ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ଯାନ (କାର୍‌)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା ଜଣାପଡ଼ିଛି। ବିଶେଷକରି ଯାନ ନିର୍ମାଣରେ ଆବଶ୍ୟକ ଇଲେକ୍ଟ୍ରୋନିକ୍‌ ଉପାଦାନଗୁଡ଼ିକର ଘୋର ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକ ଉପକରଣର ବଜାର ଦର ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ସେହିପରି ୨୦୨୨ ନଭେମ୍ବରରେ ଏହାର ମୋଟ ବିକ୍ରିରେ ୧୪% ବୃଦ୍ଧି ହୋଇଥିବା ଜଣାପଡିଛି। ଏପରିକି ମାରୁତି ସୁଜୁକି ଚଳିତ ବର୍ଷ ନଭେମ୍ବରରେ ୧,୫୯,୦୪୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ଗତ ବର୍ଷ ସମାନ ଅବଧି ମଧ୍ୟରେ ତାହା ୧,୩୯,୧୮୪ ୟୁନିଟ୍‌ରେ ରହିଥିଲା। ଅପରପକ୍ଷରେ ଘରୋଇ ବିକ୍ରି (୧,୩୫,୦୫୫ ୟୁନିଟ୍‌) ସହ ଅନ୍ୟ ଓଇଏମ୍‌କୁ (୪,୨୫୧ ୟୁନିଟ୍‌) ବିକ୍ରି ଏବଂ ରପ୍ତାନି (୧୯,୭୩୮ ୟୁନିଟ୍‌) ଅନ୍ତର୍ଭୁକ୍ତ ରହିଛି।
ଅପରପକ୍ଷରେ କମ୍ପାନୀର ଘରୋଇ ବିକ୍ରି ଚଳିତ ବର୍ଷ ନଭେମ୍ବରରେ ୧୮% ବୃଦ୍ଧି ପାଇ ୧,୩୯,୩୦୬ ରେ ପହଞ୍ଚିଛି। ହେଲେ ଗତ ବର୍ଷ ଏହି ସମୟ (ନଭେମ୍ବର ) ମଧ୍ୟରେ ୧,୧୭,୭୯୧ ୟୁନିଟ୍‌ ରହିଥିଲା।
ବିଶେଷକରି କମ୍ପାନୀର କମ୍ପାକ୍ଟ ମଡେଲ ମିନି କାର୍‌ (ଆଲ୍ଟୋ, ଏସ୍‌-ପ୍ରେସୋ)ର ବିକ୍ରି ଗତ ବର୍ଷ ସମାନ ମାସରେ ୧୭,୪୭୩ ୟୁନିଟ୍‌ରୁ ୧୮,୨୫୧ୟୁନିଟ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ସେହିଭଳି କମ୍ପାକ୍ଟ ସେଗ୍‌ମେଣ୍ଟରେ ବିକ୍ରି (ସ୍ବିଫ୍ଟ, ସେଲେରିଓ, ଇଗ୍ନିସ୍‌, ବାଲେନୋ ଏବଂ ଡିଜାୟାର) ଗତ ବର୍ଷ ନଭେମ୍ବରରେ ୫୭,୦୧୯ ୟୁନିଟ୍‌ରୁ ୭୨,୮୪୪ ୟୁନିଟ୍‌କୁ ବୃଦ୍ଧି ପାଇଥିଲା। ସେହିପରି କମ୍ପାନୀର ମଧ୍ୟମ ଆକାରର ସେଡାନ୍‌ ସିଆଜ୍‌ର ବିକ୍ରି ୧,୫୫୪ ୟୁନିଟ୍‌ ଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ୟୁଟିଲିଟି ଗାଡି ସେଗ୍‌ମେଣ୍ଟ (ଭିଟାରା ବ୍ରେଜା, ଏସ୍‌-କ୍ରସ୍‌, ଏର୍ଟିଗା) ରେ ବିକ୍ରି ୩୨,୫୬୩ ୟୁନିଟ୍‌କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରପ୍ତାନି ଗତ ବର୍ଷ ସମାନ ମାସରେ ୨୧,୩୯୩ ୟୁନିଟ୍‌ ତୁଳନାରେ ୧୯,୭୩୮ ୟୁନିଟ୍‌କୁ ଖସି ଆସିଛି। ସୂଚନାଯୋଗ୍ୟ, ମାରୁତି ସୁଜୁକି ଇଣ୍ଡିଆର ଶେୟାର ୧.୫୮% ହ୍ରାସ ପାଇ ବିଏସ୍‌ଇରେ ୮,୮୧୫ ମୂଲ୍ୟରେ ବିକ୍ରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri