ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ ପରେ ଏହି ଉପନିର୍ବାଚନ ହେବାକୁ ଯାଉଛି। ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେଣୁ ବିଜେଡି ଅନୁକମ୍ପାମୂଳକ ଭୋଟ ହାତେଇପାରେ ବୋଲି ଆଲୋଚନା ହେଉଛି। ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଥିଲେ। କିନ୍ତୁ ସେ ଯଥାକ୍ରମେ ୪୮,୧୦୦ ଓ ୫୩,୫୦୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ତେଣୁ କଂଗ୍ରେସରେ ଥିବା ତାଙ୍କ ସମର୍ଥକଙ୍କ ସମେତ ଭୋଟରଙ୍କ ସହାନୁଭୂତି ପାଇଁ ସେ ଉଦ୍ୟମ କରୁଥିବା କୁହାଯାଉଛି। କଂଗ୍ରେସ କଥା ଦେଖିଲେ, ଏହି ଆସନ ବହୁ ପୂର୍ବରୁ ଦଳର ଏକ ପ୍ରକାର ଦୁର୍ଗ ଥିଲା। ପୂର୍ବ ନିର୍ବାଚନଗୁଡ଼ିକରେ ଦଳ ଭଲ ଭୋଟ ପାଇଛି, ଯାହା ଏବେ କଂଗ୍ରେସ ପ୍ରାର୍ଥୀ ତଥା ଯୁବ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ସହାୟକ ହେବ ବୋଲି କୁହାଯାଉଛି। ନିର୍ବାଚନମଣ୍ଡଳୀରେ ଅଭାବ, ଅସୁବିଧା ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଦଳ ପ୍ରସଙ୍ଗ କରି ଦଳ ସଫଳତା ପାଇବ ବୋଲି କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି।
ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ତିର୍ତ୍ତୋଲ ଆସନରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ବିଜୟୀ ହୋଇଥିଲେ। ତାଙ୍କୁ ୯୩,୯୬୭ ଭୋଟ ମିଳିଥିଲା। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୫୩,୫୮୧ ଭୋଟ ମିଳିଥିଲା। କଂଗ୍ରେସ ରାଜକିଶୋର ବେହେରାଙ୍କୁ ଟିକେଟ ନ ଦେଇ ଦେବୀ ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ସେ ୨୩,୮୦୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ବହୁ ଆଶାୟୀ ଯୋଗୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏପରି କି ଦଳୀୟ କନ୍ଦଳ ଏବଂ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ବିଧାୟକ ଦାସଙ୍କ ଦେହାନ୍ତ ପରେ ଏହି ଆସନରେ ବିଜେଡି ଟିକେଟ୍‌ ପାଇବା ପାଇଁ ଏକାଧିକ ଆଶାୟୀ ଥିଲେ। ଦଳ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିବା ପରେ ନିରାଶ ହୋଇଥିବା କେତେଜଣ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି। ଏଥିଯୋଗୁ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିଥିଲେ ସୁଦ୍ଧା ଏହା ନିର୍ବାଚନ ଉପରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ। ଯେହେତୁ ବିଜେଡି ୨୦୦୯ରୁ ଲଗାତର ଜିତି ଆସୁଛି, ତେଣୁ ଦଳ ଫାଇଦାରେ ରହିବ ବୋଲି ଚର୍ଚ୍ଚା ଚାଲିଛି। ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି, ନିର୍ବାଚନ ମଣ୍ଡଳୀରେ ବିଜେଡି ଅଧିକ ସୁରକ୍ଷିତ। ଭଲ ଫଳ ପ୍ରଦର୍ଶନ ପାଇଁ ଦଳ ପକ୍ଷରୁ ରଣନୀତି ଆପଣାଯାଉଛି।
ଗତବର୍ଷ ନିର୍ବାଚନରେ କଂଗ୍ରେସ ଦ୍ୱାରା ଉପେକ୍ଷିତ ହୋଇଥିବା ରାଜକିଶୋର ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ଗତଥରର ପ୍ରାର୍ଥୀ ରମାକାନ୍ତଙ୍କୁ ନିରାଶ କରି ରାଜକିଶୋରଙ୍କୁ ଟିକେଟ ଦେଇଛି। ଫଳରେ ରମାକାନ୍ତ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିବା ସହ ବିଜେଡିରେ ଯୋଗଦେଇଛନ୍ତି। ହେଲେ ଅତୀତରେ ଜିଲା ଓକିଲ ସଂଘ ସଭାପତି ଥିବା ରାଜକିଶୋର ୨ଟି ନିର୍ବାଚନରେ ହାରିଥିଲେ ସୁଦ୍ଧା ଏଥର ଜିତିବେ ବୋଲି ଆଶା ବାନ୍ଧିଛନ୍ତି। ଦୀର୍ଘବର୍ଷ ଧରି ସେ କଂଗ୍ରେସରେ ଥିଲେ, ତେଣୁ ଅନେକ ନେତା ଓ କର୍ମୀଙ୍କ ସହ ଥିବା ସମ୍ପର୍କକୁ ନିଜ ଆଡକୁ ଆଣିବାକୁ ସେ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି। ଗତ ନିର୍ବାଚନରେ ଭାଜପା ସପକ୍ଷରେ ଯାହା ଭୋଟ ଯାଇଥିଲା ଏଥର ସେଥିରେ ବଡ଼ଧରଣର ପରିବର୍ତ୍ତନ ଆସିବ। ଦଳକୁ ନିଶ୍ଚିତ ସଫଳତା ମିଳିବ ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି। ବିଶେଷକରି ଅସନ୍ତୁଷ୍ଟ ବିଜେଡି ଭୋଟ ହାତେଇବା ପାଇଁ ଭାଜପା ଶିବିରରେ ଉଦ୍ୟମ ହେଉଥିବା ଆଲୋଚନା ହେଉଛି।
ଅନ୍ୟପକ୍ଷରେ ନବାଗତଙ୍କ ଉପରେ ଭରସା କରିଥିବା କଂଗ୍ରେସ ମଧ୍ୟ ଦଳୀୟ କନ୍ଦଳରୁ ଊର୍ଦ୍ଧ୍ୱରେ ନାହିଁ। କଂଗ୍ରେସ ଅନୁସୂଚିତ ଜାତି ସେଲ୍‌ ରାଜ୍ୟ ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ ଏଥର ଉପନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ନ ମିଳିବାରୁ ସେ ବିଜେଡିରେ ମିଶିଛନ୍ତି। ମଲ୍ଲିକଙ୍କ କହିବାନୁଯାୟୀ, ଦୀର୍ଘବର୍ଷ ଧରି ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ରହି ଆସିଥିଲେ। କିନ୍ତୁ ଦଳର ନେତୃତ୍ୱ ତାଙ୍କୁ ବାରମ୍ବାର ଅଣଦେଖା କଲେ। ଏ ପରିସ୍ଥିତିରେ କଂଗ୍ରେସ ଉପରୁ ତାଙ୍କର ମୋହ ଭଙ୍ଗ ହେଲା। ବିଜେଡିରେ ମିଶିଲା ପରେ ଖୁସି ଲାଗୁଥିବା ମଲ୍ଲିକ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ କହିଛନ୍ତି, ଦୀର୍ଘଦିନ ହେବ ସେ ନିର୍ବାଚନ ମଣ୍ଡଳୀର ବିିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କୁ ଭେଟିଛନ୍ତି। ଏକାଧିକ ପ୍ରସଙ୍ଗକୁ ନେଇ ସେ ଭୋଟରଙ୍କୁ ଭେଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri