ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ନିିକଟରେ ଏବେ ମନୁଭାଇଙ୍କ ହର୍ବାଲ ଚା’ର ଢେର ଚାହିଦା। ଅବଶ୍ୟ ଏହା ଚା’ ଭଳି ଦେଖାଯାଉଥିଲେ ବି ପ୍ରକୃତରେ ଆୟୁର୍ବେଦିକ ମିଶ୍ରଣର ଗରମ ପାଣି। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଗରମ ପାଣିରେ ନିର୍ଦ୍ଦିଷ୍ଟ ଭାଗମାପ ଥିବା ଅଦା, ସୁଣ୍ଠି, ପିପ୍ପଳି, ଡାଲଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ଜୁଆଣି, ଜାଷ୍ଟିମଧୁ, ଅଶ୍ୱଗନ୍ଧା, ଘୋଡ଼ାବଚ, ତେଜପତ୍ର, ତୁଳସୀ, ଧନ୍ବନ୍ତରୀ ପତ୍ର, ଆମ୍ବଅଦା, କଞ୍ଚାହଳଦୀ, ଗୁଡ଼, ଲେମ୍ବୁ, ମହୁ, ମୁସଳି, ସୈନ୍ଧବ ଲବଣରେ ପ୍ରସ୍ତୁତ ହେଉଛି ହର୍ବାଲ ଚା’।
ମନୁ ଭାଇ(ମନୋରଞ୍ଜନ ଦାସ)ଙ୍କ ବୟସ ୬୮। ତାଙ୍କ ଘର ସିମୁଳିଆରେ। ତେବେ ୧୯୮୪ରୁ ସପରିବାର ବାଲେଶ୍ୱର ସହରକୁ ଚାଲି ଆସିଥିଲେ। ଆଉ ସେ ଫକୀରମୋହନ ଗୋଲେଇରେ ଏକ ଚା’ ଦୋକାନ ଖୋଲିଲେ। ଆରମ୍ଭରୁ କ୍ଷୀର ଚା’, ବିସ୍କୁଟ ବିକ୍ର କରି ପରିବାର ଚଳାଇ ଆସୁଥିଲେ। ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ତାଙ୍କର ଜୀବିକାକୁ ଏକ ପ୍ରକାର ଶକ୍ତ ପ୍ରହାର ଦେଇଥିଲା। ତେବେ ଲକ୍‌ଡାଉନ ପରେ ଦୋକାନ ଖୋଲିଥିଲେ, ମାତ୍ର ବିକ୍ରି ହୋଇ ନ ଥିଲା କ୍ଷୀର ଚା’। ଲୋକମାନେ ନାଲି ଚା’ ପିଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ସମୟରେ ହର୍ବାଲ ଚା’ କଥା ମନୁଭାଇଙ୍କ ମୁଣ୍ଡକୁ ଢୁକିଥିଲା। ଜୀବିକାକୁ ବଞ୍ଚାଇବା ସହ ଲୋକଙ୍କ ସେବା କିପରି କରିବେ ସେଥିପାଇଁ କେତେକ ଆୟୁର୍ବେଦିକ ବହିରୁ ଉପାୟ ଖୋଜିଥିଲେ। ପରେ ବିଭିନ୍ନ ଆୟୁର୍ବେଦିକ ଚେରମୂଳି ଏକାଠି କରି ଭାଗମାପ ସମାନ ରଖି ପ୍ରସ୍ତୁତ କରିଥିଲେ ହର୍ବାଲ ଚା’। ତେବେ ଗ୍ରାହକ ଏହି ଚା’କୁ ପସନ୍ଦ କଲେ। ଆଉ ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଲା। ଦିନକୁ ଏବେ ପ୍ରାୟ ୨ଶହରୁ ଅଧିକ କପ୍‌ ଚା’ ବିକ୍ରି ହେଉଥିବା କୁହନ୍ତି ସେ। ସକାଳ ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି। ମନୁଭାଇ କୁହନ୍ତି,‘ଏବେ ଯାହା ମିଳୁଛି ଶାନ୍ତିରେ ପରିବାର ଭରଣପୋଷଣ କରିପାରୁଛି। ’


Enter your email to get our daily news in your inbox.

All Right Reserved By Dharitri.Com

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?