Posted inଫୁରସତ

ଏକରେ ଅନେକ :ସଂଘମିତ୍ରା

ଶିକ୍ଷା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଦୀର୍ଘ ୬୦ ବର୍ଷ ଧରି ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଜାରି ରହିଛି। ଏକାଧାରରେ ସେ ଜଣେ କବି, ନାଟ୍ୟକାର, ପ୍ରାବନ୍ଧିକ, ଅନୁବାଦକ, ସ୍ତମ୍ଭକାର ଓ ଶିଶୁ ସାହିତ୍ୟର ରଚୟିତା। ଜଣେ ନିଆରା ସ୍ରଷ୍ଟା। ଓଡ଼ିଆ ସାହିତ୍ୟର ଏକ ଶ୍ରଦ୍ଧାଶୀଳ ନାମ ପ୍ରଫେସର୍‌ ସଂଘମିତ୍ରା ମିଶ୍ର । ସ୍ବାଧୀନତା ସଂଗ୍ରାମୀ ପିତା ବଂଶୀଧର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦେବୀଙ୍କ କନିଷ୍ଠ କନ୍ୟା ସଂଘମିତ୍ରାଙ୍କ ଜନ୍ମ ୧୯୫୩ ମସିହା କଟକ ଜିଲାର ଖଣ୍ଡ ସାହି ଗ୍ରାମରେ। ୧୯୬୮ରେ ମାଟ୍ରିକ,୧୯୭୩ରେ ବିଏ ଏବଂ ୧୯୭୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ୧୯୭୭ ମସିହାରୁ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ ବିଜେବି ଇଭିନିଙ୍ଗି କଲେଜ, ରମାଦେବୀ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଭାବେ ଶିକ୍ଷାଦାନ କରି ୨୦୧୩ ମସିହାରୁ ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଛନ୍ତି। ପିଲାଦିନର କଥା ମନେ ପକାଇ ଲେଖିକା କୁହନ୍ତି ଏକ ଶିକ୍ଷିତ,ସଂସ୍କାରୀ,ଧାର୍ମିକ ପରିବାରରେ ମୋର ଜନ୍ମ। ବାପା, ବୋଉ ଉଭୟ ଥିଲେ ଜଗନ୍ନାଥପ୍ରେମୀ, ଈଶ୍ବର ବିଶ୍ୱାସୀ । ଶ୍ରଦ୍ଧା ଓ ଆକଟ ଭିତରେ କଟିଥିଲା ଶୈଶବ। ବଡ଼ ଭଉଣୀ କୃଷ୍ଣାବଲ୍ଲଭଠାରୁ ମୁଁ ପ୍ରାୟ ୨୫ ବର୍ଷ ସାନ ଥିଲି । ମାତୃତ୍ୱର ମମତା ତାଠୁ ବି ପାଇଛି। ତେବେ ମୋ ଲେଖକୀୟ ଜୀବନର ପ୍ରଥମ ପ୍ରେରଣା ଥିଲେ ମୋ ବାପା। ଜଣେ ଉଦାରବାଦୀ ଓ ସାହିତ୍ୟକୁ ପ୍ରଚୁର ଭଲ ପାଉଥିବା ମଣିଷ । ପୁସ୍ତକ ପଢ଼ିବାର ସୁଯୋଗ ସଭିଙ୍କୁ ମିଳୁ ଏପରି ଏକ ଭିନ୍ନ ଭାବନା ନେଇ ସେ ପ୍ରତିଷ୍ଠା କରିଥିଲେ ଆମ ନିଜସ୍ବ ପାଠାଗାର, ଯେଉଁଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀରେ ବହୁ ପ୍ରତିଷ୍ଠିତ ଲେଖକଙ୍କ ଲେଖା ପଢ଼ିପାରୁଥିଲେ ପାଠକ। ନିୟମିତ ସଂଧ୍ୟାରେ ବେଦ, ଭାଗବତ, ପୁରାଣ, ଶ୍ଳୋକ ବୁଝାଇବା ସହିତ ବୋଉର ବାରଣ ସତ୍ତ୍ବେ(ଝିଅ ପିଲା ଚଣ୍ଡିପାଠ ନ କରୁ)ମୋ ଦ୍ୱାରା ଚଣ୍ଡିପାଠ କରାଉଥିଲେ। ଆଜି କହିବାରେ ଦ୍ୱିଧା ନାହିଁ ଯେ, ଏ ସବୁର ବେଶ୍‌ ପ୍ରଭାବ ମୋ ପରବର୍ତ୍ତୀ ଜୀବନରେ ପଡ଼ିଥିଲା। ପିଲାଦିନୁ ପ୍ରକୃତିି ସହ ଥିଲା ମୋର ଅନ୍ତରଙ୍ଗତା। ପ୍ରାଥମିକ ପର୍ଯ୍ୟାୟରେ ସଂଘମିତ୍ରା ନିଜ ଗାଁ ସ୍କୁଲ ଜଗନ୍ନାଥ ବିଦ୍ୟାପୀଠରେ ଶିକ୍ଷା ଆରମ୍ଭ କରିଥିଲେ। ପଞ୍ଚମ, ଷଷ୍ଠ ଶ୍ରେଣୀରୁ ଲେଖାଲେଖି ଆରମ୍ଭ କରିଥିଲେ। ଛୋଟ ପିଲାଙ୍କ ଗପ, କବିତା ଓ ବଡ଼ ଲୋକଙ୍କ ଜୀବନୀ ସମ୍ବନ୍ଧରେ ପଢ଼ି ସେ କବିତା, ଗପ ଲେଖିଥିଲେ। ପ୍ରତିବର୍ଷ ସ୍କୁଲର ବାର୍ଷିକ ମୁଖପତ୍ରରେ ଲେଖା ପ୍ରକାଶ ପାଉଥିଲା ତାଙ୍କର। ନିଜ ସୃଷ୍ଟିକୁ ପ୍ରକାଶିତ ରୂପେ ଦେଖି ଅଧିକରୁ ଅଧିକ ଲେଖି ଚାଲିଲେ । ମାଟ୍ରିକ ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ପଢୁଥିବା ସମୟରେ ମାତ୍ର ୧୭ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ଜଗନ୍ନାଥ ମହାପାତ୍ରଙ୍କ ସହିତ। ସ୍ବାମୀ ଥିଲେ ସରକାରୀ ଡାକ୍ତର। ଏକ ବହୁ କୁଟୁମ୍ବରେ ବୋହୂ ସାଜିଲେ ସଂଘମିତ୍ରା। ପିଲାଦିନୁ ପାଠପଢ଼ା ପ୍ରତି ଥିଲା ତାଙ୍କର ଗଭୀର ଆକର୍ଷଣ। ସମୟେ ସମୟେ ନୀରବରେ ବସି ବିଭିନ୍ନ କଥା ଚିନ୍ତା କରନ୍ତି। ଜୀବନରେ ଶିକ୍ଷାର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ତାହା ସେ ହୃଦୟଙ୍ଗମ କରିପାରିଥିଲେ। ପ୍ରକୃତ ଶିକ୍ଷା ହିଁ ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତି ବିକଶିତ କରିଥାଏ। ପଢ଼ିବାର ଅଦମ୍ୟ ତୃଷ୍ଣା ତାଙ୍କୁ ବାନ୍ଧି ରଖିପାରି ନ ଥିଲା ପାରିବାରିକ ଜଞ୍ଜାଳ ଭିତରେ। ସ୍ବାମୀଙ୍କ ପ୍ରୋତ୍ସାହନରେ ଶିକ୍ଷା ଜାରି ରଖିଲେ। ବି.ଏ. ପଢ଼ିବା ସମୟରେ ଦୁଇଟି ପିଲା ଓ ଗୃହିଣୀ ଜୀବନର ସମସ୍ତ ଦାୟିତ୍ୱ ସତ୍ତ୍ବେ ପ୍ରାଣନାଥ କଲେଜ ଟପ୍ପର ହୋଇଥିଲେ ଶ୍ରୀମତୀ ମିଶ୍ର । କଲେଜ ପଢ଼ା ସମୟରୁ ତାଙ୍କ ଲେଖା ପ୍ରଜାତନ୍ତ୍ର, ନବ ଜୀବନ, ଧରିତ୍ରୀ, ସମ୍ବାଦ ପରି ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। ସାହିତ୍ୟର ସମସ୍ତ ବିଭାଗରେ ସିଦ୍ଧହସ୍ତ ଲେଖିକା ତାଙ୍କର ପ୍ରଥମ ପ୍ରେମ କବିତା ଓ ନାଟକ ବୋଲି କୁହନ୍ତି। ଦୂରଦର୍ଶନର ବହୁ ଆଲୋଚନାରେ ଭାଗ ନେବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିବା ଡକ୍ଟର ମିଶ୍ରଙ୍କର ଲେଖନୀରୁ ଝରି ଆସିଛି ଅଦ୍ୟାବଧି ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ। ନାଟକ ବିଶ୍ୱରୂପ, ନାୟିକା ନିଜ ଦର୍ପଣରେ, ଆଧୁନିକ ଓଡ଼ିଆ କବିତା ବୋଧ ଅବବୋଧ, ଆଧାରଶିଳା, ସଦିଚ୍ଛାର ସହସ୍ର ଧାରା, ଯକ୍ଷପ୍ରଶ୍ନ, ଇତିହାସର ହଜିଲାଖିଅ, ନାଟକ, ନାଟ୍ୟକାର, ନାଟକୀୟତା ଏପରି ଅନେକ ପୁସ୍ତକ ପାଇଁ ସେ ବୃହତ୍ତର ପାଠକ ମହଲରେ ପରିଚିତା। ଓଡ଼ିଶା ଲେଖିକା ସଂସଦ ଓ ରେଡ୍‌କ୍ରସର ଆଜୀବନ ସଭ୍ୟା, ତାଳ ପଦେଶ୍ୱରୀ ସାହିତ୍ୟ ଆସରର ଉପଦେଷ୍ଟା ପ୍ରଫେସର୍‌ ମିଶ୍ରଙ୍କୁ ତାଙ୍କ ସର୍ଜନା ସୃଷ୍ଟି ନିମନ୍ତେ ଅନେକ ଅନୁଷ୍ଠାନ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି। ଉତ୍କଳ ସାହିତ୍ୟ ସମାଜ ଲେଖିକା ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ, ସିନ୍ଧୁଜା ସମ୍ମାନ, ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ତରଫରୁ ବିଶିଷ୍ଟ ମହିଳା ନାରୀ ପ୍ରତିଭା ସମ୍ମାନ, ଗୋକର୍ଣ୍ଣିକା ପ୍ରବନ୍ଧ ଗୋଦାବରୀଶ ସମ୍ମାନ,ଝଙ୍କାର ନାଟକ ପୁରସ୍କାର,ଏପରି ସତୁରିରୁ ଊର୍ଦ୍ଧ୍ୱ ସଂଖ୍ୟକ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ଲେଖିକା ଓଡ଼ିଆ ବୀଣା ଭଣ୍ଡାରକୁ ତାଙ୍କର ସାହିତ୍ୟ କୃତି ଓ ଅବଦାନ ପାଇଁ ଚିରସ୍ମରଣୀୟ ହୋଇ ରହିବେ।

-ପ୍ରିୟମ୍ବଦା ରଥ
ଆର.କେ.ପୁରମ୍‌, ସେକ୍ଟର ୪-ନୂଆଦିଲ୍ଲୀ
ମୋ: +୯୧ ୧୧୩୫୭୦୫୮୫୬


Enter your email to get our daily news in your inbox.

All Right Reserved By Dharitri.Com

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri