Posted inଖେଳ

ମେଡିକାଲ ପ୍ରଫେସନାଲଙ୍କୁ ସ୍ବର୍ଣ୍ଣ ପଦକ ଅଫର କଲେ ମାରିନ

ମାଡ୍ରିଡ, ୭।୭: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ପେନ୍‌ରେ ଉଦ୍ୟମ ଜାରି ରହିଛି। ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମେଡିକାଲ ପ୍ରଫେସନାଲଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଅଲିମ୍ପିକ୍‌ ଚାମ୍ପିୟନ ଗୋଲ୍ଡେନ ଗର୍ଲ କାରୋଲିନା ମାରିନ। କରୋନା ସମୟରେ ନିରନ୍ତର ସେବା ଦେଇ ଲଢ଼େଇ ଜାରି ରଖିଥିବା ପେସାଦାର ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ମାରିନ ନିଜେ ଜିତିଥିବା ସ୍ବର୍ଣ୍ଣ ପଦକ ଅଫର କରିଛନ୍ତି। ସ୍ପେନର ଅନେକ ମେଡିକାଲ ପ୍ରଫେସନାଲଙ୍କ ସହ ଭାବ ବିନିମୟ କରି ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଏହି ମହିଳା ବ୍ୟାଡ୍‌ମିଣ୍ଟନ ତାରକା।
ମାରିନ ରିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ସ୍ପାନିଶ ମହିଳା ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କରୋନା ଭାଇରସ ସଂକ୍ରମଣ ସମୟରେ ସାଧାରଣ ନାଗରିକଙ୍କୁ ଘରେ ରହିବା ପାଇଁ କୁହା ଯାଉଛି। ମାତ୍ର ସମଗ୍ର ବିଶ୍ୱର ମେଡିକାଲ ପ୍ରଫେସନାଲମାନେ ପ୍ରକୃତ ଯୋଦ୍ଧାଭାବେ ଏହା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ନିରନ୍ତର ସେବାପାଇଁ ଡାକ୍ତର ଏବଂ ଅନ୍ୟ ପେସାଦାର ସ୍ବାସ୍ଥ୍ୟ କର୍ମଚାରୀମାନେ ଲକ୍ଷଲକ୍ଷ ଲୋକଙ୍କର ହୃଦୟ ଜିତିଛନ୍ତି। ବିଶ୍ୱରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ସ୍ପେନ ଅନ୍ୟତମ। ତେଣୁ ଏହା ବିରୋଧରେ ଲଢ଼େଇ ଜାରି ରଖିଥିବା ମେଡିକାଲ ପ୍ରଫେସନାଲଙ୍କୁ ସମର୍ଥନ କରିବା ସହ ନିଜର ସ୍ବର୍ଣ୍ଣ ପଦକ ଦେଇ ଦେବାକୁ ଇଚ୍ଛା ଜାହିର କରିଛନ୍ତି ଏହି ବ୍ୟାଡ୍‌ମିଣ୍ଟନ ତାରକା। ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ଭାରତର ପି.ଭି. ସିନ୍ଧୁଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିବା ମାରିନ ନିକଟରେ ମାଡ୍ରିଡସ୍ଥିତ ଭିର୍ଗେନ ଡେଲ୍‌ ମାର୍‌ ହସ୍ପିଟାଲର ଆଗଧାଡ଼ିର ମେଡିକାଲ ପ୍ରଫେଶନାଲଙ୍କ ସହିତ ଭିଡିଓ କଲ୍‌ ମାଧ୍ୟମରେ ଭାବବିନିମୟ କରି ସମସ୍ତଙ୍କୁ ବିସ୍ମିତ କରିଥିଲେ। ”ସେମାନେ ପ୍ରକୃତରେ ସ୍ପେନର ହିରୋ। ସେମାନଙ୍କ ସହ କଥା ହେବାବେଳେ ମୁଁ ମୋ ପଦକ ଅଫର କରିଛି। ପ୍ରକୃତରେ ସେମାନେ ପ୍ରଶଂସାର ପାତ୍ର“ ବୋଲି ଏକ ସାକ୍ଷାତ୍‌କାରରେ ମାରିନ କହିଛନ୍ତି। ବାର୍ସିଲୋନାସ୍ଥିତ ସାନିଟାସ କିମା ହସ୍ପିଟାଲର ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ମଧ୍ୟ ମାରିନ କଥା ହୋଇଛନ୍ତି। ସେଠାରେ ଜଣେ ୧୦୦ ବର୍ଷର ବ୍ୟକ୍ତିଙ୍କୁ କରୋନା ଭାଇରସ ସଂକ୍ରମଣରୁ ସଫଳତାର ସହ ସୁସ୍ଥ କରିବାରେ ଏମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri