Posted inଜାତୀୟ

ମରାଠା କୋଟା ଆଇନ ଖାରଜ

ନୂଆଦିଲ୍ଲୀ, ୬।୫: ମରାଠାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ସରକାର ଆଣିଥିବା ଆଇନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ ନାହିଁ ବୋଲି ୧୯୯୨ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟର ସମୀକ୍ଷା କରିବା ଆବଶ୍ୟକ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ସଂରକ୍ଷଣ ଆଇନ ଅସାମ୍ବିଧାନିକ ବୋଲି ଜଷ୍ଟିସ ଅଶୋକ ଭୂଷଣ, ଏଲ୍‌. ନାଗେଶ୍ୱର ରାଓ, ଏସ୍‌. ଅବଦୁଲ ନାଜିର, ହେମନ୍ତ ଗୁପ୍ତା ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ସହମତ ହୋଇଥିଲେ। ସଂରକ୍ଷଣ ସୁବିଧା ପାଇଁ ମରାଠା ସମ୍ପ୍ରଦାୟକୁ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଘୋଷଣା କରାଯାଇପାରିବ ନାହିଁ। ୫୦ ପ୍ରତିଶତ କୋଟା ସୀମାକୁ ଅତିକ୍ରମ କରି ସେମାନଙ୍କ ପାଇଁ ସଂରକ୍ଷଣ ସୁବିଧା ସୃଷ୍ଟି କରିବାର କୌଣସି ଅସାଧାରଣ ସ୍ଥିତି ସୃଷ୍ଟି ହୋଇ ନ ଥିବା ସାମ୍ବିଧାନିକ ପୀଠ କହିଥିଲେ। ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାରଙ୍କ ଆଇନକୁ ବମ୍ବେ ହାଇକୋର୍ଟ ଗତବର୍ଷ ଜୁନ୍‌ ୨୭ରେ କାଏମ ରଖିବା ସହ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ୧୨% ଏବଂ ନିଯୁକ୍ତି କ୍ଷେତ୍ରରେ ୧୩%କୁ ହ୍ରାସ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୧୯୯୨ରେ ଇନ୍ଦ୍ର ସାଓ୍ବନି ମାମଲାରେ ସୁପ୍ରିମକୋର୍ଟ ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିବା ଲାଗି କଡ଼ା ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ରାୟ ଦେବା ବେଳେ ସୁପ୍ରିମକୋର୍ଟଙ୍କ ଉକ୍ତ ରାୟକୁ ଠିକ୍‌ ଭାବେ ପଢ଼ି ନ ଥିବା ଆବେଦନକାରୀ ଦର୍ଶାଇଥିଲେ। ସଂରକ୍ଷଣ ସୀମା ବାହାରେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ସୁବିଧା ଦେବା ସମାନତା ଅଧିକାରର ଉଲ୍ଲଂଘନ ବୋଲି ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ...

ଚାଇନାରୁ ଫେରିଥିବା ଭାରତୀୟମାନେ ମାସ୍କ ପିନ୍ଧି କଲେ ଡ୍ୟାନ୍ସ

ନୂଆଦିଲ୍ଲୀ,୨।୨: ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି।...

ଚାମୋଲି ହୀମସ୍ଖଳନ ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ

ଲକ୍ଷ୍ନୌ,୭ ।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଋଷିଗଙ୍ଗାନଦୀ ଉପରେ ପାୱାର ପ୍ରୋଜେକ୍ଟର ବନ୍ଧ ଭାଙ୍ଗିଯିବା ଫଳରେ ଅକଳାନନ୍ଦା ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଏହି...

ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ

ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ...

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ...

ରାମମନ୍ଦିର ନିର୍ମାଣରେ ବ୍ୟବହୃତ ହେବ ବଂଶୀ ପାହାଡ଼ପୁର ପଥର: ପ୍ରତି ମାସରେ ଆସିବ ୧୦ରୁ ୨୦ ଟ୍ରକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣରେ ରାଜସ୍ଥାନ ଭରତପୁର ଅନ୍ତର୍ଗତ ବଂଶୀ ପାହାଡ଼ପୁର ପଥର ବ୍ୟବହୃତ ହେବ।...

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ: ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ପ୍ରାୟ ଚାରିମାସ ପରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ...

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର...

Advertisement
Archives

Model This Week