Posted inଜାତୀୟ

ମାଓବାଦୀଙ୍କ ତାଣ୍ଡବ, ୪ ଜଣଙ୍କୁ ଫାଶୀରେ ଲଟକାଇଲେ…

ଗୟା,୧୪।୧୧: ବିହାରରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୌନୱାର ଗାଁରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଗୋଟି, ପରିବାରର ଚାରି ଜଣଙ୍କୁ ଫାଶୀରେ ଲଟକାଇ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର ବାହାରେ ଫାଶୀ ଦେଇଛନ୍ତି। ମୃତକମାନଙ୍କ ମଧ୍ୟରେ ଗୋଟିଏ ଘରର ଦୁଇ ସ୍ବାମୀ ଏବଂ ସେମାନଙ୍କ ସ୍ତ୍ରୀ ଅଛନ୍ତି ।

ମାଓବାଦୀଙ୍କ  କାଣ୍ଡପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଲୋକେ ଆତଙ୍କିତ ହୋଇ ଘରେ କବାଟ ଦେଇ ରହୁଛନ୍ତି। ମାଓବାଦୀମାନେ ୪ ଜଣଙ୍କୁ ଫାଶୀ ପରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘରକୁ ବିସ୍ଫୋରଣ କରି ଉଡ଼ାଇବା ସହିତ ମୋଟରସାଇକେଲରେ ନିଆଁ ଲଗାଇ ଦେଇଥିଲେ।

ମୃତକଙ୍କ ମଧ୍ୟରେ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରାମା ଦେବୀ ଏବଂ ସୁନୀତା ସିଂ ଅଛନ୍ତି। ମାଓବାଦୀମାନେ ଏକ ଚିଠି ମଧ୍ୟ ଛାଡ଼ିଯାଇଛନ୍ତି। ଏଥିରେ ଲେଖାଯାଇଛି ଯେ ମାନବିକତାର ହତ୍ୟାକାରୀ, ଦେଶଦ୍ରୋହୀ ତଥା ବିଶ୍ୱାସଘାତକଙ୍କୁ ମୃତ୍ୟୁଦଣ୍ଡ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ହେଉଛି ତାଙ୍କର ଚାରି ସାଥୀ ଅମରଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟାର ପ୍ରତିଶୋଧ। ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟ ଜାରି ରହିବ। ତାଙ୍କୁ ବିଷ ଦେଇ ଷଡଯନ୍ତ୍ରର ଶିକାର କରାଯାଇଥିଲା। ମାଓବାଦୀମାନେ ଛାଡ଼ିଯାଇଥିବା ପ୍ରଚାରପତ୍ରରେ ଜନମୁଖୀ ସେନା, ସେଣ୍ଟ୍ରାଲ ଜୋନ ଝାଡଖଣ୍ଡ, ସିପିଆଇ (ମାଓବାଦୀ)ର ନାମ ଲେଖାଯାଇଛି। ଖବର ପାଇ ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ଏହି ପ୍ରସଙ୍ଗରେ ଏସଏସପି ଆଦିତ୍ୟ କୁମାର କହିଛନ୍ତି, ’ମାଓବାଦୀମାନେ ନିର୍ବାଚନ ପୂର୍ବରୁ ନିଜର ପ୍ରଭାବ ବିସ୍ତାର କରିବା ଲାଗି ଏଭଳି କରି ଳୋକଙ୍କୁ ଭୟଭୀତ କରିଛନ୍ତି। ଏହି ହତ୍ୟାକାଣ୍ଡ ସେହି ସ୍ଥାନରେ ଘଟିଛି ଯେଉଁଠାରେ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri