ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ନିିକଟରେ ଏବେ ମନୁଭାଇଙ୍କ ହର୍ବାଲ ଚା’ର ଢେର ଚାହିଦା। ଅବଶ୍ୟ ଏହା ଚା’ ଭଳି ଦେଖାଯାଉଥିଲେ ବି ପ୍ରକୃତରେ ଆୟୁର୍ବେଦିକ ମିଶ୍ରଣର ଗରମ ପାଣି। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଗରମ ପାଣିରେ ନିର୍ଦ୍ଦିଷ୍ଟ ଭାଗମାପ ଥିବା ଅଦା, ସୁଣ୍ଠି, ପିପ୍ପଳି, ଡାଲଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ଜୁଆଣି, ଜାଷ୍ଟିମଧୁ, ଅଶ୍ୱଗନ୍ଧା, ଘୋଡ଼ାବଚ, ତେଜପତ୍ର, ତୁଳସୀ, ଧନ୍ବନ୍ତରୀ ପତ୍ର, ଆମ୍ବଅଦା, କଞ୍ଚାହଳଦୀ, ଗୁଡ଼, ଲେମ୍ବୁ, ମହୁ, ମୁସଳି, ସୈନ୍ଧବ ଲବଣରେ ପ୍ରସ୍ତୁତ ହେଉଛି ହର୍ବାଲ ଚା’।
ମନୁ ଭାଇ(ମନୋରଞ୍ଜନ ଦାସ)ଙ୍କ ବୟସ ୬୮। ତାଙ୍କ ଘର ସିମୁଳିଆରେ। ତେବେ ୧୯୮୪ରୁ ସପରିବାର ବାଲେଶ୍ୱର ସହରକୁ ଚାଲି ଆସିଥିଲେ। ଆଉ ସେ ଫକୀରମୋହନ ଗୋଲେଇରେ ଏକ ଚା’ ଦୋକାନ ଖୋଲିଲେ। ଆରମ୍ଭରୁ କ୍ଷୀର ଚା’, ବିସ୍କୁଟ ବିକ୍ର କରି ପରିବାର ଚଳାଇ ଆସୁଥିଲେ। ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ତାଙ୍କର ଜୀବିକାକୁ ଏକ ପ୍ରକାର ଶକ୍ତ ପ୍ରହାର ଦେଇଥିଲା। ତେବେ ଲକ୍‌ଡାଉନ ପରେ ଦୋକାନ ଖୋଲିଥିଲେ, ମାତ୍ର ବିକ୍ରି ହୋଇ ନ ଥିଲା କ୍ଷୀର ଚା’। ଲୋକମାନେ ନାଲି ଚା’ ପିଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ସମୟରେ ହର୍ବାଲ ଚା’ କଥା ମନୁଭାଇଙ୍କ ମୁଣ୍ଡକୁ ଢୁକିଥିଲା। ଜୀବିକାକୁ ବଞ୍ଚାଇବା ସହ ଲୋକଙ୍କ ସେବା କିପରି କରିବେ ସେଥିପାଇଁ କେତେକ ଆୟୁର୍ବେଦିକ ବହିରୁ ଉପାୟ ଖୋଜିଥିଲେ। ପରେ ବିଭିନ୍ନ ଆୟୁର୍ବେଦିକ ଚେରମୂଳି ଏକାଠି କରି ଭାଗମାପ ସମାନ ରଖି ପ୍ରସ୍ତୁତ କରିଥିଲେ ହର୍ବାଲ ଚା’। ତେବେ ଗ୍ରାହକ ଏହି ଚା’କୁ ପସନ୍ଦ କଲେ। ଆଉ ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲା। ଦିନକୁ ଏବେ ପ୍ରାୟ ୨ଶହରୁ ଅଧିକ କପ୍‌ ଚା’ ବିକ୍ରି ହେଉଥିବା କୁହନ୍ତି ସେ। ସକାଳ ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି। ମନୁଭାଇ କୁହନ୍ତି,‘ଏବେ ଯାହା ମିଳୁଛି ଶାନ୍ତିରେ ପରିବାର ଭରଣପୋଷଣ କରିପାରୁଛି। ’


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri