ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌

ରାଇଘର,୬ା୩(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକରେ କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ବ୍ଲକର ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌ ପଡିଥିବା ଦେଖିବାକୁ ମିଳିଛି। ଉଦନ୍ତୀ ଏରିଆ ମାଓବାଦୀ କମିଟି ଲେଖାଥିବା ଏହି ଲିଫ୍‌ଲେଟ୍‌ରେ ବର୍ତ୍ତମାନ ଆଦିବାସୀମାନଙ୍କ ଜମିକୁ ବଙ୍ଗାଳିମାନଙ୍କୁ ଦେବା ବନ୍ଦ କରିବା ପାଇଁ ଉଲ୍ଲେଖ କରାଯାଇଛି। ବଙ୍ଗାଳୀମାନଙ୍କୁ ଭାରତ ସରକାରଙ୍କ ତରଫରୁ ପଟ୍ଟା ଜମି ଦିଆଯାଇଛି। ହେଲେ ୨୦୦୬ରୁ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ନିୟମ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ବଙ୍ଗାଳୀମାନେ ଆଦିବାସୀମାନଙ୍କ ଜମିକୁ ଦଖଲ କରିବା ସହ ସ୍ତ୍ରୀ, ଝିଅମାନଙ୍କୁ ଅପହରଣ କରୁଛନ୍ତି। ହଳଦୀ, ହାତୀଗାଁ, କୁରାବେଡା, ନକଟିସିମୋଡ଼ା, ଟିମାନପୁର ମୁଣ୍ଡିବେଡ଼ା, ଗୋନା ଓ କୁନ୍ଦେଇ ପଞ୍ଚାୟତ ମଧ୍ୟରେ ଆଦିବାସୀମାନଙ୍କ ଜମିକୁ ବଙ୍ଗାଳୀ ଦଖଲ କରିଛନ୍ତି। ତେଣୁ ତୁରନ୍ତ ଏହି ଜମି ଛାଡିବା ପାଇଁ ମାଓବାଦୀ ଉଦନ୍ତୀ ଏରିଆ କମିଟି ପକ୍ଷରୁ ଲିଫ୍‌ଲେଟ୍‌ରେ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ମାଓବାଦୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥ ନିର୍ମାଣ କରୁଥିବା ୧୦ ମହାରଣା ଗିରଫ

ବାଲେଶ୍ୱର ଅଫିସ, ୨୧।୬: ବାଲେଶ୍ୱର ଜିଲା ନୀଳଗିରି ଜଗନ୍ନାଥ ମନ୍ଦିର ରଥ ଖଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଙ୍ଘନ...

ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ: ଦଉଡି ଦେଲେ ମହିଳା କନଷ୍ଟେବଳ

ଗୋପାଳପୁର,୨୯ା୮(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜ୍ଞସିନୀ ବେହେରା(୨୭)। ବ୍ରହ୍ମପୁର...

ପୃଥକ୍‌ ୨ ଡକାୟତି ଉଦ୍ୟମ: ୯ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୭।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାରେ ଗତ ରବିବାର ରାତିରେ ପୃଥକ୍‌ ଭାବେ ୨ଟି ସ୍ଥାନରେ ଡକାୟତି ଉଦ୍ୟମ ହୋଇଥିଲା। ବିଶେଷ ସୂତ୍ରରୁ ଖବରପାଇ ପୋଲିସ...

ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର

ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର...

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା...

ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟପୁର,୩୦ା୩- ଲକ୍‌ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। ଏପରିସ୍ଥଳେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ଲୋକ ଭୋକ...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀ

ବାଲେଶ୍ୱର ଅଫିସ,୧୧।୬: ବାଲେଶ୍ୱର ଜିଲା ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ମଙ୍ଗଳବାର ଜିଲା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ପରସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ...

ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ...

Advertisement
Archives

Model This Week