ମନୋଜ, ଲତାଙ୍କୁ ମନେପକାଇଲା ଲିଟେରାରି ମିଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର କ୍ଲବଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଶନିବାର ୨ୟ ଦିବସରେ ସାହିତ୍ୟ ଆଲୋଚନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲିଟେରାରି ମିଟ୍‌ର ଦ୍ୱିତୀୟ ଦିବସ ଅଧିବେଶନ ଟୋନି ଯୋଶେଫ ଏବଂ ସୁଜାନ୍‌ ମୁଖାର୍ଜୀଙ୍କ ଆଲୋଚନାରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ସ୍ଥାନାନ୍ତରର ଇତିହାସ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶାର ଅଗ୍ରଣୀ ଲେଖକ ଗୌରହରି ଦାସ, ଯତିନ୍ଦ୍ର ନାୟକ ଭାରତୀୟ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅପରାହ୍ନରେ ଦର୍ଶକମାନେ ଦୁଇଟି ରୋମାଞ୍ଚକାରୀ ଅଧିବେଶନକୁ ଉପଭୋଗ କରିଥିଲେ। କିମ୍ବଦନ୍ତୀ କବି ମନୋଜ ଦାସଙ୍କ କୃତି ସମ୍ପର୍କରେ ଗୌରହରି ଦାସ, ଯତିନ୍ଦ୍ର ନାୟକ ଏବଂ ସଂଗ୍ରାମ ଜେନା ଆଲୋଚନା କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ। ଲିଟେରାରି ଫେଷ୍ଟରେ ମଧ୍ୟ ଭାରତର ନାଇଟଏଙ୍ଗଲ ଲତା ମଙ୍ଗେସ୍‌କରଙ୍କ ଅଭୁଲା କୃତି ସମ୍ପର୍କରେ ସୋନମ କାର୍ଲା, ଅନ୍ତରା ସଲିଲ୍‌ ଚୌଧୁରୀ ଏବଂ ସୂର୍ଯ୍ୟ ଦେଓଙ୍କ ଉପସ୍ଥିତିରେ ସ୍ମୃତିଚାରଣ କରାଯାଇଥିଲା। ସନ୍ଧ୍ୟାରେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଲିଲେଟ୍‌ ଦୁବେ ରେଲ୍‌ ଅଡିଟୋରିୟମ ଠାରେ ‘ଲକ୍‌ଡାଉନ ଲିଆସନ୍‌’ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ ଡାଇରେକ୍ଟର ମାଳବିକା ବାନାର୍ଜୀ କହିଛନ୍ତି, ଶାରୀରିକ ଉପସ୍ଥିତି ଜରିଆରେ ଭୁବନେଶ୍ୱରର ସଂସ୍କୃତିପ୍ରେମୀ ଜନସାଧାରଣଙ୍କ ନିକଟକୁ ଲିଟେରାରି ଫେଷ୍ଟ ସହିତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ମନୋଜ ଦାସ ଏବଂ ଲତା ମଙ୍ଗେସ୍‌କରଙ୍କ ଭଳି ବ୍ୟକ୍ତିତ୍ୱମାନେ ସେମାନଙ୍କ ପଛରେ ଛାଡ଼ିଯାଇଥିବା ସମୃଦ୍ଧ ଅମର କୃତି ସମ୍ପର୍କରେ ଏହି ଲିଟେରାରି ମିଟ୍‌ରେ ସ୍ମୃତିଚାରଣ କରାଯାଇଥିବାରୁ ସେ କୃତଜ୍ଞ ବୋଲି ବାନାର୍ଜୀ କହିଥିଲେ। ରବିବାର ଶେଷ ଦିବସରେ ସତ୍ୟଜିତ ରାୟଙ୍କ ଶତବାର୍ଷିକୀ ପାଳନ ନିମନ୍ତେ ଅଧିବେଶନ ଆୟୋଜିତ ହେବ। ଆଇଟି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ନନ୍ଦନ ନିଲେକାନୀ ତାଙ୍କର ଆଗାମୀ ପୁସ୍ତକ ‘ଆର୍ଟ ଅଫ୍‌ ବ୍ୟୁଟିଫୁଲନେସ୍‌’ ସମ୍ପର୍କରେ ସହ-ଲେଖକ ତନୁଜ ଭୋଜୱାନିଙ୍କ ସହିତ ମିଶି ନିଜର ବକ୍ତବ୍ୟ ରଖିବେ ଏବଂ ତାହାସହିତ ରାହୁଲ୍‌ ବୋଷ ଏବଂ ଜୟନ୍ତ କ୍ରିପାଳିନୀ ବଡ଼ ପରଦା ଉପରେ ୱେବ୍‌ ସିରିଜର ପ୍ରଭାବ ସମ୍ପର୍କରେ ଆଲୋଚନା କରିବେ। ବନ୍ୟପ୍ରାଣୀ ଲେଖକ ବିକ୍ରମ ଗ୍ରେୱାଲଙ୍କ ନୂଆ ପୁସ୍ତକ ଆଧାରରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ବନ୍ୟପ୍ରାଣୀ ପର୍ଯ୍ୟଟନ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଟାଟା ଷ୍ଟିଲ୍‌ର ସମସ୍ତ ଲିଟେରାରି ମିଟ୍‌ରେ ମହିଳାଙ୍କ ଲେଖାକୁ ନେଇ ସ୍ବତନ୍ତ୍ର ଭାବରେ ପାଳନ ଓ ଆଲୋଚନା କାର୍ଯ୍ୟକ୍ରମ ସ୍ଥାନ ପାଉଛି ଏବଂ ଚଳିତ ସଂସ୍କରଣରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯଶୋଧାରା ମିଶ୍ର, ସଂଘମିତ୍ରା ମିଶ୍ର ଏବଂ ହିରଣ୍ମୟୀ ମିଶ୍ର ମହିଳା ପ୍ରସଙ୍ଗଗୁଡିକୁ ନେଇ ଲେଖିକାମାନଙ୍କ ଲେଖା ସମ୍ପର୍କରେ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri