ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ।

ସୂଚନୁନୁଯାୟୀ, ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ ନିଲମପାଲି ଜଙ୍ଗଲରେ ଆଜି ଦୁଇଜଣ ଛାତ୍ରଙ୍କୁ ମାଓବାଦୀ ମାନେ ପୋଲିସ ସୂଚନାଦାତା ସନ୍ଦେହରେ ଉଠାଇ ନେଇ ଜଙ୍ଗଲ ମଧ୍ୟରେ ହତ୍ୟା କରିଛନ୍ତି। ଏହି ଦୁଇଜଣ ଛାତ୍ର ହେଲେ ସାଥି ହଡମା ଓ ମାଡକାମୀ ଅର୍ଜୁନ। ଦୁଇଜଣଙ୍କୁ ହତ୍ୟା ପରେ ମାଓବାଦୀମାନେ ଉଭୟଙ୍କ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା କିଛି ହାତ ଲେଖା ପୋଷ୍ଟର ଛଡ଼ା ଯାଇଥିବା ବେଳେ ସେଥିରେ ଏହି ଦୁଇଜଣ ପୋଲିସକୁ ମାଓବାଦୀଙ୍କ ଗତିବିଧି ଉପରେ ସୂଚନା ଦେଉଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଜଗରଗୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ମାଓବାଦୀମାନେ ନିରୀହ ଜନତାଙ୍କୁ ନିଜର ଟାର୍ଗେଟ କରିଥିବା ବେଳେ ପ୍ରଥମ ଥର ଏଭଳି ଛାତ୍ରମାନଙ୍କୁ ହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଙ୍କ ଶିକାରକୁ ଯାଇ ଜଣେ ମୃତ, ଜଣେ ଗୁରୁତର:ଖବରକୁ ଅସ୍ବୀକାର କଲେ ଗ୍ରାମବାସୀ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)- ମାଲକାନଗିରିର ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲି ଗ୍ରାମର ୫ଜଣ ବ୍ୟକ୍ତି ଶନିବାର ନିକଟସ୍ଥ ଜଙ୍ଗଲର ଏକ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ...

ବଲାଙ୍ଗୀର ପ୍ରଶାସନର କଡ଼ା ଆଭିମୁଖ୍ୟ, ରାସ୍ତା ଉପରେ ବେପାର ମନା

ବଲାଙ୍ଗୀର ଅଫିସ,୧୧ା୧୨ ବଲାଙ୍ଗୀର ସହର ମୁଖ୍ୟ ରାସ୍ତା ଉପରେ ଆଗକୁ ଆଉ ବେପାର କରିବାକୁ ଦିଆଯିବ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଡା...

୬ ମାସ ହେଲା ଅନ୍ୟର ବାରଣ୍ଡାରେ ଚାଲିଛି ସ୍କୁଲ

ଟିକିରି,୨୨ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ବିଭିନ୍ନ ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତର କରାଯାଉଛି। ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି।...

ପ୍ରାଚୀନ ବୌଦ୍ଧଯୁଗୀୟ ବୋଧିସତ୍ତ୍ୱ ମୂର୍ତ୍ତି ଉଦ୍ଧାର

ଚଣ୍ଡିଖୋଲ,୧୩ା୫(ଡି.ଏନ୍‌.ଏ.): ଏବେବି ମାଟିତଳେ ଅନେକ ପ୍ରାଚୀନ କୀର୍ତ୍ତିରାଜି ପୋତି ହୋଇ ରହିଛି। ବିଭିନ୍ନ ସମୟରେ ଖନନ କରାଯିବା ହେତୁ ଏହାର ସନ୍ଧାନ ମିଳୁଛି। ଗୁରୁବାର ଯାଜପୁର...

ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ

ଜଗତ୍‌ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ...

ଦୁର୍ଘଟଣାରେ ଚାଲିଗଲା କୋଭିଡ୍‌ ଟିକା ନେବାକୁ ଯାଉଥିବା ଦମ୍ପତିଙ୍କ ଜୀବନ

ବୌଦ୍ଧ,୮।୪: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାଧାନଗରଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ...

ବନ୍ଦ ହେଉ ୟୁଜର୍ସ ଫି’ ଆଦାୟ

ଯାଜପୁର ଅଫିସ,୨୨।୧: ସହରର ନାଗରିକମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ। ଏଥିପାଇଁ ୨୬ଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ...

ବସୁଧା ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ, ପିଇବା ପାଣି ପାଇଁ ଲୋକେ ହଇରାଣ

କର୍ଲାମୁଣ୍ଡା,୨୦ା୫(ଡି.ଏନ୍‌.ଏ.): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ...

Advertisement
Archives

Model This Week