ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ହେରଫେର

ଓଡ଼ଗାଁ,୨୮ା୯(ସ୍ବ.ପ.): ଓଡ଼ଗାଁ ବ୍ଲକ ଅଧୀନ ବିଭିନ୍ନ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଛି ା ଯୋଗାଣକାରୀ ସଂସ୍ଥା ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଆସୁଥିଲେ ମଧ୍ୟ ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ବାଲିସିଂସା ବିଦ୍ୟାଳୟକୁ ଗତ ୨୫ ତାରିଖରେ ୧୯ ପ୍ୟାକେଟ୍‌ ଚାଉଳ ଯୋଗାଇ ଥିବା ଭାଉଚର ଦେଇଥିଲେ ା ହେଲେ ୧୨ପ୍ୟାକେଟ ଚାଉଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଖିଥିବା ସୂଚନା ମିଳିଛି ା ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନାହାନ୍ତି ା ଘଟଣାଦିନ ପ୍ରଧାନ ଶିକ୍ଷକ ୧୨ ପ୍ୟାକେଟ୍‌ ଚାଉଳ ରଖି ବାକି ୭ ପ୍ୟାକେଟ୍‌ ଚାଉଳକୁ ପଣ୍ତା ସପ୍ଲାୟରର୍ସକୁ ବିକି ଦେଇଥିବା ୨ ସହକାରୀ ଶିକ୍ଷକ ଇନ୍ଦ୍ରମଣୀ ନାୟକ ଏବଂ ଭାଗିରଥୀ ନାୟକ ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି ା ୨ ଶିକ୍ଷକ ଅଭିଯୋଗରେ ଦର୍ଶାଇଛନ୍ତି, ବିଦ୍ୟାଳୟକୁ କମ୍‌ ଛାତ୍ରୀଛାତ୍ର ପାଠ ପଢିବାକୁ ଆସୁଥିଲେ ମଧ୍ୟ ପ୍ରଧାନଶିକ୍ଷକ ସେଠୀ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିବା ଦର୍ଶାଇ ଚାଉଳ ଆତ୍ମସାତ୍‌ କରୁଛନ୍ତି ା ପ୍ରତିଦିନ ଏମିତି କରିବା ଦ୍ବାରା ମଧ୍ୟାହ୍ନ ଭୋଜନ ଚାଉଳ ବଳକା ରହିଥାଏ ା ସୋମବାର ପଣ୍ତା ସପ୍ଲାୟର୍ସ ୧୯ପ୍ୟାକେଟ୍‌ ଚାଉଳ ଦେବାକୁ ଆସି ୧୨ପ୍ୟାକେଟ୍‌ ଚାଉଳ ଦେଇଥିଲେ ା ବାକି ୭ପ୍ୟାକେଟ୍‌ ଚାଉଳ ପଣ୍ତା ସପ୍ଲାୟରର୍ସକୁ ପ୍ରଧାନ ଶିକ୍ଷକ ବିକି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ା ବଳକାଥିବା ଚାଉଳ ଦେଖାଇ ପ୍ରଧାନଶିକ୍ଷକ ଏଥିରୁ ଖସିବାକୁ ବାଟ ଖୋଜୁଥିଲେ ା ୧୯ପ୍ୟାକେଟ୍‌ ଚାଉଳ ନ ଥିବାରୁ ୨ ଜଣ ସହକାରୀ ଶିକ୍ଷକ ଏହାର ଘୋର ବିରୋଧ କରିଥିଲେ ା କିନ୍ତୁ ପ୍ରଧାନଶିକ୍ଷକ ସେଠୀ ୨ ଶିକ୍ଷକଙ୍କୁ ଧମକଚମକ ଦେଇ ଖସିବାକୁ ଉଦ୍ୟମ କରିଥିଲେ ା କିନ୍ତୁ ଦୁଇଜଣ ସହକାରୀ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ନେଇ ଚାଉଳ ଦେଖାଇଥିଲେ ଏହାର ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ା ଏହି ଘଟଣାରେ ଦୁଇଶିକ୍ଷକ ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ ା ହେଲେ ସେ ଅନୁପସ୍ଥିତ ଥିବାରୁ ଏଡିଏମ୍‌ଓ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷା ଅଧିକାରୀ କମଳିନୀ ବେହେରାଙ୍କୁ ଅଭିଯୋଗ କରିଥିଲେ ା ଏହି ଅଭିଯୋଗକୁ ସେ ବିଇଓଙ୍କ ପାଖକୁ ପଠାଇଛନ୍ତି ା ଘଟଣାରେ ବିଇଓ ସାହୁ କହିଛନ୍ତି, ସେ ଅଭିଯୋଗ ପାଇଛନ୍ତି ା ମୁଁ ଘଟଣାର ପ୍ରମାଣ ମାଗିଛି,ତାହା ପ୍ରମାଣିତ ହେଲେ ପ୍ରଧାନଶିକ୍ଷକ କ୍ଷତିପୂରଣ ଦେବାସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri