ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ ପରେ ଏହି ଉପନିର୍ବାଚନ ହେବାକୁ ଯାଉଛି। ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେଣୁ ବିଜେଡି ଅନୁକମ୍ପାମୂଳକ ଭୋଟ ହାତେଇପାରେ ବୋଲି ଆଲୋଚନା ହେଉଛି। ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଥିଲେ। କିନ୍ତୁ ସେ ଯଥାକ୍ରମେ ୪୮,୧୦୦ ଓ ୫୩,୫୦୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ତେଣୁ କଂଗ୍ରେସରେ ଥିବା ତାଙ୍କ ସମର୍ଥକଙ୍କ ସମେତ ଭୋଟରଙ୍କ ସହାନୁଭୂତି ପାଇଁ ସେ ଉଦ୍ୟମ କରୁଥିବା କୁହାଯାଉଛି। କଂଗ୍ରେସ କଥା ଦେଖିଲେ, ଏହି ଆସନ ବହୁ ପୂର୍ବରୁ ଦଳର ଏକ ପ୍ରକାର ଦୁର୍ଗ ଥିଲା। ପୂର୍ବ ନିର୍ବାଚନଗୁଡ଼ିକରେ ଦଳ ଭଲ ଭୋଟ ପାଇଛି, ଯାହା ଏବେ କଂଗ୍ରେସ ପ୍ରାର୍ଥୀ ତଥା ଯୁବ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ସହାୟକ ହେବ ବୋଲି କୁହାଯାଉଛି। ନିର୍ବାଚନମଣ୍ଡଳୀରେ ଅଭାବ, ଅସୁବିଧା ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଦଳ ପ୍ରସଙ୍ଗ କରି ଦଳ ସଫଳତା ପାଇବ ବୋଲି କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି।
ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ତିର୍ତ୍ତୋଲ ଆସନରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ବିଜୟୀ ହୋଇଥିଲେ। ତାଙ୍କୁ ୯୩,୯୬୭ ଭୋଟ ମିଳିଥିଲା। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୫୩,୫୮୧ ଭୋଟ ମିଳିଥିଲା। କଂଗ୍ରେସ ରାଜକିଶୋର ବେହେରାଙ୍କୁ ଟିକେଟ ନ ଦେଇ ଦେବୀ ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ସେ ୨୩,୮୦୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ବହୁ ଆଶାୟୀ ଯୋଗୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏପରି କି ଦଳୀୟ କନ୍ଦଳ ଏବଂ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ବିଧାୟକ ଦାସଙ୍କ ଦେହାନ୍ତ ପରେ ଏହି ଆସନରେ ବିଜେଡି ଟିକେଟ୍‌ ପାଇବା ପାଇଁ ଏକାଧିକ ଆଶାୟୀ ଥିଲେ। ଦଳ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିବା ପରେ ନିରାଶ ହୋଇଥିବା କେତେଜଣ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି। ଏଥିଯୋଗୁ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିଥିଲେ ସୁଦ୍ଧା ଏହା ନିର୍ବାଚନ ଉପରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ। ଯେହେତୁ ବିଜେଡି ୨୦୦୯ରୁ ଲଗାତର ଜିତି ଆସୁଛି, ତେଣୁ ଦଳ ଫାଇଦାରେ ରହିବ ବୋଲି ଚର୍ଚ୍ଚା ଚାଲିଛି। ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ନିର୍ବାଚନ ମଣ୍ଡଳୀରେ ବିଜେଡି ଅଧିକ ସୁରକ୍ଷିତ। ଭଲ ଫଳ ପ୍ରଦର୍ଶନ ପାଇଁ ଦଳ ପକ୍ଷରୁ ରଣନୀତି ଆପଣାଯାଉଛି।
ଗତବର୍ଷ ନିର୍ବାଚନରେ କଂଗ୍ରେସ ଦ୍ୱାରା ଉପେକ୍ଷିତ ହୋଇଥିବା ରାଜକିଶୋର ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ଗତଥରର ପ୍ରାର୍ଥୀ ରମାକାନ୍ତଙ୍କୁ ନିରାଶ କରି ରାଜକିଶୋରଙ୍କୁ ଟିକେଟ ଦେଇଛି। ଫଳରେ ରମାକାନ୍ତ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିବା ସହ ବିଜେଡିରେ ଯୋଗଦେଇଛନ୍ତି। ହେଲେ ଅତୀତରେ ଜିଲା ଓକିଲ ସଂଘ ସଭାପତି ଥିବା ରାଜକିଶୋର ୨ଟି ନିର୍ବାଚନରେ ହାରିଥିଲେ ସୁଦ୍ଧା ଏଥର ଜିତିବେ ବୋଲି ଆଶା ବାନ୍ଧିଛନ୍ତି। ଦୀର୍ଘବର୍ଷ ଧରି ସେ କଂଗ୍ରେସରେ ଥିଲେ, ତେଣୁ ଅନେକ ନେତା ଓ କର୍ମୀଙ୍କ ସହ ଥିବା ସମ୍ପର୍କକୁ ନିଜ ଆଡକୁ ଆଣିବାକୁ ସେ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି। ଗତ ନିର୍ବାଚନରେ ଭାଜପା ସପକ୍ଷରେ ଯାହା ଭୋଟ ଯାଇଥିଲା ଏଥର ସେଥିରେ ବଡ଼ଧରଣର ପରିବର୍ତ୍ତନ ଆସିବ। ଦଳକୁ ନିଶ୍ଚିତ ସଫଳତା ମିଳିବ ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି। ବିଶେଷକରି ଅସନ୍ତୁଷ୍ଟ ବିଜେଡି ଭୋଟ ହାତେଇବା ପାଇଁ ଭାଜପା ଶିବିରରେ ଉଦ୍ୟମ ହେଉଥିବା ଆଲୋଚନା ହେଉଛି।
ଅନ୍ୟପକ୍ଷରେ ନବାଗତଙ୍କ ଉପରେ ଭରସା କରିଥିବା କଂଗ୍ରେସ ମଧ୍ୟ ଦଳୀୟ କନ୍ଦଳରୁ ଊର୍ଦ୍ଧ୍ୱରେ ନାହିଁ। କଂଗ୍ରେସ ଅନୁସୂଚିତ ଜାତି ସେଲ୍‌ ରାଜ୍ୟ ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ ଏଥର ଉପନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ନ ମିଳିବାରୁ ସେ ବିଜେଡିରେ ମିଶିଛନ୍ତି। ମଲ୍ଲିକଙ୍କ କହିବାନୁଯାୟୀ, ଦୀର୍ଘବର୍ଷ ଧରି ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ରହି ଆସିଥିଲେ। କିନ୍ତୁ ଦଳର ନେତୃତ୍ୱ ତାଙ୍କୁ ବାରମ୍ବାର ଅଣଦେଖା କଲେ। ଏ ପରିସ୍ଥିତିରେ କଂଗ୍ରେସ ଉପରୁ ତାଙ୍କର ମୋହ ଭଙ୍ଗ ହେଲା। ବିଜେଡିରେ ମିଶିଲା ପରେ ଖୁସି ଲାଗୁଥିବା ମଲ୍ଲିକ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ କହିଛନ୍ତି, ଦୀର୍ଘଦିନ ହେବ ସେ ନିର୍ବାଚନ ମଣ୍ଡଳୀର ବିିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ଭେଟିଛନ୍ତି। ଏକାଧିକ ପ୍ରସଙ୍ଗକୁ ନେଇ ସେ ଭୋଟରଙ୍କୁ ଭେଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

କୋଟିଆରେ ଓଡ଼ିଶା ପ୍ରଶାସନର ତତ୍ପରତା, ସୀମାନ୍ତର ୩ ସ୍ଥାନରେ ପୋଲିସ ପୋଷ୍ଟ ସ୍ଥାପନ

ପଟ୍ଟାଙ୍ଗି,୨୫।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ତପ୍ତତରତା ଦେଖାଇଛି ଜିଲା ପ୍ରଶାସନ । ପଡୋଶୀ ଆନ୍ଧ୍ର ରାଜ୍ୟର ସମିତି…

ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମରେ ନବରାତ୍ରୀ ଦୂର୍ଗା ପୂଜା ଅବସରରେ ପୌରାଣିକ ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମର ଯୁବକ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?