ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ ଭାବେ ସମୁଦ୍ରତଟ ପ୍ରାୟ ୪୮୫ କିଲୋମିଟର ଦୀର୍ଘ। ଏ ସବୁର ସଦୁପଯୋଗ ଦ୍ୱାରା ଆମ ରାଜ୍ୟବାସୀଙ୍କ ଭାଗ୍ୟ ପରିବର୍ତ୍ତନ ସମ୍ଭବ।
ପ୍ରଥମତଃ ଆମର ଉଦ୍‌ବେଗର ଗୋଟିଏ କାରଣ ହେଉଛି କୃଷିର ଅବନତି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଅନେକ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛି। ବର୍ତ୍ତମାନର ବଜାରର ଚଢ଼ା ଦରଦାମ୍‌ ଓ ନିଅଣ୍ଟିଆ ପରିସ୍ଥିତିକୁ ଦେଖିଲେ କୃଷି ପ୍ରଧାନ ରାଜ୍ୟର ଏହି ଅବନତି ନିଶ୍ଚିନ୍ତ ଭାବେ ଦୁଃଖଦ। ନୂଆ ପିଢ଼ିର ଯୁବକ, କାର୍ଯ୍ୟକ୍ଷମ ଲୋକେ ଗଁା ଛାଡ଼ି ସହରକୁ ଆସିବା ପାଇଁ ବ୍ୟଗ୍ର, ଚାଷ ପ୍ରତି ବିମୁଖ। କୃଷିକୁ ଅର୍ଥ ଉପାର୍ଜନର ଏକ ମୁଖ୍ୟ ଉତ୍ସରେ ପରିଣତ କରିବା ପାଇଁ ଆର୍ଥିକ ବ୍ୟବସ୍ଥାର ଆବଶ୍ୟକତା ଅଛି, ସେଥିପ୍ରତି ସରକାର ଦୃଷ୍ଟି ଦେବା ଅନିବାର୍ଯ୍ୟ। ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳିବା ପାଇଁ ଆବଶ୍ୟକ ଆନୁଷ୍ଠାନିକ ସମର୍ଥନ ସରକାରଙ୍କର ଦାୟିତ୍ୱ। ଦ୍ୱିତୀୟ କଥାଟି ହେଉଛି ଦୀର୍ଘ ସମୁଦ୍ରତଟ ସତ୍ତ୍ୱେ ସାମୁଦ୍ରିକ ସମ୍ପଦ ଯଥା ମାଛ, ଚିଙ୍ଗୁଡ଼ି ଇତ୍ୟାଦିରେ ଉଦ୍ୟୋଗୀକରଣ ପାଇଁ ସରକାର କିଛି ଦର୍ଶନୀୟ ପଦକ୍ଷେପ ନେଇନାହାନ୍ତି। ସରକାରୀ ଉଦ୍ୟମରେ ବା କଡ଼ା ନିରୀକ୍ଷଣରେ ଘରୋଇ ବ୍ୟବସାୟୀଙ୍କ ମାଧ୍ୟମରେ ମାଛ ଓ ଚିଙ୍ଗୁଡ଼ି ରପ୍ତାନି କରାଗଲେ ଆମ ସମୁଦ୍ରତଟ ଅଜସ୍ର ଅର୍ଥଲାଭର ଉତ୍ସ ହୋଇପାରନ୍ତା। ଆମେ ଏ ନେଇ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରନ୍ତେ ନାହିଁ। ତୃତୀୟ କଥା ଆମର ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ସୁନ୍ଦର ଜଳପ୍ରପାତ, ସବୁଜିମା ଆଚ୍ଛାଦିତ ପାହାଡ଼, ବିସ୍ତୃତ ସମୁଦ୍ରକୂଳ କ’ଣ ନାହିଁ ଓଡ଼ିଶାରେ? ଯାହା ନାହିଁ, ତାହା ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ସୁଲଭ ଦରରେ, ସୁନ୍ଦର, ପରିଷ୍କାର ପରିଚ୍ଛନ୍ନ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା। ନିକଟସ୍ଥ ଦର୍ଶନୀୟ ସ୍ଥଳଗୁଡ଼ିକ ବିକଶିତ ହେଲେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ବଢ଼ିବା ସହ ପ୍ରାକୃତିକ ସମ୍ପଦ ଓ ହାତତିଆରି ଦ୍ରବ୍ୟର ସୁଦୂରପ୍ରସାରୀ ଚାହିଦା ବାହାରକୁ ଯାଇପାରନ୍ତା।
ଚତୁର୍ଥ କଥା ଆମର ପ୍ରଚୁର ଖଣିଜ ସମ୍ପଦ। ଅମୂଲ୍ୟ ସମ୍ପଦକୁ ରାଜ୍ୟବାସୀଙ୍କ ପାଇଁ ସଦୁପଯୋଗ କରାଯାଉ। ପଞ୍ଚମ କଥା ଆମେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ନଦୀ ଜଳ ପାଇଁ ଦୀର୍ଘ କାଳ ଧରି ବିବାଦରେ ଅଛେ। କିନ୍ତୁ ଆମ ରାଜ୍ୟ ଭିତରେ ଥିବା ନଦୀଗୁଡ଼ିକ ଜଳର ଆମେ ସଦୁପଯୋଗ କରିଛେ କି? ଆମର ଖରସ୍ରୋତା ନଦୀଗୁଡ଼ିକରେ ନୂଆ ବନ୍ଧ ବାନ୍ଧି ଜଳସେଚନ ଓ ବିଦ୍ୟୁତ ଉପତ୍ାଦନକୁ ପ୍ରସାରିତ କରିଛେ କି? ନୂଆ ସରକାର ଏ ବିଷୟରେ ଚିନ୍ତା କରିବା ଉଚିତ। ଷଷ୍ଠ କଥା ତୃଣମୂଳ କ୍ଷେତ୍ରରେ ବିକାଶ ଉପରେ ଦୃଷ୍ଟି ଦିଆଯାଉ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଭଳି ବ୍ୟୟବହୁଳ ଯୋଜନା ମାଧ୍ୟମରେ ଆମେ ସ୍ଥାୟୀ ଭିିତ୍ତିଭୂମି ପ୍ରସ୍ତୁତ କରିପାରନ୍ତେ। ପ୍ରତି ଗ୍ରାମରେ ଦୁଇଟି ବା ତିନୋଟି ଜଳାଶୟ ନିର୍ମାଣ କରି ସେଥିରେ ମାଛ ଚାଷ କରାଯାଉନାହିଁ କାହିଁକି? ପଞ୍ଚାୟତ ସ୍ତରରେ ଏ କାମ ଅନାୟାସରେ ହୋଇପାରନ୍ତା।
ସପ୍ତମ କଥା ଶିକ୍ଷା ବିଷୟ। ଛାତ୍ରଙ୍କ ପାଠ ଓ ଚରିତ୍ର ଗଠନ ଉପରେ ଧ୍ୟାନ ଦେବା ପାଇଁ ଶିକ୍ଷକମାନଙ୍କୁ ଉଚିତ ପ୍ରୋତ୍ସାହନ ଦରକାର। ଯେଉଁ ସରକାରୀ ସ୍କୁଲର ଛାତ୍ରୀଛାତ୍ରମାନେ ବିଭିନ୍ନ ଉଚ୍ଚ ବୈଷୟିକ ଶିକ୍ଷା ଲାଗି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଉଛନ୍ତି, ସେ ସ୍କୁଲର ସମ୍ପୃକ୍ତ ଶିକ୍ଷକମାନଙ୍କୁ ଆର୍ଥିକ ପୁରସ୍କାର ମାଧ୍ୟମରେ ସମ୍ମାନିତ କରିବା ଉଚିତ। ପ୍ରତି ଜିଲା ମୁଖ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ବୃତ୍ତି ବିଷୟରେ, ଉଚ୍ଚ ଶିକ୍ଷାର ସୁଯୋଗ ବା ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ସମ୍ବନ୍ଧରେ ବର୍ଷକୁ ଥରେ ବା ଦୁଇଥର ବିଶେଷ ଶିବିର ଆୟୋଜନ କରାଯିବା ଉଚିତ। ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନଙ୍କୁ ଏ କ୍ଷେତ୍ରରେ ସାମିଲ କରିବା ବାଞ୍ଛନୀୟ। ଅଷ୍ଟମ କଥା ହେଉଛି ସ୍ବାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କର ମୌଳିକ ଦାୟିତ୍ୱ। ଘରୋଇ ହସ୍ପିଟାଲଗୁଡ଼ିକ ହାତରେ ଓଡ଼ିଶାର ଜନତାଙ୍କ ଭାଗ୍ୟ ସମର୍ପି ଦେବା ନିତାନ୍ତ ଅନୁଚିତ। ସରକାରୀ ହସ୍ପିଟାଲ ଓ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ଏ ସବୁ କାମକୁ ଠିକ୍‌ ଭାବରେ ତଦାରଖ କରିବା ପାଇଁ ସରକାର ପ୍ରତି ଜିଲା ପାଇଁ ନୋଡାଲ ଅଫିସର ନିଯୁକ୍ତ କରିପାରିବେ। ବିଭିନ୍ନ ବିଭାଗର ଅଧିକାରୀମାନେ ଠିକ୍‌ ଭାବରେ କାମ କରୁଛନ୍ତି କି ନାହିଁ ସେ ବିଷୟରେ ନୋଡାଲ ଅଫିସରମାନେ ସରକାରଙ୍କୁ ରିପୋର୍ଟ ଦେବେ। ସର୍ବାଙ୍ଗୀନ ମଙ୍ଗଳ ନିମନ୍ତେ ଆମମାନଙ୍କର ଦାୟିତ୍ୱବୋଧକୁ ନିଷ୍ଠାପର ଭାବେ ପାଳନ କରିବା ଦ୍ୱାରା ବିକଶିତ ଓଡ଼ିଶା ସମ୍ଭବ।
କଟିକଟା, ମଙ୍ଗଳପୁର, ଯାଜପୁର
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?