ପୁଣି ହରଡ଼ଘଣାରେ ଶିଳ୍ପା-କୁନ୍ଦ୍ରା…

ନୂଆଦିଲ୍ଲୀ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବିବାଦରେ ପଡ଼ିଛନ୍ତି। ସତେ ଯେପରି ସଙ୍କଟ ସେମାନଙ୍କର ପଛ ଛାଡୁନି। ଏବେ ଜଣେ ଯୁବକ ସେମାନଙ୍କ ବିରୋଧରେ ୧ କୋଟି ୫୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ଫଳରେ ସେମାନେ ପୁଣି ହରଡ଼ଘଣାରେ ପଡ଼ିଛନ୍ତି। ଏହା ସହିତ ଫ୍ୟାଶନ ଟିଭିର ପରିଚାଳନା ନିର୍ଦ୍ଦେଶକ କାଶିଫ ଖାଁ ଏବଂ ଅନ୍ୟଜଣଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ହୋଇଛିି। ପୁଣେରେ ରହୁଥିବା ନିତିନ ବାରାଇ ନାମକ ଜଣେ ଯୁବକ ଏହି ତିନିଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି।

ଯୁବକ କହିିଛନ୍ତି ଯେ ଏହି ଘଟଣା ଜୁଲାଇ ୨୦୧୪ରେ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଯୁବକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୪୨୦, ୫୦୬ ଅନ୍ତର୍ଗତ ମାମଲା ରୁଜୁ କରିଛି। ଅଭିଯୋଗକାରୀ କହିଛନ୍ତି ଯେ ଏସଏଫଏଲ୍‌ ଫିଟନେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କାଶିଫ ଖାଁ, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ଦେଇଥିଲେ। ଯୁବକ କହିିଛନ୍ତି ଯେ ଯେତେବେଳେ ଏହା ଘଟିଲା ନାହିଁ ଏବଂ ସେ ତାଙ୍କ ଟଙ୍କା ମାଗିଥିଲେ, ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ପକ୍ଷରୁ ଏହି ମାମଲା ନେଇ କୌଣସି ବିବୃତ୍ତି ଆସିନାହିଁ।

ନିକଟରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳତା ମାମଲାରେ ଗିରଫ କରାଯାଇଥିଲା। ଏବେ ଅନ୍ୟ ଏକ ମାମଲାରେ ସେ ଆଇନ ଜାଲରେ ପୁଣି ଛନ୍ଦି ହୋଇପଡ଼ିଛନ୍ତି। ରାଜ କୁନ୍ଦ୍ରାଙ୍କୁ ଜୁଲାଇରେ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରାଯାଇଥିଲା। ରାଜଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ ଦେଖାଇଥିବା ଅଭିଯୋଗ ହୋଇଥିଲା। ଚଢ଼ାାଉ ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ଦୁଇ ମାସ ଜେଲରେ ରହିବା ପରେ ସେପ୍ଟେମ୍ବରରେ ରାଜ କୁନ୍ଦ୍ରା ଜାମିନ ପାଇଥିଲେ। ଜେଲରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ ମଧ୍ୟ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଥର ସୂର୍ଯ୍ୟ ନମସ୍କାର କରି ଟ୍ରୋଲ ହେଲେ କରିନା

ବଲିଉଡ ଅଭିନେତ୍ରୀ କରିନା କପୁର ତାଙ୍କ ଫିଟନେସକୁ ନେଇ ବେଶ୍‌ ସଚେତନ। ଦୁଇ ସନ୍ତାନର ଜନ୍ମଦେବା ପରେ ମଧ୍ୟ ସେ ନିଜକୁ ଫିଟ କରିଛନ୍ତି। କରିନା...

କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ...

ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା...

ଅଭିନେତା ଭୀରୁ କ୍ରିଷ୍ଣନ୍‌ଙ୍କ ଦେହାନ୍ତ

ମୁମ୍ବାଇ,୮ା୯(ପି.ଟି.): ଇସ୍କ, ହମ୍‌ ହୈ ରାହି ପ୍ୟାର କେ, ରାଜା ହିନ୍ଦୁସ୍ଥାନୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ତଥା କଥକ ନୃତ୍ୟଶିଳ୍ପୀ...

ବିମାନରେ ରୋମାଣ୍ଟିକ୍‌ ହେଲେ ଏହି ଦମ୍ପତି

ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଦିଶା ପରମାର ଆଜିକାଲି ତାଙ୍କ ଦ୍ୱିତୀୟ ହନିମୁନ୍‌ରେ ଯାଇଛନ୍ତି। ସ୍ବାମୀ ରାହୁଲ ବୈଦ୍ୟଙ୍କ ସହ ଦିଶାଙ୍କ ଅନେକ ଅନ୍ତରଙ୍ଗ...

ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ୧୫ ଦିନରେ ତୃତୀୟ…

କୋଲକାତା: ବଙ୍ଗଳା ଫିଲ୍ମଜଗତକୁ ଲାଗିଛି ପୁଣି ଏକ ଝଟକା। ଶୁକ୍ରବାର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମଞ୍ଜୁଷା ନିୟୋଗୀ। ଏହାକୁ ମିଶାଇ...

ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର...

ମଲାଇକା ପିନ୍ଧିଥିବା ଡ୍ରେସ୍‌ର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେବେବେଳେ ନିଜ ଫିଟ୍‌ନେସ୍‌କୁ ନେଇ ତ ଆଉ କେତେବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ...

Advertisement
Archives

Model This Week