ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ ଭାବେ ସମୁଦ୍ରତଟ ପ୍ରାୟ ୪୮୫ କିଲୋମିଟର ଦୀର୍ଘ। ଏ ସବୁର ସଦୁପଯୋଗ ଦ୍ୱାରା ଆମ ରାଜ୍ୟବାସୀଙ୍କ ଭାଗ୍ୟ ପରିବର୍ତ୍ତନ ସମ୍ଭବ।
ପ୍ରଥମତଃ ଆମର ଉଦ୍‌ବେଗର ଗୋଟିଏ କାରଣ ହେଉଛି କୃଷିର ଅବନତି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଅନେକ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛି। ବର୍ତ୍ତମାନର ବଜାରର ଚଢ଼ା ଦରଦାମ୍‌ ଓ ନିଅଣ୍ଟିଆ ପରିସ୍ଥିତିକୁ ଦେଖିଲେ କୃଷି ପ୍ରଧାନ ରାଜ୍ୟର ଏହି ଅବନତି ନିଶ୍ଚିନ୍ତ ଭାବେ ଦୁଃଖଦ। ନୂଆ ପିଢ଼ିର ଯୁବକ, କାର୍ଯ୍ୟକ୍ଷମ ଲୋକେ ଗଁା ଛାଡ଼ି ସହରକୁ ଆସିବା ପାଇଁ ବ୍ୟଗ୍ର, ଚାଷ ପ୍ରତି ବିମୁଖ। କୃଷିକୁ ଅର୍ଥ ଉପାର୍ଜନର ଏକ ମୁଖ୍ୟ ଉତ୍ସରେ ପରିଣତ କରିବା ପାଇଁ ଆର୍ଥିକ ବ୍ୟବସ୍ଥାର ଆବଶ୍ୟକତା ଅଛି, ସେଥିପ୍ରତି ସରକାର ଦୃଷ୍ଟି ଦେବା ଅନିବାର୍ଯ୍ୟ। ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳିବା ପାଇଁ ଆବଶ୍ୟକ ଆନୁଷ୍ଠାନିକ ସମର୍ଥନ ସରକାରଙ୍କର ଦାୟିତ୍ୱ। ଦ୍ୱିତୀୟ କଥାଟି ହେଉଛି ଦୀର୍ଘ ସମୁଦ୍ରତଟ ସତ୍ତ୍ୱେ ସାମୁଦ୍ରିକ ସମ୍ପଦ ଯଥା ମାଛ, ଚିଙ୍ଗୁଡ଼ି ଇତ୍ୟାଦିରେ ଉଦ୍ୟୋଗୀକରଣ ପାଇଁ ସରକାର କିଛି ଦର୍ଶନୀୟ ପଦକ୍ଷେପ ନେଇନାହାନ୍ତି। ସରକାରୀ ଉଦ୍ୟମରେ ବା କଡ଼ା ନିରୀକ୍ଷଣରେ ଘରୋଇ ବ୍ୟବସାୟୀଙ୍କ ମାଧ୍ୟମରେ ମାଛ ଓ ଚିଙ୍ଗୁଡ଼ି ରପ୍ତାନି କରାଗଲେ ଆମ ସମୁଦ୍ରତଟ ଅଜସ୍ର ଅର୍ଥଲାଭର ଉତ୍ସ ହୋଇପାରନ୍ତା। ଆମେ ଏ ନେଇ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରନ୍ତେ ନାହିଁ। ତୃତୀୟ କଥା ଆମର ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ସୁନ୍ଦର ଜଳପ୍ରପାତ, ସବୁଜିମା ଆଚ୍ଛାଦିତ ପାହାଡ଼, ବିସ୍ତୃତ ସମୁଦ୍ରକୂଳ କ’ଣ ନାହିଁ ଓଡ଼ିଶାରେ? ଯାହା ନାହିଁ, ତାହା ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ସୁଲଭ ଦରରେ, ସୁନ୍ଦର, ପରିଷ୍କାର ପରିଚ୍ଛନ୍ନ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା। ନିକଟସ୍ଥ ଦର୍ଶନୀୟ ସ୍ଥଳଗୁଡ଼ିକ ବିକଶିତ ହେଲେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ବଢ଼ିବା ସହ ପ୍ରାକୃତିକ ସମ୍ପଦ ଓ ହାତତିଆରି ଦ୍ରବ୍ୟର ସୁଦୂରପ୍ରସାରୀ ଚାହିଦା ବାହାରକୁ ଯାଇପାରନ୍ତା।
ଚତୁର୍ଥ କଥା ଆମର ପ୍ରଚୁର ଖଣିଜ ସମ୍ପଦ। ଅମୂଲ୍ୟ ସମ୍ପଦକୁ ରାଜ୍ୟବାସୀଙ୍କ ପାଇଁ ସଦୁପଯୋଗ କରାଯାଉ। ପଞ୍ଚମ କଥା ଆମେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ନଦୀ ଜଳ ପାଇଁ ଦୀର୍ଘ କାଳ ଧରି ବିବାଦରେ ଅଛେ। କିନ୍ତୁ ଆମ ରାଜ୍ୟ ଭିତରେ ଥିବା ନଦୀଗୁଡ଼ିକ ଜଳର ଆମେ ସଦୁପଯୋଗ କରିଛେ କି? ଆମର ଖରସ୍ରୋତା ନଦୀଗୁଡ଼ିକରେ ନୂଆ ବନ୍ଧ ବାନ୍ଧି ଜଳସେଚନ ଓ ବିଦ୍ୟୁତ ଉପତ୍ାଦନକୁ ପ୍ରସାରିତ କରିଛେ କି? ନୂଆ ସରକାର ଏ ବିଷୟରେ ଚିନ୍ତା କରିବା ଉଚିତ। ଷଷ୍ଠ କଥା ତୃଣମୂଳ କ୍ଷେତ୍ରରେ ବିକାଶ ଉପରେ ଦୃଷ୍ଟି ଦିଆଯାଉ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଭଳି ବ୍ୟୟବହୁଳ ଯୋଜନା ମାଧ୍ୟମରେ ଆମେ ସ୍ଥାୟୀ ଭିିତ୍ତିଭୂମି ପ୍ରସ୍ତୁତ କରିପାରନ୍ତେ। ପ୍ରତି ଗ୍ରାମରେ ଦୁଇଟି ବା ତିନୋଟି ଜଳାଶୟ ନିର୍ମାଣ କରି ସେଥିରେ ମାଛ ଚାଷ କରାଯାଉନାହିଁ କାହିଁକି? ପଞ୍ଚାୟତ ସ୍ତରରେ ଏ କାମ ଅନାୟାସରେ ହୋଇପାରନ୍ତା।
ସପ୍ତମ କଥା ଶିକ୍ଷା ବିଷୟ। ଛାତ୍ରଙ୍କ ପାଠ ଓ ଚରିତ୍ର ଗଠନ ଉପରେ ଧ୍ୟାନ ଦେବା ପାଇଁ ଶିକ୍ଷକମାନଙ୍କୁ ଉଚିତ ପ୍ରୋତ୍ସାହନ ଦରକାର। ଯେଉଁ ସରକାରୀ ସ୍କୁଲର ଛାତ୍ରୀଛାତ୍ରମାନେ ବିଭିନ୍ନ ଉଚ୍ଚ ବୈଷୟିକ ଶିକ୍ଷା ଲାଗି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଉଛନ୍ତି, ସେ ସ୍କୁଲର ସମ୍ପୃକ୍ତ ଶିକ୍ଷକମାନଙ୍କୁ ଆର୍ଥିକ ପୁରସ୍କାର ମାଧ୍ୟମରେ ସମ୍ମାନିତ କରିବା ଉଚିତ। ପ୍ରତି ଜିଲା ମୁଖ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନ ବୃତ୍ତି ବିଷୟରେ, ଉଚ୍ଚ ଶିକ୍ଷାର ସୁଯୋଗ ବା ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ସମ୍ବନ୍ଧରେ ବର୍ଷକୁ ଥରେ ବା ଦୁଇଥର ବିଶେଷ ଶିବିର ଆୟୋଜନ କରାଯିବା ଉଚିତ। ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନଙ୍କୁ ଏ କ୍ଷେତ୍ରରେ ସାମିଲ କରିବା ବାଞ୍ଛନୀୟ। ଅଷ୍ଟମ କଥା ହେଉଛି ସ୍ବାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କର ମୌଳିକ ଦାୟିତ୍ୱ। ଘରୋଇ ହସ୍ପିଟାଲଗୁଡ଼ିକ ହାତରେ ଓଡ଼ିଶାର ଜନତାଙ୍କ ଭାଗ୍ୟ ସମର୍ପି ଦେବା ନିତାନ୍ତ ଅନୁଚିତ। ସରକାରୀ ହସ୍ପିଟାଲ ଓ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ଏ ସବୁ କାମକୁ ଠିକ୍‌ ଭାବରେ ତଦାରଖ କରିବା ପାଇଁ ସରକାର ପ୍ରତି ଜିଲା ପାଇଁ ନୋଡାଲ ଅଫିସର ନିଯୁକ୍ତ କରିପାରିବେ। ବିଭିନ୍ନ ବିଭାଗର ଅଧିକାରୀମାନେ ଠିକ୍‌ ଭାବରେ କାମ କରୁଛନ୍ତି କି ନାହିଁ ସେ ବିଷୟରେ ନୋଡାଲ ଅଫିସରମାନେ ସରକାରଙ୍କୁ ରିପୋର୍ଟ ଦେବେ। ସର୍ବାଙ୍ଗୀନ ମଙ୍ଗଳ ନିମନ୍ତେ ଆମମାନଙ୍କର ଦାୟିତ୍ୱବୋଧକୁ ନିଷ୍ଠାପର ଭାବେ ପାଳନ କରିବା ଦ୍ୱାରା ବିକଶିତ ଓଡ଼ିଶା ସମ୍ଭବ।
କଟିକଟା, ମଙ୍ଗଳପୁର, ଯାଜପୁର
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri