ଯୁବକଙ୍କୁ ହତ୍ୟାକଲେ ମାଓବାଦୀ

ନୂଆପଡ଼ା ଅଫିସ,୨୦ା୮: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ରାତିରେ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। ମୃତକ ହେଲେ କୋମନା ଥାନା ସୁନାବେଡା ପଞ୍ଚାୟତ ଢେକୁନପାଣି ଗାଁର ଅନ୍ତରାମ ରାଉତ (୪୪)। ସେଠାରେ ମାଓବାଦୀମାନେ ୩ଟି ପୋଷ୍ଟର ଛାଡି ଯାଇଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ, ପୋଲିସକୁ ଖବର ଦେଉଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ମିଳିଥାଏ। ଅନ୍ତରାମ ନୂଆପଡା ଏସ୍‌ପିଙ୍କ ଖବରଦାତା ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କୁ ମାସକୁ ୮ ହଜାର ଟଙ୍କା ପାଉଣା ମିଳୁଥିଲା। ଅନ୍ତରାମଙ୍କର ସୁନାବେଡାଠାରୁ ଛତିଶଗଡ଼ ଆମାମୋରା ପର୍ଯ୍ୟନ୍ତ ନେଟୱର୍କ ରହିଛି। ଅମାମୋରା ଗାଁର ପର୍ଶୁ ଭୁଞ୍ଜିଆଙ୍କୁ ପୋଲିସ ଖବରଦାତା କରିବା ସହିତ ଅଞ୍ଚଳର ଆଉ ୪ଜଣଙ୍କୁ ସାମିଲ କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ତଳେ ଭାକପା (ମାଓବାଦୀ) ମୈନପୁର-ନୂଆପଡ଼ା ଡିଭିଜନ କମିଟି ବୋଲି ଲେଖା ରହିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଘରକୁ ୩୦/୪୦ଜଣ ଆସି ଉଠୋ ହାମକୋ ପାନି ଦୋ ବହୁତ ପ୍ୟାସ ଲାଗରାହା ହେଁ ବୋଲି କହି ଉଠାଇଥିଲେ। ହେଲେ ଅନ୍ତରାମଙ୍କ ସ୍ତ୍ରୀ ଘରେ କେହିନାହାନ୍ତି, ମୁଁ ଛୋଟ ଛୁଆଙ୍କୁ ସାଙ୍ଗରେ ଶୁଆଇ ଅଛି, ଉଠିପାରବି ନାହିଁ ବୋଲି କହିଥିଲେ। ଘର ଟିଣ କବାଟ ଭାଙ୍ଗି ମାଓବାଦୀମାନେ ଅନ୍ତରାମଙ୍କୁ ଉଠାଇ ମୁହଁରେ କପଡା ବାନ୍ଧି ଟାଣି ଟାଣି ନେଇଥିଲେ। ସ୍ତ୍ରୀ ପ୍ରତିବାଦ କରିବାରୁ ଆମେ ତାହାକୁ କିଛି କରିବୁ ନାହିଁ, ଉଚିତ ଶିକ୍ଷା ଦେବା ପାଇଁ ନେଉଛୁ ବୋଲି ସେମାନେ କହିଥିଲେ। ସେହି ସମୟରେ ଗାଁର କେତେଜଣ ବ୍ୟକ୍ତି ଛାଡିଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ ମାଓବାଦୀମାନେ ଛାଡି ନ ଥିଲେ। ଅନ୍ତରାମଙ୍କ ମୁଣ୍ଡକୁ ପିଟି ହତ୍ୟା କରି ଗାଁ ମୁଣ୍ଡରୁ ୧୦୦ ମିଟର ଦୂରରେ ଫିଙ୍ଗି ଚାଲି ଯାଇଥିଲେ। ଘଟଣା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ନାହାନ୍ତି।
ଉଲ୍ଲେଖନୀୟ ଯେ, ଅନ୍ତରାମ ରାଉତ ଛତିଶଗଡ଼ ଆମାମୋରା ପଞ୍ଚାୟତ ନାଗରା ଗାଁର ମୂଳ ବାସିନ୍ଦା। ଗତ ୨୦ ବର୍ଷ ହେବ ଢେକୁନପାଣି ଗାଁର ଗଣ୍ଡାରାମ ରାଉତଙ୍କ ଝିଅ ଧର୍ମି ଦେଈଙ୍କୁ ବିବାହ କରି ନାଗରା ଗାଁ ଛାଡି ଢେକୁନପାଣିରେ ରହି ଆସୁଥିଲେ। ତାଙ୍କର ସ୍ତ୍ରୀ ଧର୍ମୀଙ୍କ ସହ ୬ ଝିଅଙ୍କୁ ଧରି ଏଠାରେ ରହି ଆସୁଥିଲେ। ସେ କୁଲି ମଜୁରି, ଗାଁ ଗାଈ, ମଇଷି ଚରାଇବା ସହିତ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଘର ମୁଖିଆ ଚାଲି ଯିବାରୁ ସ୍ତ୍ରୀ ଓ ୬ ଝିଅ ବେସାହାରା ହୋଇ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri