ମଣିପୁର ନିଆଁ ଲିଭୁନାହିଁ

ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେବାର ୪ ଦିନ ପରେ ୧୩ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଅଶା କରାଯାଉଥିଲା କେନ୍ଦ୍ର ସରକାର ନିରାପତ୍ତା ଦାୟିତ୍ୱ ନେବା ପରେ ଜାତିଗତ ହିଂସାରେ ୩ ମେ ୨୦୨୩ରୁ ଘୋର ପ୍ରଭାବିତ ହୋଇଆସିଥିବା ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତଥା ଅନ୍ତର୍ଜାତୀୟ ସୀମାନ୍ତ ଅଞ୍ଚଳରେ ଶାନ୍ତି ଫେରିଆସିବ। କିନ୍ତୁ ରାଷ୍ଟ୍ରପତି ଶାସନକୁ ମାସେ ପୂରି ନାହିଁ କାଙ୍ଗପୋକ୍‌ପି ଜିଲାରେ ୮ ମାର୍ଚ୍ଚରେ କୁକି ବିକ୍ଷୋଭକାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। କୁକି ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସଦ୍ୟ ହିଂସା ଘଟିବା ପଛରେ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ଦାୟୀ ବୋଲି କୁହାଯାଉଛି। ୧ ମାର୍ଚ୍ଚରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁରକ୍ଷା ସମୀକ୍ଷା ବୈଠକରେ ମଣିପୁରରେ ମାର୍ଚ୍ଚ ୮ରୁ ଅବାଧ ଗମନାଗମନ ହେବା ନେଇ ଅନୁମତି ଦିଆଗଲା ବୋଲି କହିଥିଲେ। କିନ୍ତୁ କୁକି ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ବସ୍‌ ଚଳାଚଳ କରିବାରୁ ତାହାକୁ ପ୍ରତିବାଦକାରୀମାନେ ବିରୋଧ କରିଥିଲେ। ଫଳରେ କୁକି ସମ୍ପ୍ରଦାୟ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ସ୍ଥିତି ଅସ୍ବାଭାବିକ ହୋଇପଡ଼ିଛି। ଯେଉଁ କୈଥେଲମାମ୍ବି ଜାତୀୟ ରାଜପଥଠାରେ ଏବେ ହିଂସା ଘଟିଛି, ସେଠାରେ ୩ ମେ ୨୦୨୩ରୁ କୁକି ଓ ମେତେଇ ମଧ୍ୟରେ ଜାତିଆଣ ବିଦ୍ୱେଷ ଦେଖାଦେବା ଦିନୁ ରାସ୍ତା ଅବରୋଧ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ପାହାଡ଼ିଆ ଅଞ୍ଚଳରେ ରହୁଥିବା କୁକି ଓ ଉପତ୍ୟକା ଇଲାକାରେ ବାସ କରୁଥିବା ମେତେଇ ସମ୍ପ୍ରଦାୟ ମଧ୍ୟରେ ଘଟି ଆସିଥିବା ସଂଘର୍ଷରେ ଅଦ୍ୟାବଧି ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅନେକ ନାରୀ ନିର୍ଯାତନା ଏପରିକି ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲେଇ ଚଲେଇ ନେବା ଘଟଣା ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେଇସାରିଛି।
ମଣିପୁରର ସଦ୍ୟ ହିଂସାକୁ ଦେଖିଲେ ଗଣ୍ଡଗୋଳ ଉପୁଜୁଥିବା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ମୁତୟନ ହେଉ ବା ସେମାନଙ୍କ ଉପସ୍ଥିତିରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଜୋରଜବରଦସ୍ତ ହେଉଥିବା ପ୍ରୟାସ ଫଳପ୍ରଦ ହେବ ବୋଲି ବିଶ୍ୱାସ ହେଉନାହିଁ। କାରଣ ଯେତେବେଳେ ଗୋଟେ ଭୂଖଣ୍ଡ ବିଶୃଙ୍ଖଳିତ ହୋଇଯାଏ, ସେହି ଅଞ୍ଚଳରେ କିଭଳି ଆହୁରି ଶାନ୍ତି ଭଙ୍ଗ ହେବ, ସେଥିଲାଗି ଭିତରେ ଓ ବାହାରେ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ ସକ୍ରିୟ ହୋଇଯାଇଥାଆନ୍ତି। କିଛି ବର୍ଷ ହେବ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ ଭଲ ନ ଥିବାରୁ ବାହ୍ୟଶକ୍ତି ଛିଦ୍ର ପାଇବା ମାତ୍ରେ ସେମାନଙ୍କ ଲକ୍ଷ୍ୟ ପୂରଣରେ ଲାଗି ପଡ଼ୁଛନ୍ତି। ଏହି ବିଷୟକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରିବା ଉଚିତ। ମଣିପୁର ଜଳୁଥିବା ବେଳେ ଏନ୍‌. ବୀରେନ୍‌ ସିଂଙ୍କ ନେତୃତ୍ୱାଧୀନ ଭାଜପା ସରକାର ସମାଧାନ ଆଣିବା ପାଇଁ କୌଣସି ଚେଷ୍ଟା କରିଥିବା ଭଳି ମନେହେଲା ନାହିଁ। ଏକ ଶକ୍ତିଶାଳୀ ନେତୃତ୍ୱର ଅଭାବ ଯୋଗୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହୋଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ବୀରେନ୍‌ ମେତେଇ ସମ୍ପ୍ରଦାୟରୁ ଆସିଥିବାରୁ କୁକିଙ୍କ କଥାକୁ ଶୁଣୁ ନ ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସବୁ ନାଗରିକଙ୍କୁ ଗୋଟିଏ ନିକିତିରେ ତଉଲିଥିଲେ ହୁଏତ ସ୍ଥିତି ଭିନ୍ନ ରୂପ ନେଇଥାଆନ୍ତା। ଦ୍ୱିତୀୟରେ କେନ୍ଦ୍ର ସରକାର ମଣିପୁର ସମସ୍ୟାକୁ ଅଣଦେଖା କରିବାରୁ ସୁଧାର ଆସିପାରିଲା ନାହିଁ। ସଂଘର୍ଷ ଦୀର୍ଘ ଦିନ ଚାଲିବା ପରେ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଶେଷରେ ରାଷ୍ଟ୍ରପତି ଶାସନ ଜାରି କଲେ। ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନ ଥିବାରୁ ସ୍ପଷ୍ଟ ରଣନୀତି ଆପଣାଯିବାର ଆବଶ୍ୟକତା ରହିଛି। କେଉଁଥିପାଇଁ ଅଶାନ୍ତି ବ୍ୟାପୁଛି ତାହାର ମୂଳ କାରଣ ଖୋଜି ବାହାର କରିବା ଦରକାର। ବିଶ୍ୱାସ କରାଯାଇପାରେ ଯେ, କେନ୍ଦ୍ର ସରକାର ଏହିସବୁ ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ପୂର୍ବରୁ ରାଜନୈତିକ ସୁବିଧାକୁ ଆଖି ଆଗରେ ରଖି ଲଗାଯାଇଥିବା ନିଆଁକୁ ଏବେ ମଧ୍ୟ ଲିଭା ଯାଇପାରୁ ନାହିଁ। ସେଥିପାଇଁ ଅତିଶୀଘ୍ର କେନ୍ଦ୍ର ସରକାର ରଣନୀତି ବଦଳାଇ ଓ କ୍ଷୁଦ୍ର ରାଜନୀତିଠାରୁ ଊର୍ଦ୍ଧ୍ୱକୁ ଯାଇ ମଣିପୁର ଭଳି ସୀମାନ୍ତ ରାଜ୍ୟରେ ତୁରନ୍ତ ଶାନ୍ତି ଫେରାଇ ଆଣିବାର ସବୁ ଚେଷ୍ଟା କରିବା ଦରକାର। ଅଶାନ୍ତି ଯେତେ ଦିନ ଲାଗି ରହିବ, ତାହା କେବଳ କେନ୍ଦ୍ରର ଅପାରଗତାକୁ ପଦାରେ ପକାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?