ପାକିସ୍ତାନରେ ବିଗୁଡିଛି ରାଜନୈତିକ ସ୍ଥିତି: ମରିୟମଙ୍କ ସ୍ୱାମୀ ଗିରଫ

ଇସ୍‌ଲାମାବାଦ,୧୯ ।୧୦: ପାକିସ୍ତାନରେ ବିଗିଡି ଚାଲିଛି ରାଜନୈତିକ ସ୍ଥିତି । ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବିରୋଧି ଏକ ବଡ ରାଲି ବାହାର କରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଜନତା ଯୋଗ ଦେଇଥିଲେ । ଏବେ ଏହି ରାଲିର ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଇମ୍ରାନ ବିରୋଧିଙ୍କ ଉପରେ କଡା ପଦକ୍ଷେପ ନେଇଛନ୍ତି । ସୋମବାର ପୂର୍ବତନ ପ୍ରଧାନମନ୍ତୀ ନୱାଜ ଶରିଫଙ୍କ ଜ୍ୱାଇଁ ତଥା ମରିୟମ ନୱାଜଙ୍କ ସ୍ୱାମୀ ସଫଦର ଅୱାନଙ୍କୁ ଗିରଫ କରାଯାଇଛି । ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ(ଏନ୍‌)ର ନେତ୍ରୀ ମରିୟମ ଶରିଫ ଏହି ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତ କି ପୋଲିସ ସକାଳୁ ସକାଳୁ ତାଙ୍କ ହୋଟେଲ ରୁମକୁ ଆସି କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଛି । କରାଚିର ଏକ ହୋଟେଲରେ ସେ ରହୁଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନର କରାଚିରେ ବିରୋଧି ଇମ୍ରାନଙ୍କ ବିରୋଧରେ ଏକ ବଡ ରାଲି ଆୟୋଜନ କରିଥିଲେ । ଯେଉଁଠାରେ ମରିୟମ ଦେଇଥିବା ଭାଷଣ ଚର୍ଚ୍ଚାକୁ ଆସିଥିଲା । ଏଥିରେ ସେ ଇମ୍ରାନଙ୍କୁ ଭୟାଳୁ, ଅଯୋଗ୍ୟ ଆଦି କହିଥିଲେ । ଏହାସହ ସବୁଥିରେ ଇମ୍ରାନଙ୍କୁ ସେନାର ସହାୟତା ମିଳୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ମରିୟମ । କେବଳ ସେତିକି ନୁହେଁ ଇମ୍ରାନଙ୍କ ଉପରେ ଭ୍ରଷ୍ଟ୍ରାଚାର, କରୋନା ମୁକାବିଲାରେ ଫେଲ୍ ମାରିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି ମରିୟମ । ତେବେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ବେଶ୍ କିଛିଦିନ ହେବ ବିରୋଧି ଦୋଷାରୋପ କରି ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri