ସଜେଇ ହୋଇଛି ଶହୀଦ ସ୍ମୃତିପୀଠ

ବାସୁଦେବପୁର,୨୮ା୯(ଡି.ଏନ.ଏ.): ରକ୍ତତୀର୍ଥ ଭାବେ ପରିଚିତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଇରମରେ ବୁଧବାର ୮୦ତମ ଶହୀଦ ସ୍ମୃତି ଦିବସ ପାଳନ ହେବ। ଏଥିପାଇଁ ଏହି ଶହୀଦ ସ୍ମୃତିପୀଠ ସଜେଇ ହୋଇଛି। ଶହୀଦମାନଙ୍କ ତ୍ୟାଗ ଓ ବଳିଦାନର ଗାଥାକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
୧୯୪୨ ସେପ୍ଟେମ୍ବର ୨୮ରେ ଇରମର ମେଳଣ ପଡ଼ିଆରେ ଇଂରେଜମାନଙ୍କ ଗୁଳିରେ ଶହୀଦ ହୋଇଥିଲେ ୨୯ଜଣ ସଂଗ୍ରାମୀ। ଏହି ଗୁଳିକାଣ୍ଡରେ ୫୬ରୁ ଊଦ୍ଧ୍ୱର୍ର୍ ଆହତ ହୋଇଥିଲେ। ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ପରିବେୱା ଇରମ ଅଞ୍ଚଳର ତତ୍କାଳୀନ ସମୟରେ ପ୍ରଥମ ମହିଳା ଶହୀଦ ଥିଲେ। ଭାରତଛାଡ଼ ଆନ୍ଦୋଳନର ଏକମାତ୍ର ନାରୀ ଶହୀଦ ହୋଇ ସମଗ୍ର ଭାରତବର୍ଷକୁ ଗୌରବାନ୍ବିତ କରିଥିଲେ। ସେହିପରି ୧୨ ବର୍ଷର ବିଜୁଳି ଦାଶ ମଧ୍ୟ ସର୍ବକନିଷ୍ଠ ଶହୀଦ ଥିଲେ। ଶହୀଦ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପଢ଼ୁଅଁା ଗ୍ରାମର ୧୭ଜଣ ସ୍ବାଧୀନତା ସଂଗ୍ରାମୀ ଥିଲେ। ଶହୀଦ ସଂଗ୍ରାମୀଙ୍କ ପରିବାରର ପରବର୍ତ୍ତୀ ପିଢ଼ି ଆର୍ଥିକ ଅନାଟନରେ ଜୀବନ ବିତାଉଥିବା ବେଳେ ସେମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ। ସ୍ବାଧୀନତା ସଂଗ୍ରାମ ଓ ଗୁଳିକାଣ୍ଡରେ ଅନ୍ୟ ଦୁଇଜଣ ଅନାଲୋଚିତ ସଂଗ୍ରାମୀ ମଣି ବେଜ ଓ କୁଶ ତରାଇ। ବାସୁଦେବପୁର ଥାନାରୁ ୧୯୪୨ ସେପ୍ଟେମ୍ବର ୨୮ରେ ବ୍ରିଟିଶ ଫୌଜ ଇରମ ମେଳଣ ପଡ଼ିଆ ଅଭିମୁଖେ ଯାଉଥିବା ବେଳେ ଚୁଡ଼ାମଣି ଘାଟଠାରେ ଗମେଈ ନଦୀ ପାରି କରିବାକୁ ଥିବା ନାଉରିଆ କୁଶ ସେମାନଙ୍କୁ ନଦୀ ପାର କରାଇ ଦେଇ ନ ଥିଲେ। ସେମାନେ ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇଥିଲେ ମଧ୍ୟ ସେ ଡରି ନ ଥିଲେ। ଶେଷରେ ତାଙ୍କଠାରୁ ଡଙ୍ଗା ଛଡ଼ାଇ ନେଇ ବ୍ରିଟିଶ ଫୌଜ ନଦୀ ପାରି ହୋଇ ଇରମ ଅଭିମୁଖେ ଯାଇଥିଲେ। ଏହି ଖବର କୁଶ ପ୍ରଥମେ ସ୍ଥାନୀୟ ଲୋକଙ୍କୁ କହିବା ପରେ ବ୍ରିଟିଶ ଫୌଜକୁ ବିରୋଧ ଆରମ୍ଭ ହୋଇଥିଲା। ସେହିପରି ମଣି ବେଜ ନିଜର ସାହସ ପଣିଆ ଦେଖାଇ ବ୍ରିଟିଶ ଫୌଜଙ୍କ ପୋଷାକ ପତ୍ର ଛଡ଼ାଇ ଆଣି ସେଥିରେ ପରିଶ୍ରା କରି ଫିଙ୍ଗି ଦେଇଥିଲେ। ଏହି ଘଟଣା ବ୍ରିଟିଶ ଫୌଜକୁ ଅଧିକ ମର୍ମାହତ କରିଥିଲା। ଏହାର କିଛି ଘଣ୍ଟା ପରେ ସେମାନେ ଇରମ ଜମିଦାରଙ୍କ ଘରେ ପହଞ୍ଚିଥିଲେ। ସେତେବେଳକୁ ଇରମ ମେଳଣ ପଡ଼ିଆରେ ଶତାଧିକ ସଂଗ୍ରାମୀ ପହଞ୍ଚି ବ୍ରିଟିଶ ସରକାର ବିରୋଧରେ ସଭା କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ରିଟିଶ ଫୌଜ ଆଖିବୁଜା ଗୁଳି ଚାଳନା କରିଥିଲେ।
୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି ପବିତ୍ର ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିଲେ। ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପରେ ୨୦୧୭ରେ ପୀଠର ବିକାଶ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ପାଣ୍ଠିରୁ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ସହ ପର୍ଯ୍ୟଟନ ବିଭାଗ ସହଯୋଗରେ ପୀଠର ଉନ୍ନତୀକରଣ କାର୍ଯ୍ୟ ଚାଲୁ ରହିଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ନିଜସ୍ବ ପାଣ୍ଠି ସହଯୋଗରେ ଚାଚେରି ଛକଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ସ୍ଥାୟୀ ଗେଟ୍‌ର ଭିତ୍ତିପ୍ରସ୍ତର ଚଳିତ ମାସ ସ୍ଥାପନ କରାଯାଇଛି। ପୀଠର ପୂର୍ଣ୍ଣ ବିକାଶ ହୋଇପାରିଲେ ଏହା ଶହୀଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଇରମର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?