ଯୁବକଙ୍କୁ ହତ୍ୟାକଲେ ମାଓବାଦୀ

ନୂଆପଡ଼ା ଅଫିସ,୨୦ା୮: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ରାତିରେ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। ମୃତକ ହେଲେ କୋମନା ଥାନା ସୁନାବେଡା ପଞ୍ଚାୟତ ଢେକୁନପାଣି ଗାଁର ଅନ୍ତରାମ ରାଉତ (୪୪)। ସେଠାରେ ମାଓବାଦୀମାନେ ୩ଟି ପୋଷ୍ଟର ଛାଡି ଯାଇଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ, ପୋଲିସକୁ ଖବର ଦେଉଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ମିଳିଥାଏ। ଅନ୍ତରାମ ନୂଆପଡା ଏସ୍‌ପିଙ୍କ ଖବରଦାତା ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କୁ ମାସକୁ ୮ ହଜାର ଟଙ୍କା ପାଉଣା ମିଳୁଥିଲା। ଅନ୍ତରାମଙ୍କର ସୁନାବେଡାଠାରୁ ଛତିଶଗଡ଼ ଆମାମୋରା ପର୍ଯ୍ୟନ୍ତ ନେଟୱର୍କ ରହିଛି। ଅମାମୋରା ଗାଁର ପର୍ଶୁ ଭୁଞ୍ଜିଆଙ୍କୁ ପୋଲିସ ଖବରଦାତା କରିବା ସହିତ ଅଞ୍ଚଳର ଆଉ ୪ଜଣଙ୍କୁ ସାମିଲ କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ତଳେ ଭାକପା (ମାଓବାଦୀ) ମୈନପୁର-ନୂଆପଡ଼ା ଡିଭିଜନ କମିଟି ବୋଲି ଲେଖା ରହିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଘରକୁ ୩୦/୪୦ଜଣ ଆସି ଉଠୋ ହାମକୋ ପାନି ଦୋ ବହୁତ ପ୍ୟାସ ଲାଗରାହା ହେଁ ବୋଲି କହି ଉଠାଇଥିଲେ। ହେଲେ ଅନ୍ତରାମଙ୍କ ସ୍ତ୍ରୀ ଘରେ କେହିନାହାନ୍ତି, ମୁଁ ଛୋଟ ଛୁଆଙ୍କୁ ସାଙ୍ଗରେ ଶୁଆଇ ଅଛି, ଉଠିପାରବି ନାହିଁ ବୋଲି କହିଥିଲେ। ଘର ଟିଣ କବାଟ ଭାଙ୍ଗି ମାଓବାଦୀମାନେ ଅନ୍ତରାମଙ୍କୁ ଉଠାଇ ମୁହଁରେ କପଡା ବାନ୍ଧି ଟାଣି ଟାଣି ନେଇଥିଲେ। ସ୍ତ୍ରୀ ପ୍ରତିବାଦ କରିବାରୁ ଆମେ ତାହାକୁ କିଛି କରିବୁ ନାହିଁ, ଉଚିତ ଶିକ୍ଷା ଦେବା ପାଇଁ ନେଉଛୁ ବୋଲି ସେମାନେ କହିଥିଲେ। ସେହି ସମୟରେ ଗାଁର କେତେଜଣ ବ୍ୟକ୍ତି ଛାଡିଦେବା ପାଇଁ ନେହୁରା ହୋଇଥିଲେ ମଧ୍ୟ ମାଓବାଦୀମାନେ ଛାଡି ନ ଥିଲେ। ଅନ୍ତରାମଙ୍କ ମୁଣ୍ଡକୁ ପିଟି ହତ୍ୟା କରି ଗାଁ ମୁଣ୍ଡରୁ ୧୦୦ ମିଟର ଦୂରରେ ଫିଙ୍ଗି ଚାଲି ଯାଇଥିଲେ। ଘଟଣା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ନାହାନ୍ତି।
ଉଲ୍ଲେଖନୀୟ ଯେ, ଅନ୍ତରାମ ରାଉତ ଛତିଶଗଡ଼ ଆମାମୋରା ପଞ୍ଚାୟତ ନାଗରା ଗାଁର ମୂଳ ବାସିନ୍ଦା। ଗତ ୨୦ ବର୍ଷ ହେବ ଢେକୁନପାଣି ଗାଁର ଗଣ୍ଡାରାମ ରାଉତଙ୍କ ଝିଅ ଧର୍ମି ଦେଈଙ୍କୁ ବିବାହ କରି ନାଗରା ଗାଁ ଛାଡି ଢେକୁନପାଣିରେ ରହି ଆସୁଥିଲେ। ତାଙ୍କର ସ୍ତ୍ରୀ ଧର୍ମୀଙ୍କ ସହ ୬ ଝିଅଙ୍କୁ ଧରି ଏଠାରେ ରହି ଆସୁଥିଲେ। ସେ କୁଲି ମଜୁରି, ଗାଁ ଗାଈ, ମଇଷି ଚରାଇବା ସହିତ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଘର ମୁଖିଆ ଚାଲି ଯିବାରୁ ସ୍ତ୍ରୀ ଓ ୬ ଝିଅ ବେସାହାରା ହୋଇ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri