ବନ୍ଦ ହେଲାଣି ଏକାଧିକ ଯାତ୍ରାପାର୍ଟି

ଜଗତ୍‌ସିଂହପୁର ଅଫିସର, ୬।୫: ଯାତ୍ରା ଦୁନିଆରେ ଜଗତ୍‌ସିଂହପୁରର ସ୍ଥାନ ସ୍ବତନ୍ତ୍ର। ଏହି ଜିଲାର ପୂର୍ବ ଡାକ ନାମ ଥିଲା ହରିହରପୁର । ଏଠାରେ ଯାତ୍ରାର ପ୍ରାଥମିକ ରୂପଲୀଳା ଅଷ୍ଟାଦଶ ଶତାବ୍ଦୀର ଶେଷ ଏବଂ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ ଜିଲାର ଏକାଧିକ ଗ୍ରାମରେ ଯାତ୍ରା ଦଳ ଗଢ଼ିଉଠିଥିଲା। କିନ୍ତୁ ସମୟାନୁକ୍ରମେ ଏଗୁଡିକ ମଧ୍ୟରୁ ଅଧିକାଂଶ ଅର୍ଥାଭାବରୁ ବୁଡ଼ିଗଲାଣି । ବିଂଶ ଶତାବ୍ଦୀ ଶେଷ ସୁଦ୍ଧା ସେଥିମଧ୍ୟରୁ ୪୨ଟି ବଞ୍ଚତ୍ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର କେତୋଟି ହାତଗଣତି ପାର୍ଟି ରହିଛି। ତଥାପି ଜଗତ୍‌ସିଂହପୁରର ଅପେରା ରାଜ୍ୟ ତଥା ବାହାରେ, ଜିଲାର ସ୍ବତନ୍ତ୍ର ପରିଚୟ ବଜାୟ ରଖିବାକୁ ସମର୍ଥ ହୋଇଛି। ଅତୀତରୁ ବର୍ତ୍ତମାନ ଭିତରେ ଅନେକ ଯାତ୍ରା ପାର୍ଟି ବୁଡ଼ିଯାଇଥିବାବେଳେ ଏହା ଉପରେ ନିର୍ଭର କରି ପରିବାର ଭରଣପୋଷଣ କରୁଥିବା ସହସ୍ରାଧିକ କଳାକାର ଜୀବିକା ହରାଇଲେଣି। ବିଶେଷ କରି କରୋନା ମହାମାରୀ ସମୟରେ ଯାତ୍ରା ଜଗତ ଅଧିକ ପ୍ରଭାବିତ ହୋଇଥିଲା।
ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ୧୯୨୧ରୁ ୨୦୦୬ ସୁଦ୍ଧା ଶତାଧିକ ଯାତ୍ରା ଦଳ (ପାର୍ଟି) ଗଢ଼ିଉଠିଥିଲା । ସେଥିମଧ୍ୟରୁ ଜୟଦୁର୍ଗା ନାଟ୍ୟ ମଣ୍ଡଳୀ ଜିଲାର ପ୍ରଥମ ଯାତ୍ରା ଦଳ ଥିଲା। ତା’ପରେ ଜୟନାରାୟଣୀ ଅପେରା, କେନ୍ଦାଳ ଦଳ ଆଦି ଶତାଧିକ ସୃଷ୍ଟି ହୋଇଥିଲା । କିନ୍ତୁ ସମୟ ଚକ୍ରରେ ଏସବୁ ଆଉ ନାହିଁ । କେବଳ ପାର୍ବତୀ, ତୁଳସୀ ଗଣନାଟ୍ୟ, ଶିବାନୀ, ତ୍ରିନାଥ, ଗୌରୀ, ଅଷ୍ଟଶମ୍ଭୁ, ରୁଦ୍ରାଣୀ ଏବଂ ଦୁର୍ଗାଶ୍ରୀ ଗଣନାଟ୍ୟ ଭଳି କେତୋଟି ବଞ୍ଚତ୍ ରହିଛି। ଯାତ୍ରାରେ ଆଧୁନିକତାର ଛାପ ଲାଗିବା ସାଙ୍ଗକୁ ବ୍ୟୟବହୁଳ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅନେକ ପାର୍ଟି ହାରି ସର୍ବସ୍ବାନ୍ତ ହୋଇଯାଇଛନ୍ତି।
ଅଷ୍ଟଦଶରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ପ୍ରାୟତଃ ଗାଁ ଗହଳିର ଲୋକେ ଶିକ୍ଷାଲାଭରୁ ବଞ୍ଚତ୍ତ ଥିଲେ । ଶିକ୍ଷିତଙ୍କ ବାଦ୍‌ ଅଶିକ୍ଷିତ, ଅଳ୍ପଶିକ୍ଷିତ ଏବଂ ଅନଗ୍ରସର ଲୋକଙ୍କ ମନୋରଞ୍ଜନ ପାଇଁ ସେତେବେଳେ ଯାତ୍ରା ବେଶ୍‌ ସହାୟକ ହେଉଥିଲା। ନାଟ୍ୟ ସମାଲୋଚକମାନଙ୍କ ମତରେ ଯାତ୍ରା ଏକ ଉଦାର ସଂଜ୍ଞା। ଏହାର ପରିସର ପ୍ରଥମେ ଲୀଳା, ସୁଆଂଗ, ଫାର୍ଶରେ ସୀମିତ ଥିଲା। ଏସବୁର ବିଷୟବସ୍ତୁ ଥିଲା ମୁଖ୍ୟତଃ ପୁରାଣକୈନ୍ଦ୍ରିକ। ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ ଲୀଳା ବେଶ୍‌ ଆଦୃତ ଥିଲା । ରାମଲୀଳା, କୃଷ୍ଣଲୀଳା, ଭାରତ ଲୀଳା ଏହି ୩ ପ୍ରକାର ଲୀଳା ମୁଖ୍ୟତଃ ଦୃଷ୍ଟିଗୋଚର ହେଉଥିଲା। ରାମାୟଣ, ମହାଭାରତ ଏବଂ ଭାଗବତରୁ ବିଷୟ ଚୟନ କରାଯାଇ ଏହି ଲୀଳା ରଚନା ସହ ଅଭିନୀତ ହେଉଥିଲା। ପରେ ଗୀତିନାଟ୍ୟ ଓ ଗୀତାଭିନୟ ଆରମ୍ଭ ହେଲା। ଏହାର ବିଷୟବସ୍ତୁ ମଧ୍ୟ ପୌରାଣିକ ଥିଲା। ସଂଳାପଗୁଡିକ ମୁଖ୍ୟତଃ ସଂଗୀତାତ୍ମକ ଥିଲା। ସେତେବେଳେ ଗ୍ରାମୀଣ ତଥା କଥିତ ଭାଷା, ଢଗ, ଢମାଳିର ବ୍ୟାପକ ପ୍ରୟୋଗ ଦର୍ଶକଙ୍କୁ ମୁଗ୍ଧ କରିଦେଉଥିଲା। ଗାଁ ଗହଳିରେ ସେଭଳି କୌଣସି ମଞ୍ଚ ନ ଥିଲା। ଗାଁ ମୁଣ୍ଡ ଖୋଲା ପଡ଼ିଆରେ ଯାତ୍ରା ପରିବେଷଣ କରାଯାଉଥିଲା। ବିଶେଷକରି ମହିଳା ଏବଂ ପୁରୁଷ ଉଭୟଙ୍କ ଅଭିନୟ ପୁରୁଷମାନେ କରୁଥିଲେ। ବିଂଶ ଶତାବ୍ଦୀର ୪ର୍ଥ ଭାଗରୁ ନାରୀମାନେ ଅଭିନୟ କରିବା ଆରମ୍ଭ କଲେ। ସେତେବେଳେ ଯେଉଁଭଳି ଆଲୋକ ବ୍ୟବସ୍ଥା କରାଯାଉଥିଲା ତାହା ଆଜି ଆମ ପାଇଁ କାହାଣୀ ପରି ଲାଗିବା ସ୍ବାଭାବିକ। ବନ୍ଦିଆ(କନା ବିଣ୍ଡାରେ ପୋଲାଙ୍ଗ ତେଲ ଢାଳି ଅଗ୍ନି ସଂଯୋଗ)କୁ ଜଣେ ଲୋକ ଧରି ମଞ୍ଚରେ ଅଭିନେତାଙ୍କ ପଛେପଛେ ବୁଲୁଥିଲେ । ପରେ ଏହାକୁ ମଞ୍ଚ ଚାରିକଡେ ରଖାଯିବା ବ୍ୟବସ୍ଥା କରାଯାଇଥିଲା। ବିଂଶ ଶତାବ୍ଦୀ ବେଳକୁ ପେଟ୍ରୋମାକ୍ସ ଏବଂ ଡେ-ଲାଇଟ୍‌ର ପ୍ରଚଳନ ହେଲା। ସ୍ବାଧୀନତା ପରେ ବିଦ୍ୟୁତ୍‌ ଆଲୋକ ସୁବିଧା ପରେ ସମୟାନୁକ୍ରମେ ଯାତ୍ରା ଗଣନାଟ୍ୟ ବା ଅପେରାକୁ ରୂପାନ୍ତରିତ ହୋଇଥିଲା। ରଚନା ଶୈଳୀ, ଅଭିନୟ, ମଞ୍ଚ ସଜ୍ଜା, ଆଲୋକ ସାଜସଜ୍ଜା, ସଂଗୀତ ସଂଯୋଜନା, ନିର୍ଦ୍ଦେଶନା, ବାଦ୍ୟଯନ୍ତ୍ର, ଅଭିନେତ୍ରୀ, ଅଭିନେତା, ବିଜ୍ଞାପନ, ପରିବହନ ଆଦି ସବୁ କ୍ଷେତ୍ରରେ ଅନେକ ପରିବର୍ତ୍ତନ ସହ ବ୍ୟବସାୟରେ ପରିଣତ ହୋଇଛି। ଜଗତ୍‌ସିଂହପୁରକୁ ଏହି ସ୍ଥାନକୁ ଆଣିବାରେ ଏକାଧିକ ବ୍ୟକ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ପ୍ରଥମେ ଚୈତନ୍ୟ ଦାସ ଏବଂ ପରେ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ନାମ ରହିଛି। ମହାନ୍ତି ୧୯୨୧ରେ ଜିଲାର ପ୍ରଥମ ଯାତ୍ରା ପାର୍ଟି ଜୟଦୁର୍ଗା ନାଟ୍ୟ ମଣ୍ଡଳୀ ପ୍ରତିଷ୍ଠା କରିଥିଲେ। ସେତେବେଳେ ଏହି ପାର୍ଟି କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସୁନାମ ଅର୍ଜନ କରିଥିଲା। କିନ୍ତୁ ଆର୍ଥିକ ଦୂରବସ୍ଥା ଯୋଗୁ ଏହା ଭାଙ୍ଗି ଯାଇଥିଲା। ପ୍ରଥମେ ଯାତ୍ରାରେ ଆଧୁନିକତାର ଛାପ ଥିଲା ଏହି ଯାତ୍ରା ପାର୍ଟିରେ। ଇତିମଧ୍ୟରେ କେବଳ ଯାତ୍ରା ପାର୍ଟି ଭାଙ୍ଗିଯାଇନି ଏହା ଉପରେ ନିର୍ଭର କରୁଥିବା ସହସ୍ରାଧିକ କଳାକାର, କଣ୍ଠଶିଳ୍ପୀ, ବାଦ୍ୟକାର, ନିର୍ଦ୍ଦେଶକ, ଲେଖକ ପ୍ରମୁଖଙ୍କ ଜୀବିକା ଚାଲିଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ପରିବାର ଦାରିଦ୍ର୍ୟର ତାଡ଼ନାରେ ଘାଣ୍ଟି ହେଉଛନ୍ତି। କେତେଜଣ ଅନ୍ୟ ପନ୍ଥା ଆପଣେଇ ନେଇଥିବାବେଳେ ଅନେକଙ୍କ ମୃତ୍ୟୁ ହୋଇଗଲାଣି। ଏ ସମ୍ପର୍କରେ ସତ୍ୟବ୍ରତ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ବିଶେଷକରି କରୋନା ମହାମାରୀ ସମୟରେ ଆର୍ଥକ ବୋଝ ସମ୍ଭାଳି ନ ପାରି ପାର୍ବତୀ ଓ ତ୍ରିନାଥ ଭଳି ଯାତ୍ରା ପାର୍ଟିବିକ୍ରି କରିବାକୁ ସେ ବାଧ୍ୟ ହେଲେ। କଳାକାର ଓ ଯାତ୍ରା ପାର୍ଟି ଏହି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେହିପରି ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମ୍ପାଦକ ଆର୍‌. କେ. ହୀରାଲାଲ ମଧ୍ୟ କରୋନା କଷଣ ସମ୍ପର୍କରେ ବଖାଣିଥିଲେ। ସମ୍ପ୍ରତି ସ୍ଥିତିରେ ସୁଧାର ଆସିଥିବାରୁ ଯାତ୍ରା କଳାକାର ଓ କର୍ମଚାରୀମାନେ କେତେକାଂଶରେ ଆଶ୍ୱସ୍ତି ପ୍ରକାଶ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri