ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ଯାନ (କାର୍‌)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା ଜଣାପଡ଼ିଛି। ବିଶେଷକରି ଯାନ ନିର୍ମାଣରେ ଆବଶ୍ୟକ ଇଲେକ୍ଟ୍ରୋନିକ୍‌ ଉପାଦାନଗୁଡ଼ିକର ଘୋର ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକ ଉପକରଣର ବଜାର ଦର ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ସେହିପରି ୨୦୨୨ ନଭେମ୍ବରରେ ଏହାର ମୋଟ ବିକ୍ରିରେ ୧୪% ବୃଦ୍ଧି ହୋଇଥିବା ଜଣାପଡିଛି। ଏପରିକି ମାରୁତି ସୁଜୁକି ଚଳିତ ବର୍ଷ ନଭେମ୍ବରରେ ୧,୫୯,୦୪୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ଗତ ବର୍ଷ ସମାନ ଅବଧି ମଧ୍ୟରେ ତାହା ୧,୩୯,୧୮୪ ୟୁନିଟ୍‌ରେ ରହିଥିଲା। ଅପରପକ୍ଷରେ ଘରୋଇ ବିକ୍ରି (୧,୩୫,୦୫୫ ୟୁନିଟ୍‌) ସହ ଅନ୍ୟ ଓଇଏମ୍‌କୁ (୪,୨୫୧ ୟୁନିଟ୍‌) ବିକ୍ରି ଏବଂ ରପ୍ତାନି (୧୯,୭୩୮ ୟୁନିଟ୍‌) ଅନ୍ତର୍ଭୁକ୍ତ ରହିଛି।
ଅପରପକ୍ଷରେ କମ୍ପାନୀର ଘରୋଇ ବିକ୍ରି ଚଳିତ ବର୍ଷ ନଭେମ୍ବରରେ ୧୮% ବୃଦ୍ଧି ପାଇ ୧,୩୯,୩୦୬ ରେ ପହଞ୍ଚିଛି। ହେଲେ ଗତ ବର୍ଷ ଏହି ସମୟ (ନଭେମ୍ବର ) ମଧ୍ୟରେ ୧,୧୭,୭୯୧ ୟୁନିଟ୍‌ ରହିଥିଲା।
ବିଶେଷକରି କମ୍ପାନୀର କମ୍ପାକ୍ଟ ମଡେଲ ମିନି କାର୍‌ (ଆଲ୍ଟୋ, ଏସ୍‌-ପ୍ରେସୋ)ର ବିକ୍ରି ଗତ ବର୍ଷ ସମାନ ମାସରେ ୧୭,୪୭୩ ୟୁନିଟ୍‌ରୁ ୧୮,୨୫୧ୟୁନିଟ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ସେହିଭଳି କମ୍ପାକ୍ଟ ସେଗ୍‌ମେଣ୍ଟରେ ବିକ୍ରି (ସ୍ବିଫ୍ଟ, ସେଲେରିଓ, ଇଗ୍ନିସ୍‌, ବାଲେନୋ ଏବଂ ଡିଜାୟାର) ଗତ ବର୍ଷ ନଭେମ୍ବରରେ ୫୭,୦୧୯ ୟୁନିଟ୍‌ରୁ ୭୨,୮୪୪ ୟୁନିଟ୍‌କୁ ବୃଦ୍ଧି ପାଇଥିଲା। ସେହିପରି କମ୍ପାନୀର ମଧ୍ୟମ ଆକାରର ସେଡାନ୍‌ ସିଆଜ୍‌ର ବିକ୍ରି ୧,୫୫୪ ୟୁନିଟ୍‌ ଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ୟୁଟିଲିଟି ଗାଡି ସେଗ୍‌ମେଣ୍ଟ (ଭିଟାରା ବ୍ରେଜା, ଏସ୍‌-କ୍ରସ୍‌, ଏର୍ଟିଗା) ରେ ବିକ୍ରି ୩୨,୫୬୩ ୟୁନିଟ୍‌କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରପ୍ତାନି ଗତ ବର୍ଷ ସମାନ ମାସରେ ୨୧,୩୯୩ ୟୁନିଟ୍‌ ତୁଳନାରେ ୧୯,୭୩୮ ୟୁନିଟ୍‌କୁ ଖସି ଆସିଛି। ସୂଚନାଯୋଗ୍ୟ, ମାରୁତି ସୁଜୁକି ଇଣ୍ଡିଆର ଶେୟାର ୧.୫୮% ହ୍ରାସ ପାଇ ବିଏସ୍‌ଇରେ ୮,୮୧୫ ମୂଲ୍ୟରେ ବିକ୍ରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri