ଭିନ୍ନ ସମ୍ପ୍ରଦାୟରେ ପ୍ରେମ ବିବାହ କରିଥିଲେ: ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ୱାମୀ

କେନ୍ଦୁଝର,୩୧ା୭(ନରେଶ ପଟ୍ଟନାୟକ): ଝୁମ୍ପୁରା ଥାନା ଅନ୍ତର୍ଗତ ଏକ ହୃଦୟ ବିଦାରକ ଘଟଣାରେ ଏମଡି ମନାନ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଶକୁନ୍ତଳା ଦାସ (୩୫)ଙ୍କୁ ପିଟି ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି। ଶକୁନ୍ତଳାଙ୍କ ବାପଘର ଅର୍ଶଳା ଗ୍ରାମରେ ବୋଲି ଜଣାପଡ଼ିଛି।

ପୋଲିସ ସୂତ୍ରରୁ ଜଣାଯାଇଛି, ଶକୁନ୍ତଳା ଓ ମନାନଙ୍କର ସାତ ମାସ ପୂର୍ବେ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କର ଦୁଇ ପିଲା ଅଛନ୍ତି। ମାତ୍ର, ମନାନ ଦ୍ୱିତୀୟ ବିବାହ କରିଥିବା ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଓ ମାରପିଟ ହେଉଥିଲା। ମଦ୍ୟପାନ କରି ଉଭୟେ ମାରପିଟ କରୁଥିବା ଜଣାପଡ଼ିଛି। ଏହା ପୂର୍ବରୁ ଥାନାରେ ଅଭିଯୋଗ ହୋଇ ସମାଧାନ ମଧ୍ୟ ହୋଇଥିଲା।

ଦୁଇ ସପ୍ତାହ ପୂର୍ବେ ଶକୁନ୍ତଳା ବାପଘରକୁ ଚାଲିଯାଇଥିବା ବେଳେ ଦୁଇ ଦିନ ତଳେ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ଫୋନ୍ ନଉଠାଇବା ନେଇ ପୁଣି ଝଗଡ଼ା ହୋଇଥିଲା। ଏହି ମାରପିଟରେ ଶକୁନ୍ତଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମନାନ ପୋଲିସକୁ ଶକୁନ୍ତଳା ମଦ ପିଇ ମରିଥିବା କହିଥିଲେ, କିନ୍ତୁ ଶକୁନ୍ତଳାଙ୍କ ଶରୀରରେ କ୍ଷତଚିହ୍ନ ଓ ହାତ ଭାଙ୍ଗିଥିବା ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଶକୁନ୍ତଳାଙ୍କ ଭାଇ ମକରଧର ଦାସଙ୍କ ଅଭିଯୋଗ କ୍ରମେ ଝୁମ୍ପୁରା ପୋଲିସ କେସ ନମ୍ବର ୧୦୧/୨୦୨୫ରେ ହତ୍ୟା ମାମଲା ରୁଜୁ କରି ମନାନଙ୍କୁ ଗିରଫ କରିଛି। ଝୁମ୍ପୁରା ଥାନା ଅଧିକାରୀ ସମ୍ଭାରୀ ହାଁସଦା କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି।

ମନାନ ମୁସଲମାନ ଓ ଶକୁନ୍ତଳା ବୈଷ୍ଣବ ସଂପ୍ରଦାୟର ହୋଇଥିଲେ ମଧ୍ୟ, ଏହା ସହମତିରେ ହୋଇଥିବା ପ୍ରେମ ବିବାହ ଥିଲା। ପୋଲିସ କହିଛି, ଏହା ସାଂପ୍ରଦାୟିକ ପ୍ରସଙ୍ଗ ନୁହେଁ, ତଥାପି ସତର୍କତା ଅବଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri