିସ ସକାଳୁ ସକାଳୁ ତାଙ୍କ ହୋଟେଲ ରୁମକୁ ଆସି କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଛି । କରାଚିର ଏକ ହୋଟେଲରେ ସେ ରହୁଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନର କରାଚିରେ ବିରୋଧି ଇମ୍ରାନଙ୍କ ବିରୋଧରେ ଏକ ବଡ ରାଲି ଆୟୋଜନ କରିଥିଲେ । ଯେଉଁଠାରେ ମରିୟମ ଦେଇଥିବା ଭାଷଣ ଚର୍ଚ୍ଚାକୁ ଆସିଥିଲା । ଏଥିରେ ସେ ଇମ୍ରାନଙ୍କୁ ଭୟାଳୁ, ଅଯୋଗ୍ୟ ଆଦି କହିଥିଲେ । ଏହାସହ ସବୁଥିରେ ଇମ୍ରାନଙ୍କୁ ସେନାର ସହାୟତା ମିଳୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ମରିୟମ । କେବଳ ସେତିକି ନୁହେଁ ଇମ୍ରାନଙ୍କ ଉପରେ ଭ୍ରଷ୍ଟ୍ରାଚାର, କରୋନା ମୁକାବିଲାରେ ଫେଲ୍ ମାରିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି ମରିୟମ । ତେବେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ବେଶ୍ କିଛିଦିନ ହେବ ବିରୋଧି ଦୋଷାରୋପ କରି ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?