ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା

ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌’ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର ୱାୟାନାଡର ଲୋକସଭା ଏମ୍‌ପି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ବ୍ୟକ୍ତି। ଉଦାହରଣ ସ୍ବରୂପ, କିଛି ଛାତ୍ର ଅଛନ୍ତି, ଯେଉଁମାନେ ସେମାନଙ୍କ ପାଠ୍ୟକ୍ରମ ସମାପ୍ତ କରି ନିଜ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଆଗ୍ରହୀ ଅଟନ୍ତି, କିନ୍ତୁ ଏହି ବିଷୟଗୁଡିକରେ ଗୁରୁ ହେବା ପାଇଁ ତାଙ୍କର ଦକ୍ଷତା କିମ୍ବା ଉତ୍ସାହର ଅଭାବ ରହିଥାଏ। ରାହୁଲ ସେମିତି ଜଣେ ବ୍ୟକ୍ତି। ସେହିପରି ଓବାମା ତାଙ୍କ ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି। ସେ ମନମୋହନଙ୍କ ବିଷୟରେ ଲେଖିଛନ୍ତି ସେ ଜଣେ ନିଷ୍ଠାପର ବ୍ୟକ୍ତି। ଏହାସହ ଓବାମା ନିଜ ପୁସ୍ତକରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜଣେ ଯୋଗ୍ୟ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ନ୍ୟୁୟର୍କ ଟାଇମ୍ସ ପୁସ୍ତକ ସମୀକ୍ଷା ଅନୁଯାୟୀ ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌’ ତାଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଆଭିମୁଖ୍ୟ ଉପରେ ଅଧିକ ଧ୍ୟାନ ଦେଇଥାଏ। ରାଜନୀତିରେ ତାଙ୍କର ପ୍ରଥମ ଦିନରୁ ପାକିସ୍ତାନର ଏବଟ୍ଟାବାଦରେ ଓସାମା ବିନ ଲାଦେନଙ୍କ ହତ୍ୟା ପର୍ଯ୍ୟନ୍ତ ଲେଖିଛନ୍ତି। ଏହା ପୂର୍ବରୁ ‘ଡ୍ରିମ୍ସ ଫର୍ମ ମାଇ ଫାଦର’, ‘ଦ ଅଡେସିଟୀ ଅଫ୍‌ ହୋପ’ଭଳି ଅନେକ ପୁସ୍ତକ ଓବାମା ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ଦେଶରେ ଆତ୍ମହତ୍ୟା କରୁଛନ୍ତି ୩୪ ଛାତ୍ରୀଛାତ୍ର

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ...

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ...

ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍‌ଏସ୍‌):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା...

ଆଇନ ବ୍ୟବସ୍ଥାର ଭାରତୀୟକରଣ ଲୋଡ଼ା

ନୂଆଦିଲ୍ଲୀ, ୧୯।୯: ଦେଶରେ ଦୀର୍ଘବର୍ଷ ଧରି ଉପନିବେଶୀୟ ଶାସନ ସମୟର ଆଇନ ବ୍ୟବସ୍ଥା ଚଳିଆସୁଛି। ଏହାର ଭାରତୀୟକରଣ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ)...

ଜମାଟୋ, ସୁଇଗିରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ୧ ତାରିଖରୁ ଜମାଟୋ, ସୁଇଗି ଭଳି ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ...

କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ...

ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିଲେ ମୋଦି, ପାକ୍ ସୀମା ଥିଲା ମାତ୍ର ୩୦ କିଲୋମିଟର ଦୂର!

ନୂଆଦିଲ୍ଲୀ,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ଏକ ସମ୍ବେଦନଶୀଳ ଅଞ୍ଚଳରେ ଫସି ଯାଇଥିବା ଜଣାପଡିଛି । କେତେଜଣ ବିରୋଧ ପ୍ରଦର୍ଶନକାରୀ...

ଟ୍ରକ୍‌-ଅଟୋରିକ୍ସା ଧକ୍କା, ୭ ମୃତ, ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ବଡୋଦରା,୪।୧୦ : ଗୁଜରାଟର ବଦୋଦରାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାୟୁସେନା ଷ୍ଟେଶନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି।...

Advertisement
Archives

Model This Week