ମଣିପୁର ନିଆଁ ଲିଭୁନାହିଁ

ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେବାର ୪ ଦିନ ପରେ ୧୩ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଅଶା କରାଯାଉଥିଲା କେନ୍ଦ୍ର ସରକାର ନିରାପତ୍ତା ଦାୟିତ୍ୱ ନେବା ପରେ ଜାତିଗତ ହିଂସାରେ ୩ ମେ ୨୦୨୩ରୁ ଘୋର ପ୍ରଭାବିତ ହୋଇଆସିଥିବା ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତଥା ଅନ୍ତର୍ଜାତୀୟ ସୀମାନ୍ତ ଅଞ୍ଚଳରେ ଶାନ୍ତି ଫେରିଆସିବ। କିନ୍ତୁ ରାଷ୍ଟ୍ରପତି ଶାସନକୁ ମାସେ ପୂରି ନାହିଁ କାଙ୍ଗପୋକ୍‌ପି ଜିଲାରେ ୮ ମାର୍ଚ୍ଚରେ କୁକି ବିକ୍ଷୋଭକାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। କୁକି ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସଦ୍ୟ ହିଂସା ଘଟିବା ପଛରେ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ଦାୟୀ ବୋଲି କୁହାଯାଉଛି। ୧ ମାର୍ଚ୍ଚରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁରକ୍ଷା ସମୀକ୍ଷା ବୈଠକରେ ମଣିପୁରରେ ମାର୍ଚ୍ଚ ୮ରୁ ଅବାଧ ଗମନାଗମନ ହେବା ନେଇ ଅନୁମତି ଦିଆଗଲା ବୋଲି କହିଥିଲେ। କିନ୍ତୁ କୁକି ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ବସ୍‌ ଚଳାଚଳ କରିବାରୁ ତାହାକୁ ପ୍ରତିବାଦକାରୀମାନେ ବିରୋଧ କରିଥିଲେ। ଫଳରେ କୁକି ସମ୍ପ୍ରଦାୟ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ସ୍ଥିତି ଅସ୍ବାଭାବିକ ହୋଇପଡ଼ିଛି। ଯେଉଁ କୈଥେଲମାମ୍ବି ଜାତୀୟ ରାଜପଥଠାରେ ଏବେ ହିଂସା ଘଟିଛି, ସେଠାରେ ୩ ମେ ୨୦୨୩ରୁ କୁକି ଓ ମେତେଇ ମଧ୍ୟରେ ଜାତିଆଣ ବିଦ୍ୱେଷ ଦେଖାଦେବା ଦିନୁ ରାସ୍ତା ଅବରୋଧ ରହିଛି। ଉଲ୍ଲେଖ କରାଯାଇପାରେ ଯେ, ପାହାଡ଼ିଆ ଅଞ୍ଚଳରେ ରହୁଥିବା କୁକି ଓ ଉପତ୍ୟକା ଇଲାକାରେ ବାସ କରୁଥିବା ମେତେଇ ସମ୍ପ୍ରଦାୟ ମଧ୍ୟରେ ଘଟି ଆସିଥିବା ସଂଘର୍ଷରେ ଅଦ୍ୟାବଧି ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଅନେକ ନାରୀ ନିର୍ଯାତନା ଏପରିକି ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲେଇ ଚଲେଇ ନେବା ଘଟଣା ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେଇସାରିଛି।
ମଣିପୁରର ସଦ୍ୟ ହିଂସାକୁ ଦେଖିଲେ ଗଣ୍ଡଗୋଳ ଉପୁଜୁଥିବା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ମୁତୟନ ହେଉ ବା ସେମାନଙ୍କ ଉପସ୍ଥିତିରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଜୋରଜବରଦସ୍ତ ହେଉଥିବା ପ୍ରୟାସ ଫଳପ୍ରଦ ହେବ ବୋଲି ବିଶ୍ୱାସ ହେଉନାହିଁ। କାରଣ ଯେତେବେଳେ ଗୋଟେ ଭୂଖଣ୍ଡ ବିଶୃଙ୍ଖଳିତ ହୋଇଯାଏ, ସେହି ଅଞ୍ଚଳରେ କିଭଳି ଆହୁରି ଶାନ୍ତି ଭଙ୍ଗ ହେବ, ସେଥିଲାଗି ଭିତରେ ଓ ବାହାରେ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ ସକ୍ରିୟ ହୋଇଯାଇଥାଆନ୍ତି। କିଛି ବର୍ଷ ହେବ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ ଭଲ ନ ଥିବାରୁ ବାହ୍ୟଶକ୍ତି ଛିଦ୍ର ପାଇବା ମାତ୍ରେ ସେମାନଙ୍କ ଲକ୍ଷ୍ୟ ପୂରଣରେ ଲାଗି ପଡ଼ୁଛନ୍ତି। ଏହି ବିଷୟକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରିବା ଉଚିତ। ମଣିପୁର ଜଳୁଥିବା ବେଳେ ଏନ୍‌. ବୀରେନ୍‌ ସିଂଙ୍କ ନେତୃତ୍ୱାଧୀନ ଭାଜପା ସରକାର ସମାଧାନ ଆଣିବା ପାଇଁ କୌଣସି ଚେଷ୍ଟା କରିଥିବା ଭଳି ମନେହେଲା ନାହିଁ। ଏକ ଶକ୍ତିଶାଳୀ ନେତୃତ୍ୱର ଅଭାବ ଯୋଗୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହୋଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ବୀରେନ୍‌ ମେତେଇ ସମ୍ପ୍ରଦାୟରୁ ଆସିଥିବାରୁ କୁକିଙ୍କ କଥାକୁ ଶୁଣୁ ନ ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସବୁ ନାଗରିକଙ୍କୁ ଗୋଟିଏ ନିକିତିରେ ତଉଲିଥିଲେ ହୁଏତ ସ୍ଥିତି ଭିନ୍ନ ରୂପ ନେଇଥାଆନ୍ତା। ଦ୍ୱିତୀୟରେ କେନ୍ଦ୍ର ସରକାର ମଣିପୁର ସମସ୍ୟାକୁ ଅଣଦେଖା କରିବାରୁ ସୁଧାର ଆସିପାରିଲା ନାହିଁ। ସଂଘର୍ଷ ଦୀର୍ଘ ଦିନ ଚାଲିବା ପରେ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଶେଷରେ ରାଷ୍ଟ୍ରପତି ଶାସନ ଜାରି କଲେ। ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନ ଥିବାରୁ ସ୍ପଷ୍ଟ ରଣନୀତି ଆପଣାଯିବାର ଆବଶ୍ୟକତା ରହିଛି। କେଉଁଥିପାଇଁ ଅଶାନ୍ତି ବ୍ୟାପୁଛି ତାହାର ମୂଳ କାରଣ ଖୋଜି ବାହାର କରିବା ଦରକାର। ବିଶ୍ୱାସ କରାଯାଇପାରେ ଯେ, କେନ୍ଦ୍ର ସରକାର ଏହିସବୁ ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ପୂର୍ବରୁ ରାଜନୈତିକ ସୁବିଧାକୁ ଆଖି ଆଗରେ ରଖି ଲଗାଯାଇଥିବା ନିଆଁକୁ ଏବେ ମଧ୍ୟ ଲିଭା ଯାଇପାରୁ ନାହିଁ। ସେଥିପାଇଁ ଅତିଶୀଘ୍ର କେନ୍ଦ୍ର ସରକାର ରଣନୀତି ବଦଳାଇ ଓ କ୍ଷୁଦ୍ର ରାଜନୀତିଠାରୁ ଊର୍ଦ୍ଧ୍ୱକୁ ଯାଇ ମଣିପୁର ଭଳି ସୀମାନ୍ତ ରାଜ୍ୟରେ ତୁରନ୍ତ ଶାନ୍ତି ଫେରାଇ ଆଣିବାର ସବୁ ଚେଷ୍ଟା କରିବା ଦରକାର। ଅଶାନ୍ତି ଯେତେ ଦିନ ଲାଗି ରହିବ, ତାହା କେବଳ କେନ୍ଦ୍ରର ଅପାରଗତାକୁ ପଦାରେ ପକାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri