ମାର୍ଚ୍ଚ ପହିଲାରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିପାରେ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ମାର୍ଚ୍ଚ ମାସ। ପ୍ରତି ମାସରେ ଟଙ୍କା ସହ ଜଡ଼ିତ ନିୟମ ପରିବର୍ତ୍ତନ ହୋଇଥାଏ। ଏଥର ମଧ୍ୟ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇପାରେ। ଜାଣନ୍ତୁ ସେଭଳି କିଛି:

-ମାର୍ଚ୍ଚ ୧ରେ ସ୍ଥିର ହେବ ଏଲ୍‌ପିଜି, ସିଏନ୍‌ଜି ଏବଂ ପିଏନ୍‌ଜିର ମୂଲ୍ୟ:
ଏଲ୍‌ପିଜି, ସିଏନ୍‌ଜି ଏବଂ ପିଏନ୍‌ଜିର ମୂଲ୍ୟ ପ୍ରତ୍ୟେକ ମାସ ପହିଲାରେ ସ୍ଥିର ହୋଇଥାଏ। ଗତ ଫେବୃୟାରୀ ୧ରେ କମ୍ପାନୀଗୁଡ଼ିକ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରି ନ ଥିଲେ। ଏଣୁ ଆଗାମୀ ମାସରେ ଏହା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି।

-ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ:
ମାର୍ଚ୍ଚରେ ହୋଲି ଏବଂ ନବରାତ୍ରକୁ ମିଶାଇ ବ୍ୟାଙ୍କଗୁଡିକ ୧୨ ଦିନ ବନ୍ଦ ରହିବ। ଏଥିରେ ସାପ୍ତାହିକ ବ୍ୟାଙ୍କ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଭାରତର ବ୍ୟାଙ୍କଗୁଡିକ ମାସର ପ୍ରଥମ ଏବଂ ତୃତୀୟ ଶନିବାରରେ ଖୋଲା ରହିଥାଏ। ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡିକରେ ଛୁଟିଦିନ ଥାଏ। ମାର୍ଚ୍ଚ ୨୦୨୩ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର କ୍ୟାଲେଣ୍ଡର ଅନୁଯାୟୀ ଘରୋଇ ଏବଂ ସରକାରୀ ବ୍ୟାଙ୍କଗୁଡିକ ୧୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।

-ବ୍ୟାଙ୍କ ଋଣ ମହଙ୍ଗା ହୋଇପାରେ:
ନିକଟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରେପୋ ହାର ବୃଦ୍ଧି କରିଛି। ଯେଉଁଥିପାଇଁ ଅନେକ ବ୍ୟାଙ୍କ ଏମ୍‌ସିଏଲ୍‌ଆର୍‌ ହାର ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ଋଣ ଏବଂ ଇଏମ୍‌ଆଇ ଉପରେ ସୁଧ ହାର ବୃଦ୍ଧି ପାଇଛି। ତେଣୁ, ମାର୍ଚ୍ଚ ମାସରୁ ଅଧିକ ଇଏମ୍‌ଆଇ ଦେବାକୁ ପଡିବ।

-ସୋସିଆଲ ମିଡିଆ ସହିତ ଜଡିତ ନିୟମରେ ସମ୍ଭାବ୍ୟ ପରିବର୍ତ୍ତନ:
ନିକଟରେ ଭାରତ ସରକାର ଆଇଟି ନିୟମ ପରିବର୍ତ୍ତନ କରିଛନ୍ତି। ଟୁଇିଟର, ଫେସବୁକ, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବର୍ତ୍ତମାନ ଭାରତର ନୂତନ ନିୟମ ମାନିବାକୁ ପଡିବ। ଧାର୍ମିକ ଭାବନାକୁ ଉତ୍ତେଜିତ କରୁଥିବା ପୋଷ୍ଟଗୁଡିକରେ ନୂତନ ନିୟମ ଲାଗୁ ହେବ। ମାର୍ଚ୍ଚରୁ ଏହି ନୂତନ ନିୟମ କାର୍ଯ୍ୟକାରୀ ହୋଇପାରେ।। ଅବୈଧ ପୋଷ୍ଟ ପାଇଁ ଉପଭୋକ୍ତାଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri