Posted inଜାତୀୟ

ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ବିଶ୍ୱାସୀ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍‌ ମାନନ୍ତି। ଏଥି ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ସେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିଲେ। କଂଗ୍ରେସର ଏହି ବରିଷ୍ଠ ନେତା ବହୁବାର ନିଜ ଦଳ ପାଇଁ ଚିନ୍ତାର କାରଣ ପାଲିଟିଛନ୍ତି।

ଗତ ଥର ମନ୍ତ୍ରୀ ପଦ ପାଇବା ପୂର୍ବରୁ ୩ ଥର ବିଧାୟକ ଚାନ୍ନି ଯାଇଥିଲେ ଜଣେ ଜ୍ୟୋତିଷଙ୍କ ନିକଟକୁ। ରାଜନୀତିରେ ଆଗେଇବା ପାଇଁ ଜ୍ୟୋତିଷ ତାଙ୍କୁ ବାସଭବନର ଦ୍ୱାର ପୂର୍ବାମୁହଁା କରିବାକୁ ଆଦେଶ ଦେଇଥିଲେ। ପରିଣାମ ସ୍ବରୂପ ଚଣ୍ଡିଗଡ଼ ସେକ୍ଟର ୨ସ୍ଥିତ ବାସଭବନ ବାହାରେ ଥିବା ପାର୍କଠାରୁ ଏକ ବେଆଇନ ରାସ୍ତା ନିର୍ମାଣ କରାଇଥିଲେ। ଅବଶ୍ୟ କିଛି ଘଣ୍ଟା ପରେ ରାସ୍ତାକୁ ଓପାଡ଼ି ଫିଙ୍ଗିଥିଲା ଚଣ୍ଡିଗଡ଼ ପ୍ରଶାସନ।

ତେବେ ଜ୍ୟୋତିଷଙ୍କ ଆଦେଶରେ ବିବାଦୀୟ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆଁ ନୁହେଁ। ପୂର୍ବରୁ ଥରେ ଜ୍ୟୋତିଷଙ୍କ ଆଦେଶରେ ଖରାରସ୍ଥିତ ନିଜ ଘର ଆଗରେ ହାତୀ ଉପରେ ବସିଥିଲେ। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

୨୦୧୮ରେ ଏକ ପଲିଟେକନିକ ଇନଷ୍ଟିଚ୍ୟୁଟରେ ଜଣେ ଲେକଚର ପୋଷ୍ଟ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଟସ୍‌ ପକାଇ ଯୋଗ୍ୟ ପ୍ରାର୍ଥୀ ବାଛିଥିଲେ। ଏହା ପୂରା ରାଜ୍ୟ କଂଗ୍ରେସର ମୁଣ୍ଡ ନୁଆଁଇ ଦେଇଥିଲା। ତେବେ ସ୍ବଚ୍ଛ ଢ଼ଙ୍ଗରେ ପଦବି ବଣ୍ଟନ କରିବା ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା ବୋଲି କଂଗ୍ରେସ ପ୍ରବକ୍ତା ଯୁକ୍ତି ବାଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri