ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ, ସମସ୍ୟା। ତାକୁ ସମାଧାନ କରିବାକୁ ଲୋଡ଼ା ଅର୍ଥବଳ ଓ ମାନବ ସମ୍ବଳ, ନୂଆ ବିଚାରଧାରା ନୂଆ ନୂଆ ଯୋଜନା। ଭାରତ ଭଳି ଦେଶରେ ସରକାର କେବଳ ଟିକସ ଅର୍ଥର ସୀମିତ ସମ୍ବଳ ଭିତରେ ସ୍ବଳ୍ପ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ନେଇ କେତେ କଷ୍ଟରେ ଯେ କାମ କରନ୍ତି ତାହା ବାହାରେ ବସିଥିବା ଲୋକଟି କେବେ କଳନା କରିପାରିବନାହିଁ। ବାହାରେ ବସିଥିବା ସାଧାରଣ ନାଗରିକଟିଏ ଭାବେ ସରକାର ଓ ପ୍ରଶାସନରେ ଏତେ ଲୋକ ହାଉଯାଉ। ଏତେ ଏତେ ପଇସା ନେଉଛନ୍ତି ଦରମା ବାବଦରେ। ତା’ ପୁଣି ଆମ ଟିକସରୁ। କିନ୍ତୁ ଆମ କାମଟି ହୋଇପାରୁନାହିଁ। ହେଲେ କଥା କୋଉଠି ଅଟକିଛି କେହି ବୁଝିପାରନ୍ତିନାହିଁ। ସୀମିତ ଅର୍ଥ ଯୋଗୁ ଅନେକ ସମୟରେ ସରକାରଙ୍କ ଭିତ୍ତିଭୂମିର ବିକାଶ ସ୍ବପ୍ନ ପୂରଣହୋଇପାରେ ନାହିଁ। ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଟଙ୍କା ଅଣ୍ଟେନାହିଁ। ଯତ୍‌କିଞ୍ଚିତ ଅର୍ଥ ମଧ୍ୟ ବିଭିନ୍ନ ଉତ୍ସରୁ ମିଳେ ତାକୁ ସୁଚାରୁରୂପେ ଖର୍ଚ୍ଚକରିବା ପାଇଁ ଆବଶ୍ୟକ ସରକାରୀ କର୍ମଚାରୀ ନ ଥାନ୍ତି। ଯେତିକି ବି କର୍ମଚାରୀ ଥାଆନ୍ତି , ସେମାନେ ନାନା ଅବସ୍ଥା ଭିତରେ ବନ୍ଧା। ନାଲିଫିତାର କାଇଦା କଟକଣା ଭିତରେ ଅନେକ କଥା ଅଟକିଯାଏ। ତେଣୁ ଶାସନ ବ୍ୟବସ୍ଥା ଭଗବାନ୍‌ଙ୍କ ଭରସାରେ ଚାଲେ, କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅଧିକ ବ୍ୟାଖ୍ୟା ପାଇଁ ଗୋଟେ ଛୋଟ ପରିସଂଖ୍ୟାନରୁ ଆରମ୍ଭ କରିବା। ଭାରତରେ ୧୪୦ କୋଟି ଲୋକଙ୍କ ପାଇଁ ସମଗ୍ର ଲୋକସଂଖ୍ୟାର ୧.୨ ଶତାଂଶ ସରକାରୀ କର୍ମଚାରୀ ଅଛନ୍ତି ଯେତେବେଳେ କି ସାରା ପୃଥିବୀରେ ଲୋକସଂଖ୍ୟାର ହାରାହାରି ୩ ଶତାଂଶ ସରକାରୀ କର୍ମଚାରୀ ଥାଆନ୍ତି। ଚାଇନାରେ ମୋଟ ଲୋକସଂଖ୍ୟାର ୨.୮ଶତାଂଶ, ଇଂଲଣ୍ଡରେ ୭ ଶତାଂଶ ଓ ଆମେରିକାରେ ଲୋକସଂଖ୍ୟାର ୭.୧ ଶତାଂଶ ସରକାରୀ କର୍ମଚାରୀ ଲୋକଙ୍କ ପାଇଁ କାମକରନ୍ତି। ଏପରିକି ଶ୍ରୀଲଙ୍କା ଓ ମାଲେସିଆ ଭଳି ଅପେକ୍ଷାକୃତ ଦୁର୍ବଳ ଅର୍ଥନୀତିରେ ମଧ୍ୟ ୪.୫ଶତାଂଶ ଲୋକ ସରକାରୀ କର୍ମଚାରୀଭାବେ କାମକରନ୍ତି। ସମାନ କାମଟିଏ କରିବାକୁ ଭାରତରେ ଯେତିକି କର୍ମଚାରୀ ନିୟୋଜିତ ଆମେରିକା ଓ ଇଂଲଣ୍ଡରେ ସେହି କାମଟି କରିବାକୁ ୫/୬ ଗୁଣା ଅଧିକ ଲୋକ ଅଛନ୍ତି। ତେବେ ସେଠି କାମଟି ଶୀଘ୍ର ହେବନି କେମିତି ଓ ଭଲରେ ହେବନି କାହିଁକି? ତେଣୁ ଭାରତ ଭଳି ଦେଶରେ ସରକାରୀ କର୍ମଚାରୀମାନଙ୍କ ଉପରେ କାମର ଭାର ନିଶ୍ଚୟ ଅଧିକ ଥାଏ। ହୁଏତ ଏଇଟା ମଧ୍ୟ ଗୋଟେ କାରଣ ହୋଇପାରେ ଯୋଉଥିପାଇଁ ଭାରତୀୟ କର୍ମଚାରୀମାନେ କାମ ପ୍ରତି ବିମୁଖ ଏବଂ ଯଦିବା ଅଧିକ ସମୟ କାମକରନ୍ତି ତା’ ବିନିମୟରେ ସରକାରଙ୍କଠାରୁ କିଛି ପାଉ ନ ଥିବାରୁ ଲୋକଙ୍କଠାରୁ ଅଧିକ କିଛି ଆଶା କରିବସନ୍ତି।
ଦେଶ କଥା ଛାଡ଼ ଯଦି ରାଜ୍ୟଗୁଡ଼ିକର ସ୍ଥିତି ଦେଖିବା ସେଥିରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ଅନେକ ତାରତମ୍ୟ। ତାମିଲନାଡୁ ଭଳି ରାଜ୍ୟରେପ୍ରତି ହଜାରେ ଲୋକଙ୍କ ପିଛା ୧୪.୪ଜଣ ସରକାରୀ କର୍ମଚାରୀ ଥିଲାବେଳେ ବିହାର ଭଳି ରାଜ୍ୟରେ ଏହା ଅତି ନଗଣ୍ୟ ସ୍ତରରେ ଅର୍ଥାତ୍‌ ୨.୭। ବିହାରରେ ମୁଣ୍ଡ ପିଛା ସରକାରୀ କର୍ମଚାରୀଙ୍କ ହାର ସର୍ବନିମ୍ନ ହୋଇଥିଲା ବେଳେ ପଶ୍ଚିମବଙ୍ଗ ୫.୯, ଛତିଶଗଡ଼ରେ ୬, ଝାଡ଼ଖଣ୍ଡ ୭, ମଧ୍ୟପ୍ରଦେଶ ୮, ଗୁଜରାଟ ୧୦, ଓଡ଼ିଶା ୧୦.୫, ଆନ୍ଧ୍ର ୧୧, ରାଜସ୍ଥାନ ୧୧.୫, ଆସାମ ୧୨, ହରିୟାଣା ୧୨.୨, ମହାରାଷ୍ଟ୍ର ୧୨.୩, କେରଳ ୧୨.୪, ଜମ୍ମୁ କଶ୍ମୀର ଓ କର୍ନାଟକ ୧୨.୫, ପଞ୍ଜାବ ୧୨.୭ ଏବଂ ତାମିଲନାଡୁରେ ୧୪.୪। ଏହି ପରିସଂଖ୍ୟାନକୁ ଲକ୍ଷ୍ୟକଲେ ହୁଏତ ଆପଣ ସେ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ସହ ଏହାର ଏକ ଅଘୋଷିତ ସମ୍ପର୍କକୁ ଆବିଷ୍କାର କରିପାରିବେ। ଯେଉଁ ରାଜ୍ୟଗୁଡିକ ଯେତେ ସମ୍ପନ୍ନ, ସମୃଦ୍ଧ ଓ ବିକଶିତ ହୋଇଥିବା ଦେଖାଯାଇଛି ସେଠି ସେତେ ଅଧିକ କର୍ମଚାରୀ ଥିବେ ଓ ଶାସନ ବ୍ୟବସ୍ଥା ସେତେ ସୁଦୃଢ଼ ଥିବ।
ହୁଏତ ଅଧିକ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତି ସେ ରାଜ୍ୟର ଆଇନଶୃଙ୍ଖଳା ରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟସେବା, ଶିଳ୍ପ ବିକାଶ, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ କ୍ରିୟାନ୍ବୟନକୁ ସକାରାତ୍ମକଭାବେ ପ୍ରଭାବିତ କରିବା ପାଇଁ ଦାୟୀ! ଅପରପକ୍ଷରେ ଯେଉଁ ରାଜ୍ୟଗୁଡିକର ସରକାରୀ କର୍ମଚାରୀମାନଙ୍କ ସଂଖ୍ୟା କମ୍‌ ସେଠି ଯୋଜନା କ୍ରିୟାନ୍ବୟନର ଧାରା ସେତିକି ଶିଥିଳ, ଅର୍ଥନୈତିକ ବିକାଶର ଧାରା ସେତିକି ମନ୍ଥର!
ଆମ ଦେଶକୁ ଫେରିବା। ଆମ ଦେଶରେ ଲୋକ ପିଛା ଯେଉଁ ୧.୨ ଶତାଂଶ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି ସେମାନଙ୍କ ଭିତରେ ବେଶି ସଂଖ୍ୟକ ସହାୟକ ଶ୍ରେଣୀୟ କର୍ମଚାରୀ ଅଛନ୍ତି ଯଥା ଅର୍ଡରଲି ପିଅନ, ଡ୍ରାଇଭର, ବ୍ୟକ୍ତିଗତ ସହାୟକ, ସୁରକ୍ଷା କର୍ମୀ, ରିସେପ୍‌ସନିଷ୍ଟ, ରୋଷେୟା, ମାଳୀ। ଏମାନେ ଲୋକଙ୍କୁ ସିଧାସଳଖ କୌଣସି ସେବା ପ୍ରଦାନ କରନ୍ତିନାହିଁ ବରଂ ବରିଷ୍ଠ ଅଧିକାରୀଙ୍କ ସୁଖ, ସ୍ବାଚ୍ଛନ୍ଦ୍ୟ ଓ ବିଳାସ ପାଇଁ ନିୟୋଜିତ ଥାଆନ୍ତି। ପ୍ରକୃତରେ ଜନସାଧାରଣଙ୍କୁ ସେବା ପ୍ରଦାନ ପାଇଁ ଯେଉଁମାନେ ଉଦ୍ଦିଷ୍ଟ ଯଥା ଡାକ୍ତର, ଇଞ୍ଜିନିୟର, ନର୍ସ, ଶିକ୍ଷକ, ପୋଲିସ, ପୌର କର୍ମଚାରୀ, ରାଜସ୍ବ କୃଷି ଓ ପରିବହନ ବିଭାଗର କର୍ମଚାରୀ, ସେମାନଙ୍କ ସଂଖ୍ୟାକମ୍‌। ଅର୍ଥାତ୍‌ ଯେଉଁମାନେ ପ୍ରକୃତ ସେବା ଯୋଗାଇବା କଥା ସେମାନେ ନାହାନ୍ତି। ମାତ୍ର ଯେଉଁମାନେ ଅଛନ୍ତି ସେମାନେ କେବଳ ଟହଲିଆ! ତା’ଭିତରୁ ଅନେକ କେବଳ ବସିବସି ଦରମା ନିଅନ୍ତି! ଏ କ୍ଷେତ୍ରରେ ବିକାଶ କାହା କାନ୍ଧରେ ଲଦିହୋଇ ଆଗକୁ ବଢ଼ିବ? ଦେଶ ଛୋଟେଇ ଛୋଟେଇ ଚାଲିବ ହିଁ ଚାଲିବ!
ଛୋଟେଇ ଛୋଟେଇ ଏମିତି ଚାଲୁଥିବା ଏକ ଦେଶ ପିଠିରେ ସ୍କନ୍ଧ ବାଧତି ଇତିର କାରଣ ହେଲା ଏଇ ଅନାବଶ୍ୟକ କର୍ମଚାରୀଙ୍କ ଦରମା ବୋଝ। ବିଶବ୍ୟାପୀ ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ଯାହା ଖର୍ଚ୍ଚ ହୁଏ ତା’ତୁଳନା ଭାରତରେ ଖର୍ଚ୍ଚ ବେଶ୍‌ ଅଧିକ। କର୍ମଚାରୀଙ୍କ ଦରମା ତାଙ୍କ ଉତ୍ପାଦିକ ଶକ୍ତି ତୁଳନାରେ ଅଧିକ ହେଲେ ଅର୍ଥନୀତି ଉପରେ ତାହା ବୋଝ ପାଲଟିଯାଏ। ୟୁରୋପରେ ମୁଣ୍ଡ ପିଛା ଜାତୀୟ ଉତ୍ପାଦନର୧.୩ ସରକାରୀ କର୍ମଚାରୀଙ୍କ ଦରମାରେ ଖର୍ଚ୍ଚହୁଏ। ଲାଟିନ୍‌ ଆମେରିକାରେ ଖର୍ଚ୍ଚ ହୁଏ ୨.୫ଗୁଣା, ମଧ୍ୟପ୍ରାଚ୍ୟରେ ଖର୍ଚ୍ଚ ହୁଏ ୩.୪ଗୁଣା ଓ ଆଫ୍ରିକାରେ ଖର୍ଚ୍ଚ ହୁଏ ୫.୭ଗୁଣା। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତରେ ମୋଟ ମୁଣ୍ଡ ପିଛା ଉତ୍ପାଦନର ୭.୨ଗୁଣା ଖର୍ଚ୍ଚହୁଏ ସରକାରୀ କର୍ମଚାରୀମାନଙ୍କ ପିଛା, ଯେଉଁମାନଙ୍କ ମଧ୍ୟରୁ ଅଧେ ଅର୍ଦ୍ଧ ଆବଶ୍ୟକ ଓ ଅଧେ ଅନାବଶ୍ୟକ କର୍ମଚାରୀ । ସହଜେତ ଏମିତିରେ ମୂଷାଗାତରେ ଗଳିପାରୁ ନ ଥିଲା, ତା’ପରେ ବି ଯଦି ତା’ ପିଠିରେ ଦିଟା କୁଲା ବାନ୍ଧିଦିଆଯାଏ ସେ କୋଉ ଗାତ ଭିତରେ ପଶିପାରିବ? ସେଭଳି ପିଠିରେ କୁଲା ବନ୍ଧା ମୂଷା ନା ଗାତରେ ଗଳିପାରିବ ନା ଆକାଶରେ ଉଡ଼ିପାରିବ। ଆମ ଦେଶର ଅବସ୍ଥା ସେଇ ମୂଷା ଭଳି! ନା ଦୌଡ଼ିପାରୁଛି ନା ଉଡ଼ିପାରୁଛି !
କେବଳ ଗୋଟେ ପତଙ୍ଗ ପରି ପଡ଼ି ଉଡ଼ି ଗମନ କରୁଛି! କେବେ ଛୋଟେଇ ଛୋଟେଇ, କେବେ ଝୁଣ୍ଟି ଝୁଣ୍ଟି ଲହୁଲୁହାଣ ହୋଇ! ଏମିତି ପତଙ୍ଗ ଗତିରେ ଯାଉଯାଉ ଭାରତ କେବେ ଯାଇ ତା’ର ସହସ୍ରାବ୍ଦୀର ଲକ୍ଷ୍ୟ ଛୁଇଁପାରିବ କିଏ ଜାଣେ!

ରଞ୍ଜନ କୁମାର ଦାସ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?